Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଭଣ୍ଡାରିପୋଖରୀ : ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

17

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଆଜି ସଭାପତି ରଜନୀକାନ୍ତ ଚନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ନେସ୍କୋ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭାରେ ଯୋଗଦେଇଥିଲେ । ଏଥିରେ ଦଳର ଜିଲା ସଭାପତି ସୁବ୍ରତ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କରୋନା ମହାମାରୀ ଜନସାଧାରଣଙ୍କ ଆର୍ଥୀକ ମେରୁଦଣ୍ଡକୁ ଭାଙ୍ଗିଦେଇଛି । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ବେଡି ଉପରେ କୋରଡା ସଦୃଶ ହୋଇଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ ଦରବୃଦ୍ଧି ଉପଭୋକ୍ତାଙ୍କୁ ଆର୍ଥୀକ ଶୋଷଣ ବୋଲି ମତଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଓଡିଶା ବିଦ୍ୟୁତ କ୍ଷେତ୍ରରେ ବଳକା ରାଜ୍ୟ ଭାବେ ବିବେଚିତ ହେଉଛି । ପୁନଶ୍ଚ ୟୁନିଟ ପିଛା ଉତ୍ପାଦନ ଖର୍ଚ୍ଚ ମାତ୍ର ୩୦ ପଇସା ଅଟେ । ଦିଲ୍ଲୀ ସରକାର ୟୁନିଟ ପିଛା ମାତ୍ର ଏକ ଟଙ୍କା ଆଦାୟ କରୁଥିବା ବେଳେ ଓଡିଶା ସରକାରଙ୍କ ଲାଭଖୋର ମନୋବୃତ୍ତି ନିନ୍ଦନୀୟ ବୋଲି ପ୍ରକାଶ କରିଥିଲେ । ଏହି ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କନିଷ୍ଠ ଯନ୍ତ୍ରୀଙ୍କ ଜରିଆରେ ସ୍କାରକପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ଜିଲା ସଭାନେତ୍ରୀ ସବିତା ଚନ୍ଦ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ନରନାରାୟଣ ଜେନା,ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, କଂଗ୍ରେସ ନେତା ଅଜୟ ସାହୁ, ନାରାୟଣ ବେହେରା, ନାରାୟଣ ଘଡେଇ, ମହେଶ୍ୱର ଦାସ, ଯତୀନ୍ଦ୍ର ସାହୁ, ନିଗମାନନ୍ଦ ଯେନା, କମଳା ଯେନା, ପ୍ରକାଶ ଯେନା, ମମତା ନାୟକ, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ବିଦ୍ୟୁତ ଦରବୃଦ୍ଧିର ପ୍ରତିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.