Home ଜିଲ୍ଲା ପରିକ୍ରମା ଭଦ୍ରକ ମୋଚି ଛକ – ମା ଭଦ୍ରକାଳୀ ରାସ୍ତା ଯୋଗାଯୋଗ ବିଛିନ୍ନ ନେଇ ଜନ ଅସନ୍ତୋଷ

ଭଦ୍ରକ ମୋଚି ଛକ – ମା ଭଦ୍ରକାଳୀ ରାସ୍ତା ଯୋଗାଯୋଗ ବିଛିନ୍ନ ନେଇ ଜନ ଅସନ୍ତୋଷ

4
filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: null; delta:null; bokeh:0; module: photo;hw-remosaic: false;touch: (-1.0, -1.0);sceneMode: 7864320;cct_value: 0;AI_Scene: (12, 0);aec_lux: 306.0;aec_lux_index: 0;albedo: ;confidence: ;motionLevel: 65536;weatherinfo: weather?null, icon:null, weatherInfo:100;temperature: 34;

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜବରଦଖଲ ସାଙ୍ଗକୁ ବର୍ଷା ଋତୁ ପୂର୍ବରୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଡ୍ରେନ ଗୁଡିକ ସଫା କରା ନଜିବାରୁ ଚଳିତ ବର୍ଷ ର ସଳନ୍ଦୀ ନଦୀର ସାମାନ୍ୟ ବନ୍ୟାରେ ଭଦ୍ରକ ସହରରେ କୁତ୍ରିମ ବନ୍ୟା ଦେଖାଦେଲା। ଜଳ ନିଷ୍କାସନ ବ୍ୟବସ୍ଥାର ସୁପରିଚାଳନା ହୋଇପାରିଲା ନାହିଁ। ସହରର ବହୁ ୱାର୍ଡରେ ଭୟବାହ ବନ୍ୟା ପରିସ୍ଥିତି ଉପୁଜିଲା। ଘର ଅଫିସ ଶିକ୍ଷା ଅନୁଷ୍ଠାନ ଓ ମନ୍ଦିରରେ ଜଳ ପ୍ରବେଶ କରି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇପଡ଼ିଲା।ଏପରିକି ଅନ୍ୟୁନପାୟ ହୋଇ ସହରାଞ୍ଚଳର କେତକ ସ୍ଥାନରେ ରାସ୍ତା ଓ ମୁଖ୍ୟ ସଡ଼କ ପଥକୁ କାଟି ଯୋଗାଯୋଗ ବିଛିନ୍ନ କରିବାକୁ ପ୍ରଶାସନ ବାଧ୍ୟ ହେଲା।୧୨ ନମ୍ବର ୱାର୍ଡର କଚେରୀ ବଜାର ଅଂଚଳରେ ଥିବା ବିଭିନ୍ନ ଅଫିସ ବାସଗୃହ ଗୁଡିକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ଫଳରେ ଭଦ୍ରକ ସହରର ମୁଖ୍ୟ ମୋଚି ଛକ -ମା ଭଦ୍ରକଳୀ ରାସ୍ତାର ପୂର୍ବତନ ପୌରାଧ୍ୟକ୍ଷ ମାନସ ମହାନ୍ତିଙ୍କ ଘର ସମ୍ମୁଖ ରାସ୍ତାକୁ ଗତ ୭ତାରିଖରେ ପ୍ରଶାସନ କାଟି ଦେଇଥିଲା।ଫଳରେ ୧୫ଟି ୱାର୍ଡ ଓ ୭ଟି ପଂଚାୟତ ସହ ଯୋଗାଯୋଗ ତିନିଦିନ ଧରି ବିଛିନ୍ନ ହୋଇପଡିଛି।ଏହି ରାସ୍ତାରେ ଦୈନିକ ୩୦ ହଜାରରୁ ଉର୍ଦ୍ଧ ଲୋକ ଯାତାୟତ କରିଥାନ୍ତି। ଏହିସବୁ ଅଂଚଳର ବହୁ ଲୋକ ବ୍ୟବସାୟ କରିବା ପାଇଁ କଚେରୀ ମାର୍କେଟକୁ ଆସିଥାନ୍ତି। ଏହା ବ୍ୟତୀତ ଭଦ୍ରକ ମହିଳା କଲେଜର ଛାତ୍ରୀମାନେ ତିନି ଦିନ ଧରି ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ମା ଭଦ୍ରକାଳୀଙ୍କ ଦର୍ଶନ ପାଇଁ ବାହାରୁ ଆସୁଥିବା ବହୁ ଶ୍ରଦ୍ଧାଳୁ ଭକ୍ତ ତିନି ଦିନ ଧରି ବାଟ ବଣା ହୋଇପଡୁଥିବାର ଜଣାଯାଇଛି। ଏବେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ପ୍ରଶାସନ କଟା ଯାଇଥିବା ଏହି ରାସ୍ତାକୁ ଗମନା ଗମନ ଉପଯୋଗୀ କରୁ ନ ଥିବାରୁ ୧୨ ନମ୍ବର ୱାର୍ଡ ବାସିନ୍ଦା ଓ ପୁରୁଣା ବଜାର ଅଂଚଳର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ତେବେ ୧୨ ୱାର୍ଡର କାଉନସିଲର ହେମନ୍ତ ସାହୁ କହିଛନ୍ତି ଉପଜିଲ୍ଲାପାଳଙ୍କ ସହ ଏ ନେଇ ସେ ଆଲୋଚନା କରିଥିଲେ। ତାଙ୍କ ସୂଚନା ମୂଳେ ଆସନ୍ତାକାଲି ପୂର୍ତ୍ତ ବିଭାଗ ଦ୍ୱାରା ଏହି ସଡ଼କ ପଥଟିକୁ ଗମନା ଗମନ ଯୋଗ୍ୟ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.