Home ଜିଲ୍ଲା ପରିକ୍ରମା ଭଦ୍ରକ ନୂଆ ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଟ୍ରିକ୍ ପରୀକ୍ଷାରେ ଏ୧ ପ୍ରାପ୍ତ ମେଧାବୀ ସମ୍ବର୍ଦ୍ଧନା...

ଭଦ୍ରକ ନୂଆ ବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଟ୍ରିକ୍ ପରୀକ୍ଷାରେ ଏ୧ ପ୍ରାପ୍ତ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

37

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଶିକ୍ଷାବର୍ଷ ମାଟ୍ରିକ୍ ପରୀକ୍ଷାରେ ସାରା ଓଡ଼ିଶାରେ ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଏ୧ ପ୍ରାପ୍ତ ମୋଟ ୧୩ ଜଣ ଶିଶୁମାନେ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି । ସେମାନେ ହେଲେ ଦିବ୍ୟଜ୍ୟୋତି ଦାସ ୫୬୩ (୯୩.୮୩%), ସତ୍ୟମ୍ ନାୟକ ୫୫୪ (୯୨.୩୩%), ଶୁଭମ୍ କୁମାର ପତି ୫୫୦ (୯୧.୬୬%), ଶୁଭଲକ୍ଷ୍ମୀ ମଲ୍ଲିକ ୫୪୮ (୯୧.୩୩%), ସ୍ୱୟମ୍ ସ୍ୱରୂପ ନାୟକ ୫୪୭ (୯୧.୧୬%), ସାଇପ୍ରିୟା ଜେନା ୫୪୬ (୯୧%), ପ୍ରିୟାଂଶୁ ପ୍ରିୟଦର୍ଶୀ ୫୪୫ (୯୦.୮୩%), ସୋନାକ୍ଷୀ ଶୁଭଦର୍ଶନୀ ୫୪୪ (୯୦.୬୬%), ରୁଦ୍ରାଂଶୁ ଶେଖର ଷଢ଼ଙ୍ଗୀ ୫୪୧ (୯୦.୧୬%), ସବ୍ୟସାଚୀ ରାଉଳ ୫୪୦ (୯୦%), ମୋନାଲିସା ଦାସ ୫୪୦ (୯୦%), ଶ୍ରଦ୍ଧାଞ୍ଜଳି ମିଶ୍ର ୫୪୦ (୯୦%), ମଧୁସ୍ମିତା ରାୟ ୫୪୦ (୯୦%) ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଅତିଥି ପରିଚୟ କରିଥିଲେ । ମୁଖ୍ୟ ବକ୍ତା ବିଦ୍ୟାଳୟ ର ସମ୍ପାଦକ ବିଭୁ ଚନ୍ଦନ ଜେନା ଶିଶୁମାନେ ଭବିଷ୍ୟତରେ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସହାୟକ ହୁଅନ୍ତୁ ବୋଲି ମତ ରଖିଥିଲେ । ଏହି ସଫଳତା ପାଇଁ ମୁଖ୍ୟ ଅତିଥି ସାଂସଦ ଅଭିମନ୍ୟୁ ସେଠୀ କୃତିତ୍ୱ ଲାଭ କରିଥିବା ସମସ୍ତ ଶିଶୁ ଓ ଅଭିଭାବକମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ ଓ ବିଦ୍ୟାଳୟର ସମସ୍ତ ପରିଚାଳନା ସମିତିର ସମସ୍ତ ସଦସ୍ୟ, ବିଭୁ ଚନ୍ଦନ ଜେନା (ସମ୍ପାଦକ), ବସନ୍ତ କୁମାର ମହାନ୍ତି (କୋଷାଧ୍ୟକ୍ଷ), ସର୍ବେଶ୍ୱର ମହାପାତ୍ର (ସଦସ୍ୟ), ରୀନାରାଣୀ ଯେନା, ମାୟାଧର ଲେଙ୍କା (ପ୍ରଧାନ ଆଚାର୍ଯ୍ୟ), ଓ ଗୁରୁଜୀ, ଗୁରୁମା, କୃତିତ୍ୱ ହାସଲ କରିଥିବା ସମସ୍ତ ଶିଶୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଶେଷରେ ବିଦ୍ୟାଳୟର ଆଚାର୍ଯ୍ୟା ପଦ୍ମାବତୀ ପାଢୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.