Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପତି ସଚିବଙ୍କର ମାତୃ ବିୟୋଗ

ରାଷ୍ଟ୍ରପତି ସଚିବଙ୍କର ମାତୃ ବିୟୋଗ

30

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ପ୍ରେସ୍‌ସଚିବ ବିଜୟ ନାୟକଙ୍କର ମାତା ପଦ୍ମାବତୀ ନାୟକଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱର୍ଗତା ନାୟକ ଜଣେ ଧର୍ମପରାୟଣା, ଭଗବତ ପ୍ରେମୀ, ଶାନ୍ତ, ସରଳ, ସ୍ନେହୀ, ଦରଦୀ ଓ ସୁଗୃହିଣୀ ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ବଡ଼ପୁଅ ସଚିବ ବିଜୟ ନାୟକ, ମାଧ୍ୟମ ପୁତ୍ର ଓଡିଶା ସରକାରଙ୍କର ପ୍ରମୁଖ ରାଜସ୍ୱ ସଚିବ ଅଭୟ ନାୟକ, ସାନପୁଅ ବିସ୍ମୟ ନାୟକ, ଜ୍ୱାଇଁ ସୁବାସ ସ୍ୱାଇଁ, ପ୍ରଭାସ ସ୍ୱାଇଁ, ନାତି ବିଭୁଦତ୍ତ, ପୁନର୍ବାସୁ, ବୈଭବ, ଗୌରବ, ନାତୁଣୀ ଅଭିପ୍ସା, ଅନ୍ୱେଷା, ତିନି ବୋହୂ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁଖବର ପାଇ ସମାଜସେବୀ ଅକ୍ଷୟ ନାୟକ, ଦିଲୀପ ଓଝା, ବିଶ୍ୱଜିତ ବେହେରା, ଅଶୋକ ନାୟକ, ବାଣୀପଦ ସାହୁ, ନାରାୟଣ ଚନ୍ଦ୍ର ଭଂଜ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଦୋଳସାହି ପଞ୍ଚାୟତ ଅଧୀନ ହଳଧରବିନ୍ଧା ଗ୍ରାମରେପହଞ୍ôଚ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବଡ଼ପୁଅ ବିଜୟ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.