Home ଜିଲ୍ଲା ପରିକ୍ରମା ଭିଜିଲାନ୍ସ କବଜାରେ କଳାହାଣ୍ଡି  ସ୍ୱତନ୍ତ୍ର ଭିଜିଲାନ୍ସ ପ୍ରସିକ୍ୟୁଟର

ଭିଜିଲାନ୍ସ କବଜାରେ କଳାହାଣ୍ଡି  ସ୍ୱତନ୍ତ୍ର ଭିଜିଲାନ୍ସ ପ୍ରସିକ୍ୟୁଟର

60

କଳାହାଣ୍ଡି ତା.୦୩.୦୭.୨୦୨୧ ( ଓଡିଆପୁଅ) ଓଡିଶା ଦୁର୍ନିତି ନିବାରଣ ବିଭାଗ ( ଭିଜିଲାନ୍ସ ପୋଲିସ ) ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭିଜିଲାନ୍ସ ପ୍ରସିକ୍ୟୁଟର (ସ୍ପେସାଲ ପିପି) ଭାବେ କାର୍ଯ୍ୟରତ ଆଶୁତୋଷ ମିଶ୍ର ଗିରଫ କରିଥିବା ଘଟଣା ସମଗ୍ର କଳାହାଣ୍ଡି ଜିଲ୍ଲାରେ ମୂଖ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଥୁଆମୁଲ ରାମପୁର ଥାନା ଅନ୍ତର୍ଗତ  ମହୁଲପାଟଣା ପୋଲିସ ଫାଣ୍ଡିର ପୁର୍ବତନ ଏଏସଆଇ ମଲୟ ରଣାଙ୍କ ଭିଜିଲାନଓ କେଶ କୁ ରଫା ଦଫା କରିଦେବା ପାଇଁ ଏକ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ କଟକରୁ ଆସିଥିବା ଭିଜିଲାନ୍ସ ଟିମ ଭିଜିଲାନ୍ସ ବିଭାଗ ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ  ଗିରଫ କରିଥିବା ଜଣାପଡିଛି । ଭିଜିଲାନ୍ସ କେଶ ରେ ନିଲମ୍ବିତ ହୋଇଥିବା ମଲୟରଣାଙ୍କ ଭିଜିଲାନ୍ସ କେଶ ଚାଲିଥିବା ବେଳେ ସେହି ପୁରୁଣା କେଶ କୁ ରଫା ଦଫା କରିଦେବା ପାଇଁ ତିନି ଲକ୍ଷ ଟଙ୍କା ଦାବୀ କରିଥିବା ବେଳେ ୩ ତାରିଖ ଶନିବାର ଦିନ ଭବାନୀପାଟଣା ସ୍ଥିତ ତାଙ୍କ ବାସଭବନରେ ଏକ ଲକ୍ଷ ଟଙ୍କା ନେଉଥରବା ବେଳେ ଭିଜିଲାନ୍ସ ଟିମ ଚଢଉ କରିଥିବା ଜଣାପଡିଛି । ଏସଂପର୍କରେ ଭିଜିଲାନଓ ସେଲ କେଶ ନଂ.୨/୦୧.୦୭.୨୦୨୧ ଅନୁସାରେ ଏକ କେଶ ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.