Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

17

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଉନବିଂଶ ବାର୍ଷିକ ଉତ୍ସବ କୁଆଁସ ସ୍ଥିତ ସଂଘର ସ୍ଥାୟୀ ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ’ ଭବନରେ ସଭାପତି ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ସଂଘର ବରିଷ୍ଠତମ ସଦସ୍ୟା, ସମାଜସେବୀ, ସ୍ନେହୀ, ପୂଜ୍ୟା ଯଶୋଦା ସେନାପତି ଯୋଗଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଡି.ଏ.ଭି. କଲେଜ, ନିରାକାରପୁରର ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଡଃ ମୃତ୍ୟୁଞ୍ଜୟ ରଥ ଆସନ ଅଳଙ୍କୃତ କରିଥିଲେ । ମଞ୍ଚାସୀନ ଥିଲେ କାର୍ଯ୍ୟକାରୀ ସଭାପତି ଉଦୟ ନାଥ ମହାନ୍ତି ଓ ସାଧାରଣ ସଂପାଦକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ମଲ୍ଲିକ । ଉପସଭାପତି ଶାନ୍ତନୁ କୁମାର ରାଉତ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଅତିଥିବୃନ୍ଦ ଉତ୍ସବ ଉଦ୍‌ଘାଟନ କରିଥିଲେ । ପଣ୍ଡିତ ଘନଶ୍ୟାମ ଲେଙ୍କା ବେଦପାଠ କରିଥିଲେ । ଗାନ୍ଧି ଓଡ଼ିଶା ବାଳାଶ୍ରମର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ‘ବନ୍ଦେ ଉତ୍କଳ ଜନନୀ’ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅଜିତ୍ କୁମାର ନାୟକ ଅତିଥି ପରିଚୟ ଓ ଦିଗମ୍ବର ମହାନ୍ତି କାଳିଦାସଙ୍କର ସରସ୍ୱତୀ କୃପାପ୍ରାପ୍ତି ସମ୍ପର୍କୀୟ ଗଳ୍ପ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂଘର ବାର୍ଷିକ ମୁଖପତ୍ର ‘ଉତ୍ତରଣ’ ଅତିଥିବୃନ୍ଦ, ଉପଦେଷ୍ଟା, ଉପସଭାପତି ବୃନ୍ଦଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା ।

‘ଉତ୍ତରଣ’ର ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଡଃ ଗୋଲକ ବିହାରୀ ସାହୁ, ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ କରି ପାଠ କରିଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ବୃଦ୍ଧଙ୍କର ଧଳାକେଶ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରିଚୟ, ପଥରମୂର୍ତ୍ତି ପୂଜା ନକରି ଜୀବନ୍ତ ଦେବତା ପିତା-ମାତାଙ୍କୁ ପୂଜାକରିବା ସମ୍ପର୍କରେ ଗଳ୍ପ, ଶ୍ଳୋକ, ସଂଗୀତ, କିମ୍ବଦନ୍ତୀ, ବରିଷ୍ଠଙ୍କର, ବିଗ୍‌ବତା ସମ୍ପର୍କୀୟ ସାରଗର୍ଭକ ବକ୍ତବ୍ୟ ପ୍ରଦାନକରି ସମସ୍ତଙ୍କୁ ବିମୁଗ୍ଧ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସହ ତାଙ୍କର ସଂପୃକ୍ତି, ସଂଘର ସ୍ଥିତି, ପରବର୍ତ୍ତି ପଦକ୍ଷେପ ଓ ସଂଘୀୟ ଏକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ଅଶୀବର୍ଷୀୟ ୧୦ ଜଣ ଆଜୀବନ ସଦସ୍ୟ ସଦସ୍ୟା ଡଃ ବାଙ୍କ ବିହାରୀ ଦାସ, ଶରତ କୁମାରୀ ଦେଈ, କୁଞ୍ଜବିହାରୀ ଦାଶ, ଶରତ ଚନ୍ଦ୍ର ମହାନ୍ତି, ରଂଗବଲ୍ଲଭ ଜେନା, ନାରାୟଣ ପ୍ରସାଦ ନାୟକ, ନିର୍ମଳ ଚନ୍ଦ୍ର ପ୍ରଧାନ, ରାମକୃଷ୍ଣ ସାମଲ, ପଣ୍ଡିତ ରତ୍ନାକର ମିଶ୍ର ଓ ଡଃ ବାସୁଦେବ ବାରିକଙ୍କୁ ଉତ୍ତରୀୟ ଓ ମାନପତ୍ର ଅତିଥିବୃନ୍ଦଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସଂଯୋଜନା ଉପସଭାପତି ହରମୋହନ କୁଅଁର, ହିସାବ ସମୀକ୍ଷକ ଲକ୍ଷ୍ମଣ କୁମାର ମହାନ୍ତି, ମୁକ୍ତିକାନ୍ତ ମହାପାତ୍ର ଓ ସଦସ୍ୟ ଯୁଧିଷ୍ଠିର ବାରିକ ସଂପାଦନ କରିଥିଲେ । କାଶୀନାଥ ସାହୁଙ୍କ ପ୍ରଦତ୍ତ ଅର୍ଥରେ ଜିଲ୍ଲାସ୍କୁଲ ଭଦ୍ରକର ଶିକ୍ଷୟିତ୍ରୀ ସୁଷମା ବେହେରା ଓ ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜକିଶୋର ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଗୟାଧର ପଲାଇ ସ୍ମୃତି ପୁରସ୍କାର, କୃପାସିନ୍ଧୁ ବାରିକ ସ୍ମୃତି ପୁରସ୍କାର, ମୁରଲୀଧର ପଣ୍ଡା ସ୍ମୃତି ପୁରସ୍କାର, ନବକିଶୋର ହେମଦେବୀ ସ୍ମୃତି ପୁରସ୍କାର, ଗୋପୀନାଥ ରଂଗଦେବୀ ସ୍ମୃତି ପୁରସ୍କାର, କୃପାସିନ୍ଧୁ ମହାନ୍ତି ସ୍ମୃତି ପୁରସ୍କାର, କାଶୀନାଥ ସାହୁଙ୍କ ପୁରସ୍କାର ଓ ପଙ୍କଜିନୀ ମହାପାତ୍ର ପୁରସ୍କାର ଭାବେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୩ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଓ ବିଦ୍ୟାଳୟର ବାର୍ଷିକ ପରୀକ୍ଷାରେ କୃତିତ୍ତ୍ୱ ହାସଲ କରିଥିବା ଜିଲ୍ଲାସ୍ତରର, ସରସ୍ୱତୀ ଶିଶୁ ମନ୍ଦିର ନୂଆ ବଜାର, ଭଦ୍ରକ, ସରସ୍ୱତୀ ଶିଶୁମନ୍ଦିର ସାରୋ, ସରକାରୀ ଉଚ୍ଚ ବିଦ୍ୟାଳୟ, ନାରାୟଣ ଚନ୍ଦ୍ର ହାଇସ୍କୁଲ, ଜିଲ୍ଲା ସ୍କୁଲ ଭଦ୍ରକ, ସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଗରଦପୁର, ହରିନାରାୟଣ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗରଦପୁର ମୂଳଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ସର୍ବଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ପୁରସ୍କାର ଓ ପ୍ରମାଣପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଉଦୟ ନାଥ ମହାନ୍ତି ତାଙ୍କ ବକ୍ତବ୍ୟରେ ସଂଘର ସମସ୍ତ କାର୍ଯ୍ୟକ୍ରମରେ ସଦସ୍ୟ ସଦସ୍ୟାଙ୍କର ସାହାଯ୍ୟ, ସହଯୋଗ ସହ ସଂଘୀୟ ଏକତା ସଂପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉପଦେଷ୍ଟା ଡଃ ଶୈଳେନ୍ଦ୍ର ମହାପାତ୍ର ତାଙ୍କ ବକ୍ତବ୍ୟରେ ସଂଘର ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ପରିଚାଳନା ସମ୍ପର୍କୀୟ ବକ୍ତବ୍ୟ ପ୍ରଦାନ ସହ ସଂଘର ବିଭିନ୍ନ ଦାବୀ ଓ ରାଜ୍ୟ ସଂଘ ସହଯୋଗରେ ଦାବୀପୂରଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ ।

କାର୍ଯ୍ୟକ୍ରମରେ ବାସୁଦେବପୁର, ଇରମ, ଆଗରପଡ଼ା, ବନ୍ତ, ତିହିଡ଼ି, ଚାନ୍ଦବାଲି, ଧାମନଗର, ଦୋବଲ, କୋଠାର, ଧୂଷୁରୀ, ଭଣ୍ଡାରିପୋଖରୀ ଓ ବନ୍ତ ଜୋନ୍‌ର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଡଃ ରାମଚନ୍ଦ୍ର ପଣ୍ଡା, ଡଃ ରାମଚନ୍ଦ୍ର ନାୟକ, ଡଃ ମନୀନ୍ଦ୍ର ମହାନ୍ତି, ଡଃ ଭାଗବତ ତ୍ରିପାଠୀ, ଡାକ୍ତର ସୁକାନ୍ତି କୁମାରୀ ଜେନା, ଉଷା ଦେବତା, ଡଃ ମାନସ ରଞ୍ଜନ ଲେଙ୍କା, ଇଂ ବିମ୍ବାଧର ବ୍ରହ୍ମ, କାଶୀନାଥ ସାହୁ, ଗୀତା କୁମାରୀ ପରିଡ଼ା, ସ୍ନେହଲତା ବେହେରା, କୈଳାଶ ଚନ୍ଦ୍ର ପଣ୍ଡା, ନବକିଶୋର ପାତ୍ର, ବୀରନାରାୟଣ ଦାସ, ଚନ୍ଦ୍ରମୋହନ ମହାନ୍ତି, ରବୀନ୍ଦ୍ର ନାଥ ମହାନ୍ତି, ରମେଶ ଚନ୍ଦ୍ର ଦାସ, ଆଦିତ୍ୟ କୁମାର ଗୋସ୍ୱାମୀ, ଅରୁଣ ମିତ୍ର, ଦୁଃଶାସନ ମହାନ୍ତି, ଭାଗୀରଥି ନନ୍ଦଶର୍ମା, ସଂଗୀତା ଦେ, ବିନୟ କୁମାର ପଣ୍ଡା, ଅରବିନ୍ଦ ବସନ୍ତରାୟ, ହରେକୃଷ୍ଣ ସାହୁ, ବସନ୍ତ ଦେ, ପ୍ରତାପ ଚନ୍ଦ୍ର ଦଳାଇ, ତାରକ ଦାସ ଆଢ଼୍ୟ, ପ୍ରଶାନ୍ତ ଦେ, ହରେକୃଷ୍ଣ ସାହୁ, ଉପେନ୍ଦ୍ର ରାଉତ, ବିକାଶ ମହାନ୍ତି, ସୁରେଶ ସାହୁ, ଅନାଦି ଚରଣ ଦାସ, ବାମନ ଚରଣ ରାଉତ, ରମେଶ ଚନ୍ଦ୍ର ଦାସ, ରାମଚନ୍ଦ୍ର ସାହୁ, ତ୍ରିଲୋଚନ ପଣ୍ଡା ପ୍ରମୁଖ ବହୁ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ କରୁଣାକର ଉପାଧ୍ୟାୟ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.