Home ଅନୁଗୁଳ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହେବ ୧୦ମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା

ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହେବ ୧୦ମ ଜିଲ୍ଲାସ୍ତରୀୟ ପୁରାଣ ପ୍ରତିଯୋଗିତା

100

ତାଳଚେର, ୧୨/୬(ଓଡ଼ିଆ ପୁଅ/ଅଜିତ ବେହେରା): ଚଳିତ ମାସ ୧୫ ତାରିଖ ଦିନ ପବିତ୍ର ରଜ ସଂକ୍ରାନ୍ତି ଅବସରରେ ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ ପକ୍ଷରୁ ୧୦ମ ଜିଲ୍ଲାସ୍ତରୀୟ ପୁରାଣ ପ୍ରଶ୍ନୋତର ପ୍ରତିଯୋଗିତା ଅନୁଷ୍ଠିତ ହେବ। ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠ ପରିସରରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଶିବପୁରାଣରୁ ସମସ୍ତ ପ୍ରଶ୍ନ ପଚରାଯିବ। ପ୍ରତ୍ୟେକ ଗ୍ରାମ କିମ୍ବା ଅନୁଷ୍ଠାନରୁ ଚାରି ଜଣ ଲେଖାଏଁ ପ୍ରତିଯୋଗୀ ଗୋଟିଏ ଦଳ ହିସାବରେ ଅଂଶଗ୍ରହଣ କରିପାରିବେ। ଏଥିରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ। ସମସ୍ତ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ଶ୍ରେଷ୍ଠ ବିବେଚିତ ହୋଇଥିବା ତିନୋଟି ଦଳକୁ ବିଶେଷ ପୁରସ୍କାର ସହ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ବନ୍ଧରେ ଅଧିକ ସୂଚନା ପାଇଁ ପରିଷଦର ସଭାପତି ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଜଗନ୍ ମୋହନ ଗଡନାୟକ ଓ କାର୍ଯ୍ୟକ୍ରମର ପରିଚାଳକ ଗବେଷକ ବିଭୂତି ଭୂଷଣ ସାହୁଙ୍କୁ ଯୋଗାଯୋଗ କରିବାକୁ ପରିଷଦ ପକ୍ଷରୁ ଏହି ମର୍ମରେ ସୂଚନା ପ୍ରଦାନ କରାଯାଇଛି। ଏହି ଅନନ୍ୟ ପ୍ରତିଯୋଗିତାରେ ସମସ୍ତ ଭଗବତ୍ପ୍ରେମୀ ଜନସାଧାରଣ ବିପୁଳ ମାତ୍ରାରେ ଅଂଶଗ୍ରହଣ କରିବାକୁ ମା’ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦର ସମ୍ପାଦକ ଶ୍ରୀଯୁକ୍ତ ଗଡନାୟକ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.