Home ଜିଲ୍ଲା ପରିକ୍ରମା ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା

ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ସଭା

23

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଅଗରୱାଲା ପ୍ୟାଲେସ୍ ସଭାଗୃହରେ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ଆନୁକୂଲ୍ୟରେ ମଞ୍ଚର ସ୍ଥାୟୀ ସଭାପତି ଆଇନଜୀବୀ ନିରାକାର ଜେନାଙ୍କ ପୌରୋହିତ୍ୟରେ ବରିଷ୍ଠ ସମାଜସେବୀ ଓ ରୋଟାରିଆନ୍ ଡ. ଶିଶିର କୁମାର ମିଶ୍ରଙ୍କୁ ଛତିଶଗଡ଼ର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ସମାଜସେବା ପାଇଁ “ଡକ୍ଟରେଟ୍‌” ଉପାଧି ପ୍ରଦାନ କରିଥିବାରୁ ଚରମ୍ପା ସାହିତ୍ୟ ମଞ୍ଚ ତରଫରୁ ଡ. ମିଶ୍ରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ପାଦକ ବାବୁଲାଲ ଦାସ ମଞ୍ଚ ପରିଚାଳନା କରିଥିଲାବେଳେ ସ୍ୱାଗତ ଭାଷଣ ଉପସଭାପତି ଆଇନ୍‌ଜୀବୀ କୁଳମଣି ବେହେରା ପ୍ରଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ସୀତାକାନ୍ତ ଦାସ । ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମର ଭାଇ ଓ ଭଉଣୀ, ଚରମ୍ପା ସରସ୍ୱତୀ ଶିଶୁ ମନ୍ଦିରର ଗରୁମା ଓ ଗୁରୁଜୀ, ତରୁଣ ପାଠାଗାର, ମିଶ୍ର ପରିବାରର ସଦସ୍ୟବୃନ୍ଦ, ବନ୍ଧୁ, ଶୁଭେଛୁ ବ୍ୟକ୍ତି ବିଶେଷ ତଥା ବହୁ ଅନୁଷ୍ଠାନ ଡ. ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଚରମ୍ପା ବରିଷ୍ଠ ନାଗରିକ ସଂଘର ସଭାପତି ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଶଶଧର ମହନୀ, ଅମିତ୍ ମଲ୍ଲିକ, ରାଜକିଶୋର ମିଶ୍ର, ରୋଟାରିଆନ୍ ଇନ୍ଦ୍ରଜିତ୍ ସାହୁ, ରୋଟାରିଆନ୍ ସନାତନ ଯେନା, ପ୍ରଦୀପ ବେହେରା ଆଦି ତାଙ୍କର ଉତ୍ତରଭୋର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ । ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ ତରଫରୁ ମାନପତ୍ର ଓ ଉପଢୌକନ ଦିଆଯାଇ ତାଙ୍କର କୃତିପାଇଁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ସମ୍ବର୍ଦ୍ଧିତ ଡ. ମିଶ୍ର ତାଙ୍କ ଉତ୍ତରରେ ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସଂଗେ ସଂଗେ ଗୁରୁ ଗୁରୁଜନମାନଙ୍କଠାରୁ ଅଶୀର୍ବଚନ ତଥା ସାଙ୍ଗସାଥୀ, ଭାଇଭଉଣୀଙ୍କ ଠୁଁ ସମାଜ ସବାରେ ବ୍ରତୀ ହେବା ପାଇଁ ସହଯୋଗ କାମନା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସହଯୋଗୀ ଅଶୋକ କୁମାର ବିଶ୍ୱାଳ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.