Home ଜିଲ୍ଲା ପରିକ୍ରମା ବିଜେପି ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଜନ୍ମଦିନରେ ଚାରାରୋପଣ କାର୍ଯ୍ୟକ୍ରମ

ବିଜେପି ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଜନ୍ମଦିନରେ ଚାରାରୋପଣ କାର୍ଯ୍ୟକ୍ରମ

1

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବିଜେପି ସାହାଡ଼ାସୁନ୍ଦରୀ ମଣ୍ଡଳ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କର ୩୧ ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ମଣ୍ଡଳ ତରଫରୁ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ପୂର୍ବାହ୍ନରେ ସିନ୍ଦୋଳ ପଂଚାୟତ ଅଧିନ ଆରୁହା-ଗନ୍ଧର୍ବ ପୋଖରୀଗ୍ରାମ ରାସ୍ତା ପାର୍ଶ୍ୱରେ ବିଭିନ୍ନ ପ୍ରକାର ୩୧ଟି ଚାରା ରୋପଣ କରା ଯାଇଥିଲା । ମଣ୍ଡଳ ସଭାପତି କେଶବ ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ସରୋଜ ନାୟକ, ଦେବେନ୍ଦ୍ର ମହାନ୍ତି, ନାରାୟଣ ପୃଷ୍ଟି, ପ୍ରତାପ ଜେନା, ଦେବବ୍ରତ ପାଢ଼ୀ, ଅମୂଲ୍ୟ ସେନାପତି, ହରିଶ୍ଚନ୍ଦ୍ର ନାୟକ, ପରିଚୟ ନାୟକ, କେଶବ କୁଣ୍ଡ, ଯଦୁମଣି ପାଣିଗ୍ରାହୀ, କାହ୍ନୁ ଚରଣ ଶତପଥି, ମୁକ୍ତିକାନ୍ତ ଗୋଚ୍ଛାୟତ, ବାବୁନୀ ମଲ୍ଲିକ, ଗଣେଶ କର, ନାରାୟଣ ଚନ୍ଦ୍ର ପୃଷ୍ଟି, ସରୋଜ ନାୟକ, ସୁରେଶ ପାତ୍ର, ଦେବେନ୍ଦ୍ର ବାରିକ, ବ୍ରଜମୋହନ ପାଣି, ପାର୍ଥ ସାରଥି ପୃଷ୍ଟି, ବଳରାମ ବାରିକ, ଉମାକାନ୍ତ ପରିଡା, ନୃସିଂହ ନାୟକ, ସୁବାସ ମୁଦୁଲି, ବଳରାମ ବାରିକ, ନାରାୟଣ ବାରିକ, ଖଗେଶ୍ୱର ପରିଡା, ନିରଞ୍ଜନ ନାୟକ, ସୁବାସ ଜେନା, ବିଷ୍ଣୁମୋହନ ବାରିକ, ସରୋଜ ରାଉତ ଓ ଅମିର ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସନ୍ଧ୍ୟାରେ ତିହିଡି କଲେଜ ଛକସ୍ଥିତ ଶାନ୍ତି ଆଶ୍ରମର ଅନ୍ତେବାସୀଙ୍କୁ ମିଷ୍ଠାନ ବଂଟନ କରାଯିବା ସହିତ ସୟା ପଂଚାୟତର ବୁଢ଼ା ମହାଦେବଙ୍କ ପୀଠରେ ମନ୍ତ୍ରୀ ସୂରଜଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇ ପ୍ରଦୀପ ପ୍ରଜ୍ୱଳନ କରା ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.