Home ଓଡ଼ିଶା କୋଭିଡ୍ କଟକଣା ଭିତରେ ରଣପୁର ରେ ଦଣ୍ଡଯାତ୍ରା ଆରମ୍ଭ

କୋଭିଡ୍ କଟକଣା ଭିତରେ ରଣପୁର ରେ ଦଣ୍ଡଯାତ୍ରା ଆରମ୍ଭ

63

ନୟାଗଡ/୦୨/୦୪(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ ରାଜୁଡା ଅମଳ ରୁ ଶୈବକ୍ଷେତ୍ର ରଣପୁର ରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି । ଗତ ବର୍ଷ କୋଭିଡ୍ କଟକଣା କଡାକଡି ଥିବାରୁ ଦଣ୍ଡପାଟ ବେତ କାମନା କୋଠୀ ରୁ ବାହାରକୁ ବାହାରୀ ନଥିଲେ । ଯାହାଫଳରେ ଶୈବ ଭକ୍ତମାନେ ଦର୍ଶନ ରୁ ବଂଚିତ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ସିମିତ ଭକ୍ତା ମାନଙ୍କୁ ନେଇ କୋଭିଡ୍ କଟକଣା ରେ ଦଣ୍ଡପାଟ ବେତ ବାହର କୁ ବାହରୀ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ରାଜ ରାଜୁଡା ଅମଳରୁ ଚୋରି ପାଣି ତୋଳା ପରେ ଭକ୍ତା ମାନେ ପ୍ରଥମେ ଦଣ୍ଡ ପାଟ ବେତ ନେଇ ରଣପୁର ରାଜ ଉଆସ କୁ ଯାଇଥାନ୍ତି ।

ରାଜା ଙ୍କ ଶୁଭ କାମନା କରି ହକ ପ୍ରଦାନ କରିଥାନ୍ତି । ତାପରେ ରାଜା ଙ୍କ ତରଫରୁ ଶାଢୀ ପ୍ରଦାନ କରାଯାଇଥାଏ । ତେଣୁ ୨ ତାରିଖ ଅପରାହ୍ନରେ ରଣପୁର ବାବା ଚଣ୍ଡେଶ୍ୱର , ବାବା ସ୍ୱପ୍ନେଶ୍ୱର , ସାନଗଡ ବାଲୁଙ୍କେଶ୍ୱର ଓ ପୁରୁଣା ବସନ୍ତ ବାଲୁଙ୍କେଶ୍ୱର ରାଜ ନଗର କୁ ଯାଇ ଶାଢୀ ଗ୍ରହଣ କରିଥିବା ଜଣାପଡିଛି । ଏହି ଦୃଶ୍ୟ ଦେଖିବା ସହ ଦଣ୍ଡ ପାଟ ବେତ ଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଶୈବ ଭକ୍ତ ମାନେ ସାମାଜିକ ଦୁରତ୍ୱ ଅବଲମ୍ବନ କରି ନିଜ ନିଜ ଦାଣ୍ଡ ଦୁଆରେ ରହିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.