Home ଜିଲ୍ଲା ପରିକ୍ରମା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଲୋକ ଅଦାଲତ (ସମାଧାନ ସମାରୋହ) ଆସନ୍ତା ଅଗଷ୍ଟ ମାସ ୨୧ରୁ

ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ବିଶେଷ ଲୋକ ଅଦାଲତ (ସମାଧାନ ସମାରୋହ) ଆସନ୍ତା ଅଗଷ୍ଟ ମାସ ୨୧ରୁ

10

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଶେଷ ଲୋକ ଅଦାଲତ (ସମାଧାନ ସମାରୋହ) -୨୦୨୬ ଆସନ୍ତା ଅଗଷ୍ଟ ମାସ ୨୧, ୨୨, ଓ ୨୩ ତାରିଖରେ ଆୟୋଜନ ହେବାକୁ ଯାଉଅଛି। ଏହି ବିଶେଷ ଲୋକ ଅଦାଲତର ଉଦ୍ଦେଶ୍ୟ ହେଉଛି ସହମତି ଆଧାରିତ ସମାଧାନ ବ୍ୟବସ୍ଥା ମାଧ୍ୟମରେ ମକଦ୍ଦମାକାରୀ ଏବଂ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବା ସହିତ ସହଯୋଗ କରିବା। ଏ ସମ୍ପର୍କରେ ସବିଶେଷ ବିବରଣୀ ପାଇଁ ତଥା ବିବାଦର ସମାଧାନ ପାଇଁ ଜିଲ୍ଲା ଆଇନ ସେବା ପ୍ରଧୀକାରଣର ସମ୍ମୁଖ କାର୍ଯ୍ୟାଳୟରେ ଖୁବ ଶୀଘ୍ର ଯୋଗାଯୋଗ କରିବା ପାଇଁ ଆଇନସେବା ପ୍ରଧୀକାରଣ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.