Home ଜିଲ୍ଲା ପରିକ୍ରମା ଭଦ୍ରକ : ଯୁବକଙ୍କ ଆତ୍ମହତ୍ୟା

ଭଦ୍ରକ : ଯୁବକଙ୍କ ଆତ୍ମହତ୍ୟା

59

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରହଣିଆ ଗ୍ରାମର ହରିହର ପରିଡା(୩୨) ବେକରେ ରଶୀ ଲଗାଇ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାଯାଇଛି । ପୂର୍ବାହ୍ନ ୧୧.୩୦ ମି. ସମୟରେ ଶୋଇବା ଘର କବାଟ ବନ୍ଦ କରି ଫ୍ୟାନରେ ରଶୀ ଦେଇଥିଲେ । ଖାଦ୍ୟ ପାଇଁ ପରିବାର ଲୋକେ ଡାକିଥିଲେ । ନଶୁଣିବାରୁ କବାଟ ଭାଙ୍ଗିି ହରିହରକୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାଜପୁରଟାଉନ ଥାନାରେ ୭୫/୨୦ ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ହରିହର ଗତ ଚାରି ମାସ ପୂର୍ବେ ହରିହର ନିଜ ଗ୍ରାମରେ ପ୍ରେମ ବିବାହ କରିଥିଲେ । ସେ ସୈନ୍ୟବାହିନୀରେ ସିପାହୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ । ଘରୋଇ କଳି ଆତ୍ମହତ୍ୟା କାରଣ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.