Home ଅପରାଧ ଭାଇବୋହୂର ଟାଙ୍ଗିଆ ଚୋଟରେ ଦେଢ଼ଶୁର ଗୁରୁତର

ଭାଇବୋହୂର ଟାଙ୍ଗିଆ ଚୋଟରେ ଦେଢ଼ଶୁର ଗୁରୁତର

412

ତେଲକୋଇ, ୨୫ ଡିସେମ୍ବର (ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁରେ ଜମିଜମା ବିବାଦକୁ ନେଇ ହଣାକଟା ଜଣେ ଗୁରୁତର। ସୂଚନା ଅନୁଯାୟୀ ବଡଭାଇ ସୁକଦେବ ନାୟକ ଓ ପଦ୍ମଚରଣ ନାୟକ ଙ୍କ ମଧ୍ୟରେ ଦୀର୍ଘଦୀନ ହେବ ଜମିବାଡିକୁ ନେଇ ବିବାଦ ଲାଗିରହିଛି। ଗତ କିଛି ମାସ ତଳେ ବଡଭାଇ ଶୁକଦେବ ସାନଭାଇ ପଦ୍ମଚରଣ ଘରେ ନଥିବା ବେଳେ ସାନ ଭାଇବୋହୂଙ୍କୁ ଜମିଜମା ବିବାଦକୁ ନେଇ ମୁଣ୍ଡଚୁଟି ଧରୀ ଉଲଗ୍ନ କରି ଗାଁ ଦାଣ୍ଡରେ ମାଡ ମାରିଥିଲେ।ଏନେଇ ପଦ୍ମଚରଣଙ୍କ ସ୍ତ୍ରୀ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ ଚାପରେ ହେଉ କି ଅନ୍ୟ କୌଣସୀ କାରଣ ହେଉ ଶୁକଦେବଙ୍କ ଉପରେ କୌଣସୀ କାର୍ଯ୍ୟାନୁଷ୍ଠାନ ନେଇନଥିଲା।ଶୁକଦେବଙ୍କୁ ଗାଁରୁ ଆଣି ତେଲକୋଇ ବଜାରରେ ଛାଡିଦେଇଥିଲା, ଏବଂ ଫେରାର ହେବା ପାଇଁ ସୁଯୋଗ ଦେଇଥିଲା ବୋଲି ପଦ୍ମଚରଣ ଭାବିନେଇଥିଲେ। ଯାହାକୁ ନେଇ ପଦ୍ମଚରଣ ଓ ତାଙ୍କ ସ୍ତ୍ରୀ ଉତ୍‌କ୍ଷିପ୍ତ ହୋଇ ପଡିଥିଲେ। ସୁଯୋଗ ମିଳିଲେ ପ୍ରତିଶୋଧ ନେବାପାଇଁ ଚାହିଁ ବସିଥିଲେ। ଗତକାଲି ପୁଣି ଜମିଜମାକୁ ନେଇ ଝଗଡା ଆରମ୍ଭ ହୋଇଥିଲା। ଏନେଇ ଶୁକଦେବ ଓ ତାଙ୍କ ସ୍ତ୍ରୀ ତେଲକୋଇ ଥାନାରେ ଅଭିଯୋଗ କରିବା ପାଇଁ ଆସି ସଧ୍ୟାଂ ବେଳେ ଘରକୁ ଫେରିଥିଲେ। ସୁଯୋଗକୁ ଅପେକ୍ଷା କରିଥିବା ଭାଇବହୁ ଓ ସାନଭାଇ ଶୁକଦେବ ଏକୁଟିଆ ଥିବା ବେଳେ ତାଙ୍କୁ ଘରପାଖ ଅନ୍ଧାରୀ ଜଙ୍ଗଲକୁ ଟାଣି ନେଇଥିଲେ ଏବଂ ଶୁକଦେବଙ୍କୁ ଟାଙ୍ଗିଆରେ ଚୋଟ ପରେ ଚୋଟ ପକାଇଚାଲିଲେ।ଏବଂ ମୁର୍ମୁଷୁ ଅବସ୍ଥାରେ ତାଙ୍କୁ ଛାଡି ଚାଲିଆସିଥିଲେ। ଜୀବନ ବିକଳରେ ଶୁକଦେବ ଗୁରୁଣ୍ଡି ଗୁରୁଣ୍ଡି ଘରକୁ ପହଚିଂବାପରେ ଘର ଲୋକେ ତାଙ୍କୁ ତେଲକୋଇ ମେଡିକାଲ ନେଇଥିଲେ।ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କେନ୍ଦୁଝରକୁ ପଠାଇଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.