Home ଜିଲ୍ଲା ପରିକ୍ରମା ଭାରତବନ୍ଦ ମାଲକାନଗିରି ଜିଲ୍ଲାରେ ସଫଳ,ସ୍କୁଲ କଲେଜ,ବନ୍ଦ ଯାନବାହନ ଚଳାଚଳ ଠପ୍

ଭାରତବନ୍ଦ ମାଲକାନଗିରି ଜିଲ୍ଲାରେ ସଫଳ,ସ୍କୁଲ କଲେଜ,ବନ୍ଦ ଯାନବାହନ ଚଳାଚଳ ଠପ୍

341

ମାଲକାନଗିରି,୮ା୧(ଓଡିଆ ପୁଅ  ) ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ ୟୁନିୟନ,ଫେଡ୍ରେସନ ପକ୍ଷରୁ ୧୨ଦଫା ଦାବୀନେଇ ଓ ମୋଦିସରକାରଙ୍କ ବିରୋଧରେ ୧୨ଘଟିଂଆ ଭାରତ ବନ୍ଦ ଡାକରା ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରଭାବ ପଡିଛି । ଆଜି ସକାଳ ୬ଟା ଠାରୁ  ମାଲକାନଗିରି ଜିଲ୍ଲା ସିପିଆଇଏମ ସଂପାଦକ ବ୍ରଜମାଝୀ ଓ ଆଦିବାସୀ ଅଧିକାର ମଚଂର ଜରାଶବର ମାଢି ଙ୍କ ନେତୃତ୍ୱରେ ସିପିଆଆଇଏମ,କୃଷକସଭା, ଆଦିବାସୀ ବିକାଶ ମଚଂ,ଦଳିତ ମଚଂ,ସିଆଇଟିୟୁ ବିଭିନ୍ନ ସଂଗଠନର ଶତାଧିକ କର୍ମୀ, ବିଭିନ୍ନ ଗ୍ରାମର ଆଦିବାସି ମହିଳା, ପୁରୁଷ,ମାନେ ଏହି ବନ୍ଦ ଓ ହରତାଳରେ ଉପସ୍ଥିତ ରହି ବସଷ୍ଟାଣ୍ଡ,ବାଲିମେଳା ଛକ, କୋର୍ଟ ଛକ,ଡିଏନକେ ଛକ,ସୁବାଷବୋଷ ଛକ, କଲେଜ ଛକ ଠାରେ ପିକେଟିଂ କରି ଯାନବାହନ ଅଟକାଇ ରାସ୍ତାରୋକ କରିଥିଲେ । ବଡି ଚାଲିଥିବା ଆର୍ଥିକ ସଂଙ୍କଟ,ନାଗରୀକ ଅଧିକାର,ସମ୍ବିଧାନ ଉପରେ ଆକ୍ରମଣ,ଧର୍ମ ଭିତିରେ ଦେଶବାସୀଙ୍କୁ ବିଭାଜନ,ଶ୍ରମଜୀବୀ ଲୋକଙ୍କ ଅଧିକାର, ସବ ର୍ନିମ୍ମ ମଜୂରୀ ୨୧ହଜାରଟଙ୍କା, କୃଷି,କୃଷକ,କୃଷି ଶ୍ରମିକ ମାନଙ୍କ ସବ ର୍ନିମ୍ମ ସହାୟକ ମୂଲ୍ୟ ନିର୍ଦ୍ଦାରଣ ,କୃଷକ ମାନଙ୍କ ରୁଣ ଛାଡ,ରାଷ୍ଟ୍ରୀୟତଲାଭଦାୟକ ଉଦ୍ୟୋଗରୁ ପୁଜିଂ ପ୍ରତ୍ୟାହର,ଠିକା ବ୍ୟବସ୍ଥା ଓ ଆଉଟିସୋର୍ସିଂ ବନ୍ଦକରିବା,ଅଣସଂଗଠିତ କ୍ଷେତ୍ର ଶ୍ରମିକମାନଙ୍କ ପେନସନ,ଇଏସଆଇ ଆଦି ସାମାଜିକ ସୁରକ୍ଷା ଗ୍ୟାରେଟଂ, ଆଶା,ଅଙ୍ଗନ ଓ୍ୟାର୍ଡି,ପାଚିକା ଶ୍ରମିକ ମାନଙ୍କୁ ଶ୍ରମିକର ମର୍ଯ୍ୟଦା ଦେବା,ମୌଳିକ ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶି ପୁଜିଂ ବିନିଯୋଗ ବନ୍ଦକରିବା,ମୋଟର ଭେହିକିଲ ଆକ୍ଟ୧୯୮୮ର ସଂଶୋଧନ ବାତିଲ କରିବା, ବେକାରଙ୍କୁ ରୋଜଗାର ଦେବାପାଇଁ ବ୍ୟାପକ ନିଯୁକ୍ତ ସୃଷ୍ଟିକରିବା,ଆଦିବାସୀଙ୍କ ଜଳ,ଜଙ୍ଗଲ, ଜମି ଅଧିକାରୀ ସୁରକ୍ଷା ଦାବିନେଇ ଏହି ଭାରତ ବନ୍ଦ ଡାକରା ଦିଆଯାଇଥିଲା ।  ମାଲକାନଗିରି ଜିଲ୍ଲାକୁ ଚଳାଚଳକରୁଥିବା  ଯାନବାହନ ଚଳାଚଳା ବନ୍ଦରହିବାସହ ସରକାରି  ବେସରକାରି ଅଫିସ,ଦୋକାନବଜାର. ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ,ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ହୋଇଯାଇ ଥିବାରୁ ଜନ ସାଧାରଣ ନାହିଁ ନଥିବା ହଇରାଣ ହୋଇଛନ୍ତିା କାଲିମେଳା,ପିଡଆ,ମୋଟୁ,ଚିତ୍ରକୋଣ୍ଡା, କୋରକୁଣ୍ଡା, ଖଇରପୁଟ, ମାଥିଲି,ବାଲିମେଳା,ଗୋବିନ୍ଦପାଲି ସହ ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ଏହି ବନ୍ଦ ପାଳନ ହୋଇଛି । ଏହି ଭାରତ ବନ୍ଦ ଡାକରାରେ ଘରୋଇ ବସ ଓ ରାଜ୍ୟପରିବହନ ନିଗମ ବିଭାଗ ଛାନିଆ ହୋଇ ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରି ଓ ଘରୋଇ ବସ ଗୁଡିକ ବନ୍ଦ କରିଦେଇଛନ୍ତି ।  କେତକ ବସ ଜୟପୁର ଠାରେ ଅଟକି ରହିବାସହ ଅନ୍ୟ ବସଗୁଡିକ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଓ ବସ ଷ୍ଟାଣ୍ଡ ଠାରେ ଅଟକିରହିଥିଲା,ଅନେକ ଦୂରଗାମି ସରକାରି ଓ ଘରୋଇ ବସ ଗୁଡିକ ବନ୍ଦ ରହୁଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.