Home ଓଡ଼ିଶା ଚୋରି ଅଭିଯୋଗରେ ୨ ଯୁବକ ଗିରଫ

ଚୋରି ଅଭିଯୋଗରେ ୨ ଯୁବକ ଗିରଫ

341

ପାଟଣା ୨୫-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) – ପାଟଣା ଥାନା ଗଣ୍ଡବେଡା ଗ୍ରାମରୁ ଡିଜେ ମେସିନ ଚୋରି ଅଭିଯୋଗ ରେ ଗୋରାଣ୍ଡିଯୋଡି ଗ୍ରାମର ଦୁଇଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ଯୁବକ ହେଲେ ଗୋରାଣ୍ଡି ଯୋଡି ଗ୍ରାମର ପରବାସିଆ ବେହେରା ଙ୍କ ପୁଅ କୁନା ବେହେରା(୨୨) ଏବଂ ପ୍ରଦୀପ ବେହେରା ଙ୍କ ପୁଅ ସାଗର ବେହେରା।ସୋମବାର ବିଳମ୍ବିତ ରାତିରେ ଦୁଇ ଯୁବକ ତପନ ନାଏକଙ୍କ ଘରର ଟାଇଲ ଭାଙ୍ଗି ଡିଜେ ମେସିନ ନେଇଯାଉଥିବା ବେଳେ ଶବ୍ଦ ପାଇଁ ତପନ ଉଠି ଗ୍ରାମବାସୀ ଙ୍କୁ ଡାକ ପକାଇଥିଲେ ଗ୍ରାମବସୀ ପହଞ୍ଚି ଦୁଇ ଜଣଙ୍କୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ ଖବର ପାଇ ପାଟଣା ଥାନା ଏ, ଏସ, ଆଇ ଏସ, ଏନ, ବିଶୋଇ ଘଟଣା ସ୍ଥଳରେ ପହଞ୍ଚି ଚୋରି ସାମଗ୍ରୀ ଜବତ କରିବା ସହିତ ଚୋରି ପାଇଁ ବ୍ୟବହୃତ ହୋଇଥିବା ଏକ ବାଜଜ୍ ସି, ଟି, ୧୦୦ ଗାଡିକୁ ଜବତ କରି ଦୁଇ ଜଣଙ୍କୁ ଥାନା ଆଣି ୨୧୨/୧୯ ରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.