Home ଓଡ଼ିଶା ରଣପୁର ଘାଟ ନିର୍ମାଣ ସେବାସଂଘ ତରଫରୁ ୭୨ ତମ ବନ ମହୋତ୍ସବ ପାଳିତ

ରଣପୁର ଘାଟ ନିର୍ମାଣ ସେବାସଂଘ ତରଫରୁ ୭୨ ତମ ବନ ମହୋତ୍ସବ ପାଳିତ

27

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୦୭-ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଘାଟ ନିର୍ମାଣ ସେବାସଂଘ ର ଯୁବକ ମାନେ ରଣପୁର ଶ୍ମଶାନ ଘାଟ ଉନ୍ନତି କରଣ ସହ ଅନେକ ବୃକ୍ଷ ରୋପଣ ଆଦି କାର୍ଯ୍ୟ ହାତ କୁ ନେଇଛନ୍ତି । ଚଳିତ ବନ ମହୋତ୍ସବ ସପ୍ତାହ ରେ ମା ମଣିନାଗ ପୀଠରେ ଜୁଲାଇ ୩ ତାରିଖ ଦିନ ୭୨ ତମ ବନ ମହୋତ୍ସବ ରେ ବୃକ୍ଷ ରୋପଣ କାର୍ଯ୍ୟ କରିବା ସହ କୋଭିଡ କଟକଣା ଭିତରେ ଏକ ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରଣପୁର ଚକଲାଦାର୍ ଶରତ ଚନ୍ଦ୍ର ଶତପଥି ମୁଖ୍ୟ ବକ୍ତା ଭାବେ କୁଳାସର ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ବିଜୟ କୁମାର ମହାପାତ୍ର ସମ୍ମାନୀତ ଅତିଥି ଭାବେ ପରିବେଶ ବିତ୍ ତଥା ପ୍ରକୃତି ବନ୍ଧୁ ସୁବାଷ ନାୟକ ବନପାଳ କୈବଲ୍ୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା ଙ୍କ ସଭାପତିତ୍ୱ ରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟବକ୍ତା ବିଜୟ କୁମାର ମହାପାତ୍ର ସଚେତନା ବାର୍ତ୍ତା ରେ କହିଥିଲେ ଯେ ଅଶ୍ୱସ୍ତ ଗଛ ଏଭଳି ଗଛ ଯିଏକି ବାୟୁମଣ୍ଡଳ କୁ ସର୍ବଦା ଅମ୍ଲଜାନ ପ୍ରଦାନ କରିଥାଏ । ୨୦୫୦ ମସିହା ବେଳ କୁ ଭୂ ଗର୍ଭ  ରୁ ଜଳ ଶେଷ ହୋଇଯିବାର ଆଶଙ୍କା କରାଯାଉଛି । ତେଣୁ ଅଭାବ ପଡୁଥିବା ଅମ୍ଲଜାନ ର ପୁରଣ ପାଇଁ ଅଶ୍ୱସ୍ତ ଗଛ ସହ ଅନ୍ୟାନ୍ୟ ଗଛ ଲଗାଇଲେ ଜଳ ର ମଧ୍ୟ ଅଭାବ ରହିବ ନାହିଁ । ପରିବେଶ ବିତ୍ ସୁବାଷ ନାୟକ ସଚେତନ ବାର୍ତ୍ତା ରେ କହିଥିଲେ  ଯେ ବୃକ୍ଷ ଲଗାନ୍ତୁ ଜୀବନ ବଂଚାନ୍ତୁ । ମୁଖ୍ୟ ଅତିଥି ତାଙ୍କ ବାର୍ତ୍ତା ରେ ବୃକ୍ଷର ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସର୍ବଶେଷ ରେ ଭାରତ ର ପରିବେଶ ବିତ୍ ସୁନ୍ଦରଲାଲ ବହୁଗୁଣା ଓ ନୟାଗଡ ର ପ୍ରଫେସର ରାଧାମୋହନ ଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଘାଟ ନିର୍ମାଣ ସେବା ସଂଘ ର ଉଦ୍ୟମ କୁ ସାଧୁବାଦ ଜଣାଇଥିଲେ । ଗଛ ସାରେ କୈଳାସ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.