Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଜାତୀୟସେବା ଶିବିର ଉଦ୍‌ଘାଟିତ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଜାତୀୟସେବା ଶିବିର ଉଦ୍‌ଘାଟିତ

9

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ଛାତ୍ରଛାତ୍ରୀଙ୍କୁ ସେବା ମାଧ୍ୟମରେ ମାନବର ଧର୍ମ ଚରିତାର୍ଥ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ନିସ୍ୱାର୍ଥପର ହୋଇ ସମାଜ ପାଇଁ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପୋଗ୍ରାମ ଅଫିସର ତଥା ରାଜନୀତି ବିଜ୍ଞାନର ମୁଖ୍ୟ ପ୍ରଫେସର ସୁଦର୍ଶନ ଦାସ ଶିବିର ସଂଚାଳନ କରିଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ , ସ୍ୱାସ୍ଥ୍ୟ ସଚେତନତା ଏବଂ ଆଦିବାସୀ ଗ୍ରାମାଞ୍ଚଳରେ ସର୍ଭେ ସଂପାଦନ କରିଥିଲେ । ଶିବିରରେ ଅନୁଷ୍ଠିତ ନୃତ୍ୟ, ସଂଗୀତ ଓ ତର୍କ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଉଦ୍‌ଯାପନୀ ସଭାରେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ସାମାଜିକ ନେତୃତ୍ୱରେ ଯୁବ ସମାଜର ଭୂମିକା ସମ୍ବନ୍ଧରେ ଆଲୋଚନା କରିଥିଲେ । ନିଃସ୍ୱାର୍ଥପର ତ୍ୟାଗ ମନୋଭାବ ପୂର୍ବକ ସେବା ପ୍ରଦାନ ପାଇଁ ଯୁବପିଢି ଆଗେଇ ଆସିଲେ ସମାଜର ପରିବର୍ତ୍ତନ ସହ ଅବହେଳିତଙ୍କ ସମସ୍ୟା ସମାଧାନ ହୋଇପାରିବ ବୋଲି ଉପସ୍ଥିତ ଅଧ୍ୟାପକଗଣ ତଥା ଗିରିଶ ଚନ୍ଦ୍ର ପ୍ରଧାନ ଓ ପ୍ରଫୁଲ୍ଲ କୁମାର ବାରିକ ମତ ପ୍ରକାଶ କରିବା ସହ କାର୍ଯ୍ୟକ୍ରମର ସଫଳତା ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.