Home ଜିଲ୍ଲା ପରିକ୍ରମା ପଛୁଆ ଗାଁର ଆଗୁଆ ଆଦିବାସୀ ଝିଅ,ମାଲକନଗିରି ଏନଏସି ର ପୁର୍ବତନ ନିର୍ବାହୀ ଅଧିକାରୀ ଙ୍କ ଝିଅ...

ପଛୁଆ ଗାଁର ଆଗୁଆ ଆଦିବାସୀ ଝିଅ,ମାଲକନଗିରି ଏନଏସି ର ପୁର୍ବତନ ନିର୍ବାହୀ ଅଧିକାରୀ ଙ୍କ ଝିଅ ଓଏଏସ ରେ ଉତୀର୍ଣ୍ଣ

739

ମାଲକାନଗିରି,୮ା୧ (ଓଡିଆ ପୁଅ ) ପଛୁଆ ଗାଁର ଆଗୁଆ ଆଦିବାସୀ ଝିଅ, ଓଏଏସ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି ମାଲକାନଗିରି ଜିଲ୍ଲାର ପୁର୍ବତନ ଏନଏସି ନିର୍ବାହୀ ଅଧିକାରୀ ଠାକୁରଦାସ ହାଂସଦା ଙ୍କ ଝିଅ ତପସ୍ୱିନୀ ହାଂସଦା । ସେ ଓଏଏସ ପ୍ରକାଶିତ ତାଲିକାରେ ୧୭୪ତମ ସ୍ଥାନ ଅଧିକାର କରି ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କ ବାପା ଠାକୁରଦାସ ହାଂସଦା ଜଣେ ଆଲବମ କଳାକାର, ସେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ବିଜ୍ଞାପିତ ଅଚଂଳ ପରିଷଦରେ ନିର୍ବାହିଅଧିକାରୀ ଭାବେ କାର୍ଯ୍ୟକରି ଏନଏସି ଅଚଂଳର ଅଗ୍ରଗତି ସହିତ ଶାନ୍ତାଳୀ ସଂପ୍ରଦାୟ ଙ୍କ ବସ୍ତିରେ ବିଭିନ୍ନ ଉନ୍ନତି ମୁଳକ କାର୍ଯ୍ୟସହ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟାକ୍ରମ କରି ସମସ୍ତଙ୍କର ପ୍ରୀୟଭାଜନ ହୋଇଥିଲେ  । ତପସ୍ୱିନୀ ହାଂସଦା ଏବେ ବୁର୍ଲା ରେ ଏମ ଟେକ କରୁଛନ୍ତି । ଜଣେ ଶାନ୍ତିଳୀ ଆଦିବାସୀ ସଂପ୍ରଦାୟର ଝିଅ ଓଏଏସ ପାଇଥିବାରୁ ମାଲକାନଗିରି ଜିଲ୍ଲାରେ ଥିବା ଏମଭି୨,ଏମଭି୩,ଏମଭି୫ ଶାନ୍ତାଳୀ ଗ୍ରାମବାସୀ ଓ  ମାଲକାନଗିରି ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଠାକୁରଦାସ ହାଂସଦା ଜଣେ ଶାନ୍ତାଳୀ ଅଦିବାସୀ ସଂପ୍ରଦାୟର ତାଙ୍କ ନିଜଘର ମୟୁରଭଜଂ ଜିଲ୍ଲା  କୁସୁମିବ୍ଲକସ୍ଥ ଜାନୁମଘୁଟୁ ଗ୍ରାମରେ । ତପସ୍ୱିନୀ ଏହି କୃତକାର୍ଯ୍ୟପାଇଁ ନିଜର ପିତା ମାତା, ସାଙ୍ଗସାଥୀ ସମେତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଆଗାମୀ ଦିନରେ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଚଂଳରେ ଗରିବଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟକରିବେ ବୋଲି କହିଛନ୍ତି । ତପସ୍ୱିନୀଙ୍କ  ଏହି ସଫଳତା ପାଇଁ ତାଙ୍କ ନିଜ ଗାଁ ସହିତ ମାଲକାନଗିରି ରେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.