Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାର ପୂର୍ବତନ ପାରିଷଦ ତଥା କ୍ରୀଡାବିତ୍ ସୁରେନ ପଲାଇଙ୍କ ଦେହାନ୍ତ

ଭଦ୍ରକ ପୌରପାଳିକାର ପୂର୍ବତନ ପାରିଷଦ ତଥା କ୍ରୀଡାବିତ୍ ସୁରେନ ପଲାଇଙ୍କ ଦେହାନ୍ତ

58

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜଣାଶୁଣା ସମାଜସେବୀ, ଭଦ୍ରକ ପୌର ପରିଷଦର ପୂର୍ବତନ ପାରିଷଦ ତଥା ଭଦ୍ରକ ଜିଲା ଆଥଲେଟିକ୍ ଆସୋସିଏସନ୍‌, କ୍ରିକେଟ୍ ଆସୋସିଏସନ୍ ସଭ୍ୟ ତଥା ୟୁନାଇଟେଡ୍ କ୍ଲବ୍‌ର ପ୍ରତିଷ୍ଠାତା ସଦସ୍ୟ ସୁରେନ ପଲାଇ (୫୮ )ଙ୍କର ଆଜି ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ଭଦ୍ରକର ପୂର୍ବତନ ବିଧାୟକ ବିରେନ ପଲାଇ ଓ ନରେନ ପଲାଇଙ୍କ ଭାଇ ସୁରେନ ଆଜି ସକାଳେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେବା ବାଟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ମିଷ୍ଟଭାଷୀ ତଥା ମେଳାପୀ ମଣିଷ ଶ୍ରୀ ପଲାଇଙ୍କର ମୃତ୍ୟୁ ଖବର ପାଇ ତାଙ୍କ ଚରମ୍ପାସ୍ଥିତ ବାସଭବନ ଲୋକାରଣ୍ୟ ହୋଇ ଉଠିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଭଦ୍ରକର ପୂର୍ବତନ ବିଧାୟକ ତଥା ସେତେବେଳର ନଗରପାଳ ଥିବା ବିରେନ ପଲେଇଙ୍କ ମୃତ୍ୟୁ ପରେ ତାଙ୍କ ସାନଭାଇ ସୁରେନ ୨୦୦୧ ମସିହାରେ ଭଦ୍ରକ ପୌର ପରିଷଦର ୨୨ ନଂ ୱାର୍ଡରୁ ନିର୍ବାଚିତ ହୋଇଥିଲେ । ଖବର ପାଇ ପୂର୍ବତନ ସାସଂଦ ଅନନ୍ତ ପ୍ରସାଦ ସେଠୀ, ଭଦ୍ରକ ବିଜେପି ନେତା ଡଃ ପ୍ରଦୀପ ନାୟକ, କଂଗ୍ରେସ ଜିଲା ସଭାପତି ସୁବ୍ରତ ଦାସ, ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ବିଜେପି ନେତା ବଦ୍ରୀ ନାରାୟଣ ଦଳ, ସମାଜସେବୀ ସୁଧାକର ରାଉତ, କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଉପେନ୍ଦ୍ର ବାରିକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ଟାଇକୋଣ୍ଡୋ ଆସୋସିଏସନ୍‌ର ସଭାପତି ରବିନାରାୟଣ ପାଣିଗ୍ରାହୀ ତଥ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡଭାଇ ତଥା ଓଡ଼ିଶା କ୍ରିକେଟ୍ ଆସୋସିଏିସନ୍‌ର ପୂର୍ବତନ ସଭାପତି ଧୀରେନ ପଲାଇ, ପୂର୍ବତନ ବିଧାୟକ ତଥା ସାନଭାଇ ନରେନ ପଲାଇ, ବାପା, ମାଆ ତଥା ଦୁଇ ପୁଅ ଉପସ୍ଥିତ ଥିଲେ । ପରେ ଏକ ପଟୁଆରାରେ ମର ଶରୀରକୁ ନିଆଯାଇ ତାଙ୍କ ତ୍ରିଶଳପୁରସ୍ଥିତ ନିଜ ଉଦ୍ୟାନରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ସାନପୁଅ ସୁରେଶ ମୁଖାଗ୍ନି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.