Home ଓଡ଼ିଶା ୫୭ ବର୍ଷ ବୟସରେ ମାଟ୍ରିକ ପାସ୍ କରିଥିବା ଆଶା ଦିଦିଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ମହିଳା...

୫୭ ବର୍ଷ ବୟସରେ ମାଟ୍ରିକ ପାସ୍ କରିଥିବା ଆଶା ଦିଦିଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ମହିଳା ମୋର୍ଚ୍ଚା

114

ଭଦ୍ରକ: ୫୭ ବର୍ଷ ବୟସରେ ମାଟ୍ରିକ ପାସ୍ କରିଥିବା ଆଶା ଦିଦି ସ୍ୱର୍ଣ୍ଣଲତା ପତିଙ୍କୁ ସମ୍ବର୍ଦ୍ଧିତ କଲା ବିଜେପି ମହିଳା ମୋର୍ଚ୍ଚା। ବିଜେପି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ଆଗ୍ରହ କ୍ରମେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ଟିମ୍ ସ୍ୱର୍ଣ୍ଣଲତା ପତିଙ୍କୁ ଭେଟି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି। ପଢ଼ିବାର କୌଣସି ବୟସ ନଥାଏ। ପ୍ରବଳ ଇଛା ଶକ୍ତି ସାମ୍ନାରେ ସଫଳତା ଅବସ୍ୟାମ୍ଭାବୀ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମର ଆଶା ଦିଦି ସ୍ୱର୍ଣ୍ଣଲତା ପତି। ୫୭ ବର୍ଷ ବୟସରେ ଏଣେ ନିଜ କର୍ମ କ୍ଷେତ୍ରରେ ଥାଇ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଠିନ ପରିଶ୍ରମ ଓ  ଏକାଗ୍ରତା ବଳରେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ ଏହାକୁ କରି ଦେଖାଇଛନ୍ତି ସ୍ୱର୍ଣ୍ଣଲତା ପତି। ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀଙ୍କୁ ହରାଇ ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲା ଛୁଆଙ୍କୁ ଧରି ଯଥେ କଷ୍ଟେ ଚଳି ଆସୁଥିଲେ। ପରିବାର ଆର୍ଥିକ ଅବସ୍ଥା ଯୋଗୁଁ ସେ ସପ୍ତମ ପାସ କରିଥିବା ଗାଁ’ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ ଆରମ୍ଭ କଲେ। ମାସିକ ୧୦୦ ଟଙ୍କା ଦରମାରେ ଗାଁ ସ୍କୁଲରେ ପାଚିକ ଭାବେ ନିଯୁକ୍ତି ପାଇଥିଲେ। ଆଉ ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ଅଞ୍ଚଳର ଅନେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ। ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ମାଟ୍ରିକ ପାସ କଲେ ତାଙ୍କୁ ଚାକିରୀ କାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ହୋଇଥିଲା। ଏହାକୁ ଆଧାର କରି ସ୍ୱର୍ଣ୍ଣଲତା ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇଥିଲେ।

ସ୍ୱର୍ଣ୍ଣଲତା ପତିଙ୍କ ଦୃଢ଼ ଇଛାଶକ୍ତି ଏବଂ ମନୋବଳକୁ ନେଇ ପ୍ରଶଂସା କରିବା ସହ ଏହି ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଏକ ଉଦାହରଣ ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି। ମହିଳା ମୋର୍ଚ୍ଚା ଟିମ୍ ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦିକା ଲିପିକା ବାରିକ, ଜିଲ୍ଲା ସମ୍ପାଦିକା ନବନୀତା ନାୟକ, ଚୈତାଳୀ ଖିଲାର, ବିଷ୍ଣୁପ୍ରିୟା ଲେଙ୍କା, ଜିଲ୍ଲା ମହିଳା ମୋର୍ଚ୍ଚା ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ର ଆଦି ସ୍ୱର୍ଣ୍ଣଲତା ପତିଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହା ପୂର୍ବରୁ ଭଣ୍ଡାରପୋଖରୀ ଅଞ୍ଚଳର ବିଜେପି ନେତା ବଦ୍ରୀ ନାରାୟଣ ଧଳ ସ୍ୱର୍ଣ୍ଣଲତା ପତିଙ୍କୁ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣେଇବା ସହ କରୋନା ମହାମାରୀ ସମୟରେ ତାଙ୍କ ସେବାକାର୍ଯ୍ୟ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ।
@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.