Home ଜିଲ୍ଲା ପରିକ୍ରମା ଭାଗୀରଥି ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଭାଗୀରଥି ଚିକିତ୍ସାରେ ଅର୍ଥ ସାଜିଛି ବାଧକ

12

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଖଣ୍ଡତଡା ପଞ୍ଚାୟତ ରଘୁବିନ୍ଧା ଗ୍ରାମରେ ଭାଗୀରଥି ଜେନା (୪୬) । ପରିବାର କହିଲେ ସ୍ତ୍ରୀ ପ୍ରମିଳା ଜେନା ଏବଂ କୁନି କୁନି ଦୁଇପୁଅ ସ୍କୁଲରେ ପାଠ ପଢୁଛନ୍ତି । ଭାଗୀରଥି ଜଣେ ଦିନ ମଜୁରିଆ ଭାବେ ଗାଁ ଗାଁରେ କାମ କରି ନିଜର ପରିବାର ପୋଷଣ କରନ୍ତି । କିନ୍ତୁ ଗାଁରେ କିଛି କାମ ନମିଳିବାରୁ ସେ ସାତ ମାସ ତଳେ ସୁଦୂର ସିକନ୍ଦରବାଦ ପଳେଇ ଯାଇଥିଲେ । ସେଠାରେ ସିକ୍ୟୁରିଟି ଗାର୍ଡ ଭାବେ ଏକ ପ୍ରାଇଭେଟ୍ କଂପାନୀରେ କାର୍ଯ୍ୟ କରୁଥିଲେ । କିନ୍ତୁ ଦୁଇମାସ ତଳେ ଶୋଇଥିବା ସମୟରେ ହଠାତ୍ ତାଙ୍କର ଦେହର ରକ୍ତଚାପ ବଢିଯିବାରୁ ସେ ସିକନ୍ଦରାବାଦ ଏକ ସରକାରୀ ମେଡିକାଲରେ ଚିକିତ୍ସା ହୋଇଥିଲେ । ଧୀରେ ଧୀରେ ରକ୍ତଚାପ କମିବାରେ ବାମ ପାଶ୍ୱର୍ ଅକାମୀ ହୋଇଗଲା । ଡକ୍ଟର ପରାମର୍ଶ କରିବାରୁ ଏହା ପାରାଲିସିସ୍ ବୋଲି କହିଲେ । ସେଠାରେ ଦେହ ଅଧିକ ଅସୁସ୍ଥ ହେବାରୁ ସେ ନିଜ ଗାଁ ରଘୁବିନ୍ଧାକୁ ପଳାଇଆସିବା ପରେ କଟକରେ ଥିବା ଏକ ବେସରକାରୀ ମେଡିକାଲରେ ଚିକିତ୍ସିତ ହେଲେ । କିନ୍ତୁ ବେସରକାରୀ ମେଡିକାଲରେ ଟଙ୍କା ଅଧିକ ଦରକାର ପଡିବାରୁ ଭାଗୀରଥି ଆଉ ଟଙ୍କା ଦେଇପାରିଲେ ନାହିଁ । ସେ ପୁଣି ନିଜ ଘରକୁ ଫେରିଆସିଲେ । ହେଲେ ଅର୍ଥ ଅଭାବରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଭାଗୀରଥି । ତେଣୁ ଟଙ୍କା ଅଭାବ ହେତୁ ଚିକିତ୍ସା ହୋଇପାରୁନାହିଁ । ତେଣୁ ତାଙ୍କ ସ୍ତ୍ରୀ ସମସ୍ତଙ୍କ ପାଖରେ ହାତଯୋଡି ଗୁହାରି କରିଛନ୍ତି ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟର ହାତ ବଢାନ୍ତି, ତାଙ୍କର ସ୍ୱାମୀ ପୁଣି ସୁସ୍ଥ ହୋଇ ପରିବାର ପୋଷଣ କରିବା ସହିତ ପିଲା ଦୁଇଟିକୁ ପାଠ ପଢାଇପାରନ୍ତେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.