Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

55

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ(ପୂର୍ବତନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ)ରେ ନୂତନ ପ୍ରଧାନଶିକ୍ଷକ ଭାବେ ପ୍ରିୟଙ୍କା ପ୍ରିୟଦର୍ଶୀନୀ ନାୟକ ଯୋଗଦାନ କରିଛନ୍ତି । ଓଡିଶା ସରକାରଙ୍କ ଲୋକସେବା ଆୟୋଗ ପରିଚାଳିତ ଓଡିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୧୬୦ ପରିକ୍ଷାର୍ଥୀଙ୍କ ମଧ୍ୟରେ ୨୦ କ୍ରମାଙ୍କରେ କୃତିତ୍ୱ ଅର୍ଜନକରି ପ୍ରିୟଙ୍କା ସଫଳତା ପ୍ରାପ୍ତ ହୋଇଥିଲେ । ଏକଦା ଉକ୍ତ ବିଦ୍ୟାଳୟରୁ ୨୦୦୯ ମସିହାରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତୀର୍ଣ୍ଣ ହେବାସହ ଉକ୍ତ ବିଦ୍ୟାଳୟରେ ଛାତ୍ରୀନିବାସରେ ୩ ବର୍ଷ ରହି ଅଧ୍ୟୟନ କରି ପୁନଶ୍ଚ ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦାନ କରିବାର ଗୌରବ ଅର୍ଜନ କରିଥିବାରୁ ଅଭିବାବକ ଓ ଜନସାଧାରଣରେ ଏହାକୁ ସ୍ୱାଗତ କରିଛନ୍ତି । ନୂତନ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦ୍ୱାରା ଏକ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୂତନ ପ୍ରଧାନ ଶିକ୍ଷକ ପ୍ରିୟଙ୍କା ଛାତ୍ରଛାତ୍ରୀଙ୍କୁ ନିଜର ସ୍ୱପ୍ନ ସାକର କରିବା ପାଇଁ ପରିଶ୍ରମ କରିବା ସହ ସମାଜରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ନିଜେ ଅଧ୍ୟୟନ କରିଥିବା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କର୍ଯ୍ୟକରିବାର ସୁଯୋଗ ପାଇଥିବାରୁ ନିଜକୁ ଗୌରୋବାନ୍ନିତ ମନେ କରିବା ସହ ବିଦ୍ୟାଳୟର ସର୍ବାଂଗିିନ ଉନ୍ନ୍‌ତି କରିବାରେ ସମସ୍ତ ପ୍ରଚେଷ୍ଟା କରିବାକୁ ମତଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରିବା ସହ ବିଦ୍ୟାର୍ଥୀଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.