Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ

ଭିନ୍ନକ୍ଷମମାନଙ୍କୁ ଉପକରଣ ବଣ୍ଟନ

33

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର୍‌.ଏସ୍‌.ଆର୍‌) ଏବଂ ଜିଲ୍ଳା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର (ଡି.ଡି.ଆର୍‌.ସି), ଭଦ୍ରକ ର ମିଳିତ ସହଯୋଗରେ ସି.ଆର୍‌.ଏସ୍‌.ଆର୍ କାର୍ଯ୍ୟାଳୟ ପରିସର ମଧ୍ୟରେ ଭିନ୍ନକ୍ଷମମାନଙ୍କୁ ଆବଶ୍ୟକୀୟ ଉପକରଣ ବଣ୍ଟନ କରାଯାଇଅଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିି ଭିନ୍ନକ୍ଷମମାନଙ୍କୁ ଆବଶ୍ୟକୀୟ ଉପକରଣ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଂଜନ ଦାଶ୍ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ସି.ଆର.ଏସ.ଆର. ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଭଗବାନ ପରିଡ଼ା ସଭାପତିତ୍ୱ କରିଥିଲେ । ଭଦ୍ରକ ଜିଲ୍ଳାର ବିଭିନ୍ନ ବ୍ଳକ୍ ରୁ ଆସିଥିବା ୨୬ ଜଣ ଭିନ୍ନକ୍ଷମମାନଙ୍କୁ ଓଡ଼ିଶା ସରକାରଙ୍କ (ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ) ଭିମଭୋଇ ସାମର୍ଥ୍ୟ ଅଭିଯାନ ଯୋଜନା ମାଧ୍ୟମରେ ବିଭିନ୍ନ ପ୍ରକାର ଉପକରଣ ଯଥା- ଟ୍ରାଇସାଇକେଲ, ଘୃର୍ଣ୍ଣନଚୌକି, ଶ୍ରବଣଯନ୍ତ୍ର, ଧଳାବାଡି, କୃତ୍ରିମ ଅଙ୍ଗ, ଡ଼େଜିପ୍ଲେୟର, ସ୍ମାର୍ଟଫୋନ୍ , ୱାକିଙ୍ଗ୍ ଷ୍ଟିକ୍‌, ଆଶାବାଡ଼ି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ସି.ଆର୍‌.ଏସ୍‌.ଆର୍ ର ମାନସିକ ଅନଗ୍ରସର ପିଲାମାନଙ୍କ ସହିତ କିଛି ସମୟ ଅତିବାହିତ କରି ସେମାନଙ୍କୁ ମିଷ୍ଟାନ୍ନ ବଣନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.