Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାର +୨ ବିଜ୍ଞାନ ଟପ୍ପର କମଳାକାନ୍ତଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଜିଲ୍ଲାର +୨ ବିଜ୍ଞାନ ଟପ୍ପର କମଳାକାନ୍ତଙ୍କୁ ସମ୍ବର୍ଦ୍ଧନା

13

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବଜାର ଅନ୍ତର୍ଗତ ତାଳପଦା ଗ୍ରାମର ଅକ୍ଷୟ ରଣା ଓ ପାର୍ବତୀ ରଣାଙ୍କ ସୁପୁତ୍ର କମଳାକାନ୍ତ ରଣା ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାରେ ଭଦ୍ରକ ଜିଲ୍ଲାରେ ସର୍ବାଧିକ ନମ୍ବର ହାସଲ କରି ଅଂଚଳ ପାଇଁ ଗୌରବ ଆଣିଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର କମଳାକାନ୍ତ +୨ ବିଜ୍ଞାନ ପରୀକ୍ଷାରେ ୫୮୬ ନମ୍ବର ରଖି ୯୭.୬୬ ପ୍ରତିଶତ ଅଙ୍କ ହାସଲ କରି ସମଗ୍ର ଓଡ଼ିଶାରେ ସପ୍ତମ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ତାଙ୍କ ଏହି କୃତିତ୍ୱ ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ସହକାରୀ ଶିକ୍ଷାଧିକାରୀ ହେମେନ୍ଦ୍ରନାଥ ମହାନ୍ତି କମଳାକାନ୍ତଙ୍କ ବାସଭବନରେ ପହଂଚି ତାଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ, ପାଠ୍ୟପୁସ୍ତକ ଓ ପଠନ ସାମଗ୍ରୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେ କମଳାକାନ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଆହୁରି ସଫଳତା ଅର୍ଜନ କରିବେ ବୋଲି ଆଶା ପ୍ରକାଶ କରିଥିଲେ। ଏହି ଅବସରରେ ଷୋଳଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଖୁଂଟିଆଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଅଂଚଳବାସୀ ଉପସ୍ଥିତ ରହି କମଳାକାନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ମେଧାବୀ ଛାତ୍ରଙ୍କ ଏହି ସଫଳତା ପାଇଁ ମନ୍ତ୍ରୀଙ୍କ ପ୍ରତିନିଧି ଆଶୋକ ପୁହାଣ, କୈଳାଶ ମହାପାତ୍ରଙ୍କ ସହ ବହୁ ଅଂଚଳବାସୀ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.