Home ଜିଲ୍ଲା ପରିକ୍ରମା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ – ଅପରାଜିତା

ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ – ଅପରାଜିତା

25

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ବିଜେପିକୁ ସରକାର ଗଢିବାର ସୁଯୋଗ ଦେବାକୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆହ୍ୱାନ ଦେଇଛନ୍ତି । ବିଜେପି ଭଣ୍ଡାରିପୋଖରୀ ଶାଖା ପ୪ରୁ ଆଜି ପାଳଦାବାଙ୍କ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ଷଡଙ୍ଗୀ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବା ସଂପର୍କରେ ଆର୍ନ୍ତଜାତିକ ଶ୍ରମ ସଙ୍ଗଠନର ରିପୋର୍ଟ ଉଦବେଗଜନକ, ମିଶନ ଶକ୍ତି ମହିଳା ମାନଙ୍କୁ ରୋଜଗାରର ସୁଯୋଗ ସୃଷ୍ଟି ପରିବର୍ତ୍ତେ ନିର୍ଯ୍ୟାତନା ହାର ବୃଦ୍ଧି ପାଇଥିବା ସରକାରୀ ଅପାରଗତାକୁ ପଦାରେ ପକାଇଛି । ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ପାଇଁ ଲୋକମାନେ ଆଶୀର୍ବାଦ ଓ ସହଯୋଗ ଦେବାକୁ ଶ୍ରୀମତୀ ଷଡଙ୍ଗୀ ଆହ୍ୱାନ ଦେଇଥିଲେ । ବିଜେପି ଜିଲା ସଭାପତି ହେମନ୍ତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେଲେ ଶାସନ ବ୍ୟବସ୍ଥା ଲୋକଙ୍କ ହାତରେ ରହିବା ସହ ଦୁର୍ନୀତିମୁକ୍ତ ଶାସନ ପ୍ରତିଷ୍ଠା ହେବ ବୋଲି କହିଛନ୍ତି । ଏଥିରେ ରାଜ୍ୟ ସଂପାଦକ ତଥା ଭଦ୍ରକ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାନସଭା ନେତା ବଦ୍ରୀନାରାୟଣ ଧଳ, ଲୋକସଭା ସଂଯୋଜକ ଈଶ୍ୱର ବେହେରା, ସୁଧାଂଶୁ ନାୟକ, ଜିଲା ସାଧାରଣ ସଂପାଦକ ଅଶୋକ ପରିଜା, ମନୋରଞ୍ଜନ ମଲ୍ଲିକ, ଜଗବନ୍ଧୁ ଦାସ, ସଂପାଦିକା ତପସ୍ୱିନୀ ମହାପାତ୍ର, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତାମୟୀ ବେହେରା, ସୁରେଶ ସାମଲ, ପ୍ରକାଶ ମହାପାତ୍ର, ବସନ୍ତ ରାଉତ ପ୍ରମୁଖ ଉଦ୍‌ବୋଧନ ଦେଇ ଆଗାମୀ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ କେତେକ ବ୍ୟକ୍ତି ଦଳରେ ସାମିଲ ହେବା ନେଇ ଘୋଷଣା କରାଯାଇଥିଲା । ତେବେ ବିଧାନସଭା ସ୍ତରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡାଙ୍କ ସମେତ ବହୁ ଆଗଧାଡିର କାର୍ଯ୍ୟକର୍ତ୍ତାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ହୋଇଥିବାବେଳେ ଏହି କାର୍ଯ୍ୟକ୍ରମ ପାଇଁ ଅନେକଙ୍କୁ ସୂଚନା ଦିଆଯାଇଥିବା ପୂର୍ବତନ ଜିଲା ସଭାପତି ଅକ୍ଷୟ ସାହୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.