Home ଜିଲ୍ଲା ପରିକ୍ରମା କୃଷି ବୈଜ୍ଞାନିକ ଆଲୋଚନା ଚକ୍ର

କୃଷି ବୈଜ୍ଞାନିକ ଆଲୋଚନା ଚକ୍ର

13

ଭଦ୍ରକ, ୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ବେଷୟିକ ପରିଚାଳନା ସଂସ୍ଥା ଭଦ୍ରକ ପକ୍ଷରୁ ଜିଲାସ୍ତରୀୟ ଦୁଇଦିନିଆ କୃଷକ ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଜିଲା କୃଷି ଅଧିକାରୀ ତଥା ଆତ୍ମାର ପ୍ରକଳ୍ପ ନିର୍ଦ୍ଦେଶକ ଜଗନ୍ନାଥ ନନ୍ଦ ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ଏହାର ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ଜିଲାର ସାଂସଦଙ୍କ ପ୍ରତିନିଧି ମଳୟ ଯେନା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ବ୍ଲକ୍‌ରୁ ଆସିଥିବା ୨୫ ଜଣ ଝୋଟ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳକୁ ଆଧାର କରି ଅଧିକ ପରିମାଣରେ ଚାଷ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଭାରତୀୟ ଝୋଟ କର୍ପୋରେସନର ବ୍ଲକ୍ ସୁପର ଭାଇଜର ସଦାନନ୍ଦ ଦାସ, ମାଷ୍ଟର ଟ୍ରେନର ପ୍ରଶାନ୍ତ ଯେନା ଯୋଗଦେଇ ବିଭିନ୍ନ ଜ୍ଞାନ କୌଶଳ ତଥା ଝୋଟରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ଉପରେ ଆଲୋକପାତ କରିଥିଲେ । ଆଇ.କେ.ଆର ସଂସ୍ଥାର ଲକ୍ଷ୍ୟ ଓ ଚାଷୀମାନେ ପାଉଥିବା ସୁବିଧା ଉପରେ ଆଲୋଚନା ହୋଇଥିଲା । ସ୍ଥାୟୀ ସଦସ୍ୟ ହେବାପାଇଁ ପଂଜିକରଣ କରିବା ପାଇଁ ଫର୍ମ ବିତରଣ କରାଯାଇଥିଲା । ରାଣୀତାଲସ୍ଥିତ ଆଞ୍ଚଳିକ ଗବେଷଣା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଉମାଶଙ୍କର ନାୟକ ଯୋଗଦେଇ ଝୋଟ ଚାଷରେ କିପରି ରୋଗ ପୋକ ପରିଚାଳନା କରି ଉତ୍ପାଦନ ବୃଦ୍ଧି କରିହେବ, ସେ ସଂପର୍କରେ ଆଲୋଚନା କରିଥିଲେ । ଏଥିରେ କୃଷି ଅଧିକାରୀ ପ୍ରସାଦ କୁମାର ନାୟକ, ରମେଶ ଚନ୍ଦ୍ର ରାୟ ଓ ଅଜିତ୍ କୁମାର ଗିରି ଯୋଗଦେଇଥିଲେ । ଭଦ୍ରକ ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ଦିବାକର ସେଠୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.