Home ଜିଲ୍ଲା ପରିକ୍ରମା ଆଦାନୀ ଫାଉଣ୍ଡେସନ ପକ୍ଷରୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ପ୍ରଦାନ

ଆଦାନୀ ଫାଉଣ୍ଡେସନ ପକ୍ଷରୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ପ୍ରଦାନ

30

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଦାନୀ ଧାମରା ପୋର୍ଟର ସିଏସ୍‌ଆର ଅଂଶ, ଆଦାନୀ ଫାଉଣ୍ଡେସନ ୍‌ସର୍ବଦା ଆବଶ୍ୟକ ଅନୁସାରେ ତୃଣମୂଳ ସ୍ତରରେ ସମାଜକୁ ନିରନ୍ତର ସେବା ପ୍ରଦାନ କରିଆସୁଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିଭିଭୂମି ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କମ୍ପାନୀ ନିଜର ସାମାଜିକ ଦାୟିତ୍ୱ ତୁଲାଇଥାଏ । ଛତିଶଗଡ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା କାରଣରୁ ଗତ ତିନି ଦିନ ଧରି ଭଦ୍ରକ ଜିଲ୍ଲାର ତଳିଆ ଅଂଚଳରେ ଥିବା ଅନେକ ଗ୍ରାମରେ ବନ୍ୟା ପାଣିଘେରରେ ରହିଛି । ଆଦାନୀ ଫାଉଣ୍ଡେସନର ଏକ ପ୍ରତିନିଧି ଦଳ ବନ୍ୟା ପ୍ରଭାବିତ ପଂଚାୟତ ପରିଦର୍ଶନ କରି ଲୋକଙ୍କୁ ସହାୟତା ପ୍ରଦାନ କରିଥିଲେ । ଅତ୍ୟଧିକ ପ୍ରଭାବିତ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସୋହଡା, ଦେହୁଡି, ଆନନ୍ଦପୁର, ଖଡିପଡା, କରଡା, ଦୋବାଲ, ଦଳଙ୍ଗା, ଅର୍ଜୁନପୁର ପଂଚାୟତର ବନ୍ୟା ପ୍ରପୀଡିତଙ୍କୁ ଫାଉଣ୍ଡେସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.