Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬, ୪୨.୪୮ ପ୍ରତିଶତ ଜନ...

ଭଦ୍ରକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )-୨୦୨୬, ୪୨.୪୮ ପ୍ରତିଶତ ଜନ ଗଣନା ଫର୍ମ ବଂଟନ

6

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର )–୨୦୨୬ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ଜନ ଗଣନା ଫର୍ମ ବଂଟନ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଜିଲ୍ଲାର ମୋଟ ୧୨,୮୪,୬୧୮ ଜଣ ମତଦାତାଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୨.୪୮ ପ୍ରତିଶତ (୫,୪୫,୭୩୮) ମତଦାତାଙ୍କ ନିକଟରେ ଜନ ଗଣନା ଫର୍ମ ପହଂଚି ସାରିଛି। ଘରକୁ ଘର ଯାଇ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ ଓ ) ଏହି ଫର୍ମ ବଂଟନ କାର୍ଯ୍ୟ କରୁଛନ୍ତି। ରାଜ୍ୟବ୍ୟାପୀ ଏହି ଅଭିଯାନ ମାଧ୍ୟମରେ ମତଦାତା ତାଲିକାକୁ ଅଧିକ ନିର୍ଭୁଲ ଓ ଅଦ୍ୟତନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭଦ୍ରକ ଜିଲ୍ଲାର କ୍ଷେତ୍ରଫଳ ୨୫୦୫ ବର୍ଗ କିଲୋମିଟର ହୋଇଥିବା ବେଳେ ଏଠାରେ ୭ଟି ତହସିଲ, ୭ଟି ବ୍ଲକ, ୨୧୮ଟି ଗ୍ରାମ ପଞ୍ଚାୟତ ଓ ୧୩୭୮ଟି ଗ୍ରାମ ରହିଛି। ଜିଲ୍ଲାରେ ମୋଟ ୧୨,୮୪,୬୧୮ ଜଣ ମତଦାତା ଥିବା ବେଳେ ସେଥିରୁ ୬,୬୧,୦୭୯ ଜଣ ପୁରୁଷ, ୬,୨୩,୪୧୬ ଜଣ ମହିଳା ଏବଂ ୧୨୩ ଜଣ ତୃତୀୟ ଲିଙ୍ଗର ମତଦାତା ଅଛନ୍ତି। ସେହିପରି ୨୭,୫୧୬ ଜଣ ଯୁବ ମତଦାତା ଜିଲ୍ଲାରେ ରହିଛନ୍ତି। ଏସ ଆଇ ଆର କାର୍ଯ୍ୟକ୍ରମ ସଫଳ ରୂପାୟନ ପାଇଁ ଜିଲ୍ଲାରେ ୧୩୨୬ ଜଣ( ବିଏଲ ଓ ) ଏବଂ ୧୩୦ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମତଦାତାଙ୍କୁ ବିଏଲଓ ମାନଙ୍କ ସହ ସହଯୋଗ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଜନ ଗଣନା ଫର୍ମ ପୂରଣ ଓ ଦାଖଲ କରିବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.