Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ଓ ମହିଳା ମହାବିଦ୍ୟାଳୟର ଏବିଭିପିର ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀ ଘୋଷଣା

ଭଦ୍ରକ ସ୍ୱୟଂଶାସିତ ଓ ମହିଳା ମହାବିଦ୍ୟାଳୟର ଏବିଭିପିର ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀ ଘୋଷଣା

1

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଭଦ୍ରକ ପକ୍ଷରୁ ଆସନ୍ତା ଛାତ୍ର ସଂସଦ ନିର୍ବାଚନ ପାଇଁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପଦବୀ ନିମନ୍ତେ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି।ଆଜି ସନ୍ଧ୍ୟାରେ ଭଦ୍ରକର ସୀତାରାମ କଲ୍ୟାଣ ମଣ୍ଡପ ଠାରେ ଜିଲା ସଂଯୋଜକ ଓମ୍‌କାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇଛି। ଭଦ୍ରକ କଲେଜ ଛାତ୍ର ସଂସଦ: ସଭାପତି ଭାବେ ମିଲନ ମିଶ୍ର, ଉପ-ସଭାପତି ଆଶୁତୋଷ ନାଥ, ସାଧାରଣ ସମ୍ପାଦକ ଚନ୍ଦନ ମହାପାତ୍ର, ସହ-ସମ୍ପାଦିକା ରାଜଲକ୍ଷ୍ମୀ ଜେନା, ଡ୍ରାମାଟିକ୍ ସୋସାଇଟି : ସମ୍ପାଦିକା ସୁସ୍ମିତା ସାମଲ, ସହ-ସମ୍ପାଦିକା ଦୀପାଳି ସାମଲ, ଛାତ୍ର କମନ୍ ରୁମ୍ : କମନ୍ ରୁମ୍ ସମ୍ପାଦକ ଆକାଶ ପାଢ଼ୀ, କମନ୍ ରୁମ୍ ସହ-ସମ୍ପାଦିକା ଶୁଭଶ୍ରୀ ଦେବାର୍ଚ୍ଚନା, ଆଥଲେଟିକ୍ ଆସୋସିଏସନ୍ : ସମ୍ପାଦକ ସନାତନ ସେଠୀ, ସହ-ସମ୍ପାଦକ ରୁଦ୍ର ମାଧବ ଦାସ, ଡିଏସଏ ସମ୍ପାଦକ ଶୁଭାଶିଷ ପଣ୍ଡା, ସହ-ସମ୍ପାଦକ ରିତେଶ ବେହେରା , ବିଜ୍ଞାନ ସମିତି ସମ୍ପାଦିକା ଲିପ୍ସା ସେଠୀ, ସହ-ସମ୍ପାଦକ ଶୁଭମ୍ କୁମାର ଜେନା, ବାଣିଜ୍ୟ ସମିତି ସମ୍ପାଦକ ରାଧାକାନ୍ତ ଜେନା, ସହ-ସମ୍ପାଦକ ପ୍ରିୟବ୍ରତ ସାହୁ, ଏସଏସଜି ସମ୍ପାଦିକା ସ୍ୱପ୍ନାରାଣୀ ସାହୁ, ସହ-ସମ୍ପାଦକ ବିଭୂତି ମଲ୍ଲିକ। ସେହିଭଳି ଭଦ୍ରକ ମହିଳା ମହାବିଦ୍ୟାଳୟର ଏବିଭିପିର ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀ ଘୋଷଣା କରିଛି। ସଭାପତି ଭାବେ ଜିଜ୍ଞାସା ସେନାପତି, ଉପ-ସଭାପତି ତିଳୋତମା ମଲ୍ଲିକ, ସମ୍ପାଦିକା ମଧୁସ୍ମିତା ପୁହାଣ, ସହ-ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ଡ୍ରାମାଟିକ୍ ସୋସାଇଟି ସମ୍ପାଦିକା: ପୂର୍ଣ୍ଣିମା ଜେନା, ଡ୍ରାମାଟିକ୍ ସୋସାଇଟି ସହ-ସମ୍ପାଦିକା;: ପ୍ରଜ୍ଞା ମଲ୍ଲିକ, ଆଥଲେଟିକ୍ ସମ୍ପାଦିକା: ଋତୁପ୍ରଭା ବଳ, ଆଥଲେଟିକ୍ ସହ-ସମ୍ପାଦିକା: ପଦ୍ମାବତୀ ମଲ୍ଲିକ, ଗାର୍ଲସ୍ କମନ୍ ରୁମ୍ ସମ୍ପାଦିକା: ଶୁଭସ୍ମିତା ପଣ୍ଡା, ଡିଏସଏ ସମ୍ପାଦିକା:ଶ୍ରାବଣୀ ସେନାପତି, ଡିଏସଏ ସହ-ସମ୍ପାଦିକା:ସାନିଆ ଜେନା, ଏସଏସଜି ସମ୍ପାଦିକା:ସରସ୍ୱତୀ ଦାସ, ଏସଏସଜି ସହ-ସମ୍ପାଦିକା:ଦେବଯାନୀ ମଲ୍ଲିକ ଓ ସମ୍ପାଦିକା ଭାବେ ସୁଭଦ୍ରା ଜେନା ପ୍ରାର୍ଥିୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.