Home ଜିଲ୍ଲା ପରିକ୍ରମା ଭଦ୍ରକ : ୨୦୯ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭଦ୍ରକ : ୨୦୯ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

47

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏଥି ସହିତ ଆଉ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ଏହା ପରେ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୧୯ ହଜାର ୯୧୪ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧ ହୋଇଛି । ଏହି ସମୟ ମଧ୍ୟରେ ୧୭ ହଜାର ୪୦୧ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆଉ ୨୪୭୨ଜଣ ସକ୍ରିୟ ଆକ୍ରାନ୍ତ ଜିଲ୍ଲାରେ ରହିଥିବା ସୂଚନା ମିଳିଛି । ଚିହ୍ନଟ ୨୦୯ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୨୪ଜଣ ଚିହ୍ନଟ ହୋଇଛନ୍ତି । ଆଉ ସେମାନେ ଆରୁହା, ଅରଣ୍ଡୁଆ, ପଦ୍ମପୁର, ସୁଦର୍ଶନପୁର, ଆନ୍ଦୋଳା, ବାଲିମେଦ, ବିଦେଇପୁର, ଚୁଡାମଣି, କିସ୍ମତ କୃଷ୍ଣପୁର, ଲୁଙ୍ଗା, ନାଇକାଣିଡିହି, ନୂଆଗାଁ ଓ ସୁଗୋ ଗ୍ରାମର । ସେହିପରି ବାସୁଦେବପୁର ପୌରପାଳିକାର ୧୩ନଂ ୱାର୍ଡରୁ ୨ଜଣ ଚହ୍ନଟ ହୋଇଛନ୍ତି । ଭଦ୍ରକ ପୌରପାଳିକାରୁ ଚିହ୍ନଟ ୧୫ଜଣ ଆକ୍ରାନ୍ତମାନେ ବାଇପାସ୍‌, ଜାନୁଗଞ୍ଜ, ବଙ୍କସାହି, କୁଆଁସ, ଜଗନ୍ନାଥପୁର, ମୋଟଲ ଛକ ଅଞ୍ଚଳର । ତିହିଡ଼ି ବ୍ଲକ ଅଞ୍ଚଳରୁ ଚିହ୍ନଟ ୧୭ଜଣ ହେଲେ ସୟା, କାନପୁର, ବାରୋ, ଭାଟପଡା, ଦୋଳସାହି, ଜାମଯୋଡି, କାଁପଡା, ମୁକୁନ୍ଦପୁର, ସିନ୍ଦୋଳ ଓ ତାଳପଦା ଗ୍ରାମର । ବନ୍ତ ବ୍ଲକର ୨୬ଜଣ ହେଉଛନ୍ତି ଆଡିଆ, ବନ୍ତ, ନୂଆପଡା, ଚାରିଗାଁ, ତରାଗୋ, ଗୋପିନାଥପୁର, କାଦବରାଙ୍ଗ, ଷେଣ୍ଢତୀରା, ତୋଡଙ୍ଗା, ଏରଝାଟିଆ, ରାମକୃଷ୍ଣପୁର ଓ ଗଣିଜାଙ୍ଗ ଗ୍ରାମର । ଚାନ୍ଦବାଲି ବ୍ଳକର ଗୋପାଳବିନ୍ଧା, ଗୋବିନ୍ଦପୁର, ନଳଗୋହିରା, ଦୋସିଙ୍ଗା, ବାଲିପଦା, ଖଦାଳପୋଖରୀ, ଜାଗୁଳା, କରଞ୍ଜମାଳ, କରଣପଲ୍ଲୀ, କଇଥଖୋଲା ଗ୍ରାମର ମୋଟ ୨୦ଜଣ, ଧାମନଗର ବ୍ଲକର ପଧାନୀ, ମୁସ୍ତାଫାପୁର, ଚୁଡାକୁଟି, ବମକୁରା, ଭଟସାହି, ଫତେପର,ଗଢିଆଳି, ଜଳମଣ୍ଡୁଆ ଓ ମଙ୍ଗଳପୁର ଗ୍ରାମରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ଧାମନଗର ଏନ୍‌ଏସିର ୧୧ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକ ଅଞ୍ଚଳରୁ ଚିହ୍ନଟ ୪୩ଜଣ ହେଲେ ତେଲନଗା, ଅଣ୍ଢେଇପଲ୍ଲୀ, ବନ୍ଧଗାଁ, ନଳାଙ୍ଗ, କେଦାରପୁର, କୋରକୋରା, ଓଲଙ୍ଗ, ବାଣିତିଆ, ବେନ୍ତାଳ, ଦୈସିଂ, ଗୋରାମାଟି, ଗୁଜିଦରଡା, କଲେଇ, ପରିସିଂଗା, ରାହାଞ୍ଜ, ଆଟୋ ଗ୍ରାମର । ସେହିପରି ଭଣ୍ଡାରିପୋଖରୀ ବ୍ଲକର ତେସିଂଗା, ନାଆମୀ, ରାମଚନ୍ଦ୍ରପୁର, ବନ୍ଦାଳୋ, ବିଷ୍ଣୁପୁର ଗ୍ରାମରୁ ୭ଜଣ, ଚାନ୍ଦବାଲି ଏନ୍‌ଏସିର ୱାର୍ଡ ନଂ ୧୫ ଓ ୭ରୁ ୨ଜଣ । ଅନ୍ୟ ଜିଲ୍ଲାର ୩ଜଣ ଆକ୍ରାନ୍ତ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଞ୍ଚଳର, ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାର ୩୬ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.