Home ଜିଲ୍ଲା ପରିକ୍ରମା ଶ୍ରୀରାମ ନବମୀ ମହୋତ୍ସବ – ୨୦୨୩, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି

ଶ୍ରୀରାମ ନବମୀ ମହୋତ୍ସବ – ୨୦୨୩, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି

101

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପରିଚୟ ବହନ କରୁଥିବା ଶ୍ରୀରାମ ନବମୀ ମହୋତ୍ସବ ଆସନ୍ତା ମାର୍ଚ୍ଚ ମାସ ୩୦ ତାରିଖରେ ମହା ସମାରୋହରେ ପାଳିତ ହେବାକୁ ଯାଉଛି। ଓଡ଼ିଶା ପ୍ରସିଦ୍ଧ ଭଦ୍ରକ ଶ୍ରୀରାମ ନବମୀ ମହୋତ୍ସବ ଚଳିତ ବର୍ଷ ଦିବ୍ୟ, ଭବ୍ୟ ଏବଂ ଚିତ୍ତାକର୍ଷକ ଭାବରେ ଅନୁଷ୍ଠିତ ହେବ ବୋଲି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ସହରର ଗାନ୍ଧିପଡ଼ିଆ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ବିଶାଳ ନଗର ସଂକୀର୍ତ୍ତନ ପୂର୍ବରୁ ମାତୃଭୂମି ପାଇଁ ଗଣଦୌଡ଼, ରାଷ୍ଟ୍ରୀୟ ନବବର୍ଷ ପାଳନ, ଗୋ ପୂଜନ ଓ ସାଧୁ ସନ୍ଥ ପୂଜନ, ମହିଳା କଳସ ଶୋଭାଯାତ୍ରା, ଆଜ୍ଞାମାଳ ଯାତ୍ରା, ଶ୍ରୀରାମ ନବମୀ ମହାଯଜ୍ଞ, ୧୦୮ ହନୁମାନ ଚାଳିଶା ପାଠ, ୭ ଦିନ ବ୍ୟାପି ଗାନ୍ଧିପଡ଼ିଆରେ ମୀନାବଜାର ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯିବାର ନିଷ୍ପତ୍ତି ନିଆଯାଇଛି।

ଆଗାମୀ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମର ତାରିଖ ଏବଂ ସ୍ୱରୂପ ପ୍ରଦାନ କରି ଦିଆଯିବ ବୋଲି ସମ୍ପାଦକ ଶରତ ପଢ଼ିଆରୀ ପ୍ରକାଶ କରିଛନ୍ତି। ଅନୁଷ୍ଠିତ ପ୍ରସ୍ତୁତ ବୈଠକରେ କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ସମିତିର ବରିଷ୍ଠ ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଅଭିମନ୍ୟୁ ସେଠୀ, ବଦ୍ରୀ ନାରାୟଣ ଧଳ ମଞ୍ଚାସିନ ଥିବାବେଳେ ବରିଷ୍ଠ ସଦସ୍ୟ ନିରଞ୍ଜନ ସାହୁ, ଭଗବାନ ପଣ୍ଡା, ତପନ ମହାନ୍ତି, ଅମ୍ବିକା ଦାସ, ରଘୁନାଥ ସାହୁ, ଜଗନ୍ନାଥ ଦାଶ, ବିଜୟ ଭୂଷଣ ନାୟକ, ପ୍ରଦୀପ୍ତ ବିଶ୍ୱାଳ, ସୁବ୍ରତ ନାୟକ, ପୂର୍ଣ୍ଣଚନ୍ଦ୍ର ପାଣି, ଭାଗବତ ବାରିକ, ପ୍ରଭାତ ମହାନ୍ତି, ମନୋଜ ବସନ୍ତରାୟ, ବିଶ୍ୱନାଥ ଅଗ୍ରୱାଲ, ବିଦ୍ୟାଧର ସାହୁ, ପ୍ରେମାନନ୍ଦ ବେହେରା, ମଧୁ ସୂଦନ ପାଢ଼ୀ, ରବି ଦେ, ତୁଷାର ଦାସ, ବିକାଶ ପାଢ଼ୀ, ସନ୍ତୋଷ ସାହୁ, ବସନ୍ତ ରାଉତ, ଗଣେଶ ଦାସ, ପ୍ରସନ୍ନଜିତ ପଢ଼ିଆରୀ, ରଞ୍ଜନ ସ୍ୱାଇଁ, ବିଜୟ ଦାଶ, ବୃନ୍ଦାବନ ଜେନା ଏବଂ ସ୍ୱାଧୀନ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.