Home ଓଡ଼ିଶା ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଦ୍ୱାରା ନବସଂକଳ୍ପ ଶିବିର କାର୍ଯ୍ୟକ୍ରମ ଆୟୋଜନ : ଭୁବନେଶ୍ୱର ଜିଲ୍ଳା କଂଗ୍ରେସ...

ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଦ୍ୱାରା ନବସଂକଳ୍ପ ଶିବିର କାର୍ଯ୍ୟକ୍ରମ ଆୟୋଜନ : ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ଆଜି ନବସଂକଳ୍ପ ଶିବିରର ନିଷ୍ପତିକୁ ପାରିତ କଲା

60

ଭୁବନେଶ୍ୱର ୧୨.୬ (ଓଡ଼ିଆ ପୁଅ) – ଅଖିଳ ଭାରତ ଜାତୀୟ କଂଗ୍ରେସ ଦ୍ୱାରା ରାଜସ୍ଥାନର ଉଦୟପୁର ଠାରେ ଆୟୋଜିତ ନବସଂକଳ୍ପ ଶିବିରର ନିଷ୍ପତି ଅନୁସାରେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ନବସଂକଳ୍ପ ଶିବିର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠରେ ଆୟୋଜନ କରାଯାଇଥିଲା। ଏହି ଶିବିରରେ ଜିଲ୍ଳା କଂଗ୍ରେସର ସମସ୍ତ ବ୍ଲକ ସଭାପତି, ଜିଲ୍ଲା ଉପସଭାପତି, ସାଧାରଣ ସଂପାଦକ, ସଂପାଦକ, ଭୁବନେଶ୍ୱର ଜିଲ୍ଲା ମହିଳା ସଭାନେତ୍ରୀ ଏବଂ ଜିଲ୍ଳା ମହିଳା କଂଗ୍ରେସ ନେତ୍ରୀ, ଜିଲ୍ଲା କଂଗ୍ରେସର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଓ ଗତ ମହାନଗର ନିଗମ ନିର୍ବାଚନରେ ବିଭିନ୍ନ ୱାର୍ଡରେ ପ୍ରାର୍ଥି ଓ ପ୍ରାର୍ଥିନୀ ହୋଇଥିବା ସମସ୍ତ ସଦସ୍ୟ, ଜିଲ୍ଳା, ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତା ଏବଂ ଛାତ୍ର ଓ ଯୁବ ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଚିନ୍ତନ ଶିବିରରେ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସଭାପତିତ୍ୱ କରିବା ସହିତ ରାଜ୍ୟ କଂଗ୍ରେସର ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ଶ୍ରୀ ସନ୍ତୋଷ ସିଂ ସାଲୁଜା, ରାଜ୍ୟ କଂଗ୍ରେସ ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ ଓ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଗିତାଞ୍ଜଳି ମହାନ୍ତି ଉପସ୍ଥିତ ଥିଲେ। କଂଟାବାଞ୍ଜି ବିଧାୟକ ଶ୍ରୀ ସାଲୁଜା କହିଲେ ଯେ ରାଜ୍ୟରେ କଂଗ୍ରେସକୁ ସଶକ୍ତ କରିବାପାଇଁ ହେଲେ ଆମେ ଲୋକମାନଙ୍କ ପାଖରେ ପଂହଚିବାର ଅଛି ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଂଚାୟତ ସ୍ତରରେ କଂଗ୍ରେସକୁ ସଶକ୍ତ କରିବା ସହିତ ଜନସଂପର୍କ ଅଭିଯାନ ଉପରେ ଗୁରୁତ୍ୱ ଦେବାର ଅଛି। ରାଜ୍ୟର ସମସ୍ତ ଆସନରେ କଂଗ୍ରେସ ଏକାକୀ ଲଢ଼ିବାର ଅଛି। ଆମେ ସମସ୍ତେ ଏକ ହୋଇ ରାଜ୍ୟ ସରକାରଙ୍କ ବିଫଳତା ତଥା କେନ୍ଦ୍ର ସରକାରଙ୍କ ବିଫଳତା ନେଇ ଜନ ଆନ୍ଦୋଳନ କରିବା ସହିତ ସରକାରଙ୍କ ବିରୋଧରେ ସବୁ ସ୍ତରରେ ଲଢ଼େଇ କରିବା। ପୂର୍ବତନ ପ୍ରଦଶେ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ଜିଲ୍ଲା କଂଗ୍ରେସର ନେତୃବୃନ୍ଦଙ୍କ ଉଦ୍ଦେଶ୍ୟରେ କହିଲେ ଯେ ଏବେ ଏକ ବଡ଼ ଆହ୍ୱାନ ଆମ ସମସ୍ତଙ୍କ ସାମନାରେ ଛିଡ଼ା ହୋଇଛି। ଏହି ଆହ୍ୱାନ ହେଉଛି ରାଜ୍ୟକୁ ଛଳ, ପ୍ରବଚଂକ ଓ ଅପାରଗ ସରକାର ପାଖରୁ ରକ୍ଷା କରିବା। ଠିକ୍ ସେହିଭଳି ଭାବରେ ଆଜି ଦେଶରେ ବିଭାଜନକାରୀ ଶକ୍ତିମାନେ ଅଧିକ ଶକ୍ତିଶାଳୀ ହେବା ସହିତ ଦେଶରେ ଘୃଣା, ହିଂସା, ଭେଦଭାବ ଓ ଧର୍ମନାମରେ ରାଜନୀତି କରିବା ସହିତ ଭାରତ ବର୍ଷର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଏପରିକି ବିଚାରଳୟକୁ ନିଜ କବଜାକୁ ନେଇଯିବାକୁ ବସିଳେଣି। ତେଣୁ ଆପଣମାନେ ଆଜି ଏକ ସଂକଳ୍ପ ନେବାର ସମୟ ଆସିଛି। ଦେଶକୁ କିପରି ରକ୍ଷା କରିବାକୁ ହେବ ଓ ସେଥିପାଇଁ ଆପଣ ସମସ୍ତଙ୍କୁ ଏକ ବିଚାରଧାରାର ଲଢ଼େଇ କରିବାକୁ ପଡ଼ିବ। ବୁଥ ସ୍ତର ଠାରୁ ଆରମ୍ଭ କରି, ବ୍ଲକସ୍ତର ପର୍ଯ୍ୟନ୍ତ ଆମେ ସମସ୍ତେ ଅଧିକ ଲୋକାଭିମୁଖି ହେବା ସହିତ ଏହି ଶକ୍ତିମାନଙ୍କ ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ଶ୍ରୀ ଜୟଦେବ ଜେନା କହିଲେ ଯେ ଦୀର୍ଘ ୨୨ ବର୍ଷକାଳ ରାଜ୍ୟ ସବୁ କ୍ଷେତ୍ରରେ ପଛକୁ ପଛ ଯାଉଛି। ଆଜି ଯେଉଁ ଟଙ୍କିକଆ ଚାଉଳ କଥା କୁହାଯାଉଛି ତାହା ନବୀନ ପଟ୍ଟନାୟକ ବା ବିଜୁ ଜନତା ଦଳ ଦେଉନାହିଁ। ଓଡ଼ିଶାରେ କଂଗ୍ରେସ ସରକାର ଶ୍ରୀ ଜାନକୀ ବଲ୍ଲଭ ସମୟରେ କେବିକେ ଜିଲ୍ଲା ମାନଙ୍କରେ ସମସ୍ତ ଗରିବ ପରିବାର ବର୍ଗଙ୍କୁ ୨ଟଙ୍କା ଦରରେ ଚାଉଳ ଯୋଗାଇ ଦିଆଯାଉଥିଲା। ଅନ୍ତଦ୍ୱୟ, ଅନ୍ନଯୋଜନା ମାଧ୍ୟମରେ ଏହି ସବୁ ଜିଲ୍ଲାମାନଙ୍କରେ ଚାଉଳ ବଂଟନ କରାଯାଉଥିଲା କିନ୍ତୁ ଆଜି ଏ ରାଜ୍ୟରେ ଯୁବକ, କୃଷକ, ମହିଳା, କୃଷି ଶ୍ରମିକ, ଛୋଟ ବ୍ୟବସାୟୀ ଓ ମଧ୍ୟମ ଆୟକାରୀ ବର୍ଗ କେହି ଶାନ୍ତିରେ ନାହାନ୍ତି। ୨୨ ବର୍ଷ ଭିତରେ ଗୋଟିଏ ୟୁନିଟ ବିଦ୍ୟୁତ ଉତ୍ପାଦନ କରି ନାହାନ୍ତି ବା ଗୋଟାଏ ନିଜସ୍ୱ ବଡ଼ ଶିଳ୍ପ କରି ନାହାନ୍ତି। ଠିକ ସେହିଭଳି ଭାବରେ ଦେଶର ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ଅତି ମାତ୍ରାରେ ଭୂଷୁଡ଼ି ପଡ଼ିଛି ତେଣୁ ଓଡ଼ିଶାରେ କଂଗ୍ରେସକୁ ମଜବୁତ କରି ସରକାର ନିଶ୍ଚିତ ଗଠନ କରିବାକୁ ପଡ଼ିବ। ଏଥିପାଇଁ ବଡ଼ ଆନ୍ଦୋଳନ କରିବାକୁ ପଡ଼ିବ। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଜିଲ୍ଲା ନେତୃବୃନ୍ଦଙ୍କ ଉଦ୍ଦେଶ୍ୟରେ କହିଲେ ଯେ ୨୦୨୪ ମସିହା ପାଇଁ ଯେଉଁ ରୋଡମ୍ୟାପ ପ୍ରସ୍ତୁତ କରାଯାଉଛି ତାହା ଅତ୍ୟନ୍ତ କଷ୍ଟଶୀଳ ଏଥିପାଇଁ ଆପଣଙ୍କର ସହଯୋଗ ଏକାନ୍ତ ଆବଶ୍ୟକ। ମୁଁ ଦୃଢ଼ ନିଶ୍ଚିତ କଂଗ୍ରେସ ୯ ରୁ ୯୦ ହେବ ଏବଂ ଓଡ଼ିଶାରେ ପୁଣି କଂଗ୍ରେସ ଫେରିବ ଏବଂ ଭାରତ ବର୍ଷରେ ମଧ୍ୟ କଂଗ୍ରେସ ଫେରିବ। ଭୁବନେଶ୍ୱର ଜିଲ୍ଲାର ଯେଉଁ ୬୭ଟି ୱାର୍ଡ ରହିଛି ଆସନ୍ତା ୧ ମାସ ଭିତରେ ସେ ସମସ୍ତ ୬୭ଟି ୱାର୍ଡର ବୁଥ ସ୍ତରରୁ ନେଇ ୱାର୍ଡ ସଭାପତି ପର୍ଯ୍ୟନ୍ତ କମିଟି ଗଠନ ସରିଥିବା ଦରକାର। ଏବଂ ପ୍ରତ୍ୟେକ ୱାର୍ଡରେ ଜିଲ୍ଳା ନେତୃବର୍ଗ ଜନସଂପର୍କ ଅଭିଯାନକୁ ତ୍ୱରାନୀତି କରିବାକୁ ପଡ଼ିବ। ତତ୍‌ସହିତ ଲୋକମାନଙ୍କର ସମସ୍ୟାକୁ ନେଇ ସମାଧାନ କରିବା ଦିଗରେ ସମସ୍ତ ଉଦ୍ୟମ କରାଯିବା ଉଚିତ। ଏହା ପରେ ପରେ ଉଦୟପୁର ନବସଂକଳ୍ପ ନିଷ୍ପତି ଅନୁଯାୟୀ ୬ଟି କମିଟି ଗଠନ ହୋଇଥିଲା। ଯଥା ରାଜନୈତିକ ବ୍ୟାପାର କମିଟି, ସାମାଜିକ ନ୍ୟାୟ ଓ ସଶକ୍ତି କରଣ, ଅର୍ଥନୈତିକ ବ୍ୟାପାର କମିଟି, ସଂଗଠନ କମିଟି, କୃଷି ଓ କୃଷି ଶ୍ରମିକ କ୍ଷେତ୍ର କମିଟି, ଯୁବ ସଶକ୍ତି କରଣ କମିଟି ଗଠନ କରାଗଲା। ଏହି କମିଟିର ଅଧ୍ୟକ୍ଷ ଯଥାକ୍ରମେ ମନୋରଞ୍ଜନ ଦାଶ, ଲିପ୍ସା ମହାନ୍ତି, ରଜନୀ କୁମାର ମହାନ୍ତି, ଅଶୋକ କୁମାର ଦାସ, ବେଣୁଧର ପାତ୍ର, ଇତିଶ୍ରୀ ମଲ୍ଲିକ ଥିଲେ। ବିଭିନ୍ନ ନେତୃବର୍ଗଙ୍କ ସହିତ ଆଲୋଚନା ପରେ ଏହି ସମସ୍ତ କମିଟି ରିପୋର୍ଟ ପ୍ରଦାନ କରିଥିଲେ । ଶ୍ରୀ ଅଶୋକ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଂପାଦକ ସୁବ୍ରତ ମହାପାତ୍ର, ବ୍ଲକ କଂଗ୍ରେସ ସଭାପତି ମିହିର ରଞ୍ଜନ ଆଚାର୍ଯ୍ୟ, ଯୋଗୀନାଥ ବାହୁ ବଳେନ୍ଦ୍ର, ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ଆଶିଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ସେକ ଅପତାବ ଅଲ୍ଲୀ, ଅନୁୱାର ଖାନ, ଦେବରାଜ ମିଶ୍ର, ମନୋରଞ୍ଜନ ଜେନା, ବ୍ରହ୍ମାନନ୍ଦ ସାହୁ, ଶ୍ରୀଧର ବଳିଆର ସିଂ, ଜୟଶ୍ରୀ ନନ୍ଦ, ଇତିଶ୍ରୀ ମଲ୍ଲିକ, ମଧୁସ୍ମିତା ଆଚାର୍ଯ୍ୟ, ଶୁଭଦ୍ରା ମିଶ୍ର, କୁସୁମ ପ୍ରଧାନ, ପ୍ରଭାବତି ପଟ୍ଟନାୟକ, ସ୍ୱାଧୀନ ବାଳା ଦାସ, ପୁଷ୍ପିତା ଦାଶ, ବୈଜୟନ୍ତି ରାଣୀ ତ୍ରିପାଠୀ, ଚଂଚଳା ସେଠୀ, ପ୍ରତିମା ମହାନ୍ତି, କାଜଲ ମଣ୍ଡଳ, ଲକ୍ଷ୍ମପ୍ରିୟା ଦାସ, ପ୍ରକାଶ ମିଶ୍ର, ଉଦିତ୍ ପ୍ରଧାନ, ରାମ ପରିଡ଼ା, ବେଣୁଧର ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.