Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ସମ୍ବର୍ଦ୍ଧନା

ଭଦ୍ରକ ଜିଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଜିଲାପାଳଙ୍କୁ ସମ୍ବର୍ଦ୍ଧନା

8

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରକୃତ ମଣିଷଟିଏ ମୃତ୍ୟୁ ପର୍ଯ୍ୟନ୍ତ ଜ୍ଞାନ ଆହୋରଣ କରିଥାଏ। ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ସାଜିଛନ୍ତି ଭଦ୍ରକ ଜିଲାପାଳ। ପ୍ରଶାସନିକ ବ୍ୟବସ୍ଥାର ଗୁରୁଦାୟିତ୍ୱ ତୁଲାଇ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏବେ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ସମସ୍ତ ଚାପ ରହିବା ସତ୍ୱେ ଜ୍ଞାନ ଆହୋରଣ ପ୍ରତି ଆଗ୍ରହ ତାଙ୍କୁ ଏହି ସଫଳତାର ଶୀର୍ଷରେ ପହଂଚାଇଛି। ତାଙ୍କର ଏହି ସଫଳତା ଯୁବ ପିଢିଙ୍କ ପାଇଁ ଏକ ବାର୍ତା। ପରିସ୍ଥିତି ଯେତେ ଜଟିଳ ହେଉନା କାହିଁକି, ଇଚ୍ଛାଶକ୍ତି ଅଧ୍ୟାବସାୟ ଥିଲେ ସ୍ୱପ୍ନ ସାକାର ହୁଏ ବୋଲି ଆଜି ଭଦ୍ରକ ଜିଲା ବରିଷ୍ଠ ନାଗରିକ ମହାସଂଘ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଛି। ଜିଲାପାଳ ଡଃ ଦିଲୀପ ରାଉତରାଏ ଡକ୍ଟୋରେଟ୍ ଉପାଧି ପାଇବା ପରେ ଆଜି ସଦ୍‌ଭାବନା ଗୃହରେ ମହାସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। ସମ୍ବର୍ଦ୍ଧନା ଉତରରେ ଜିଲାପାଳ ଶ୍ରୀ ରାଉତରାଏ କହିଲେ ଯେ ଏହି ସମ୍ବର୍ଦ୍ଧନାକୁ ମୁଁ ଆଶୀର୍ବାଦ ଭାବେ ଗ୍ରହଣ କରୁଛି। ବରିଷ୍ଠମାନଙ୍କ ଆଶୀର୍ବାଦ ଓ ଜିଲାବାସୀଙ୍କ ଶ୍ରଦ୍ଧା ସ୍ନେହ ମୋର ଏହି ସଫଳତାର ଶ୍ରେୟ ବୋଲି ସେ ମତପ୍ରକାଶ କରିଥିଲେ। ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ମହାନଦୀ କୋଲଡ୍ ଫିଲଡ୍ ଦ୍ୱାରା ସିଏସଆର ପାଣ୍ଠିିରେ ନିର୍ମାଣ ହେବାକୁ ଥିବା ଜିଲା ସଦର ମହକୁମାରେ ସିନିୟର ସିଟିଜେନ୍ ମଲ୍‌ଟି ହବ୍‌ର ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ସରିଛି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ ପ୍ରଶସ୍ତି ପତ୍ର ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସକ ଡ. ସୁଧୀରଞ୍ଜନ ନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ବିଦୁଶଙ୍କର ନାୟକଙ୍କ ସମେତ ମହାସଂଘର ଉପଦେଷ୍ଟା ମଣ୍ଡଳୀର ଅଜୟ ନାୟକ, ଇଂ ଅଖିଳ ମୋହନ ପାଢୀ, ଶଶିକାନ୍ତ ପାଢୀ, ଏସ.ଏମ. ଫାରୁକ, ଶାନ୍ତନୁ ରାଉତ, ଗୋଲକ ବିହାରୀ ସାହୁ, ଜଗନ୍ନାଥ ରାୟ, ଲକ୍ଷ୍ମଣ କୁମାର ମହାନ୍ତି, ଅଜୟ କୁମାର ପାଢୀ, ରୋଟାରିଆନ ଶିଶିର ମିଶ୍ର, ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। କୋଷାଧ୍ୟକ୍ଷ ବିଜୟ କୁମାର ସେନାପତି ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.