Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା ନାରୀଶକ୍ତି ସେବା ସମିତି ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭଦ୍ରକ ଜିଲା ନାରୀଶକ୍ତି ସେବା ସମିତି ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ

31

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏ ମାନବ ସମାଜ ନାରୀକୁ ଅବଳା ଓ ଦୁର୍ବଳା ଭାବି ହୀନ ଚକ୍ଷୁରେ ଦେଖିଆସୁଥିବାବେଳେ ଯୁଗେ ଯୁଗେ ନାରୀ ଶକ୍ତି ଯୋଗୁଁ ଏହି ସୃଷ୍ଟି ଧ୍ୱଂସ ମୁଖରୁ ରକ୍ଷା ପାଇଆସିଛି । ଯାହାର ପ୍ରମାଣ ଆମେ ପୃଥିବୀ ଇତିହାସ ଓ ବିଭିନ୍ନ ଧର୍ମଶାସ୍ତ୍ର-ପୋଥି ପୁରାଣରୁ ପାଇଆସିଛୁ । ଆଜିର ବିଗ୍‌ବ୍ୟାଙ୍କ ଯୁଗରେ ନାରୀଟିଏ କୌଣସି ସକ୍ଷମ ପୁରୁଷ ଠାରୁ ଯେ କମ୍ ନୁହେଁ, ତାହାର ପ୍ରମାଣ ମହାକାଶଚାରୀ କଳ୍ପନା ଚାୱଲା, ନୋବେଲ ବିଜେତା ମଦର ଟେରେସା ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଫ୍ଲୋରେନ୍ସ ନାଇଟିଙ୍ଗେଲେ ଠାରୁ ଆରମ୍ଭ କରି ଆମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି । ସେହିଭଳି ଆମ ଦେଶର ଝାନ୍ସିରାଣୀ ଲକ୍ଷ୍ମୀବାଇଙ୍କ ଭଳି ବିରାଙ୍ଗନା ଯେଭଳି ଦେଶମାତୃକା ଲାଗି ସମ୍ମୁଖ ଯୁଦ୍ଧରେ ପ୍ରାଣବଳି ଦେଇଛନ୍ତି, ସେଥିରୁ ନାରୀଶକ୍ତି ଯେ କାଳେ କାଳେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଭଳି ଚିର ବନ୍ଦନୀୟ, ତାହା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି । ଏଣୁ ଆଜିର ଯୁଗରେ ଏକ ସୁସ୍ଥ ଓ ସୁଦୃଢ ସମାଜ ଗଠନ ଦିଗରେ ନାରୀ ଶକ୍ତିର ଜାଗ୍ରତ ଏକାନ୍ତ ଆବଶ୍ୟକ ବୋଲି ଆଜି ଭଦ୍ରକର ଭାଗବତ କଲ୍ୟାଣ ମଣ୍ଡପ ଠାରେ ‘ଭଦ୍ରକ ଜିଲା ନାରୀଶକ୍ତି ସେବା ସମିତି ଟ୍ରଷ୍ଟ’ ର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଗଠନ କାଳରେ ମତପ୍ରକାଶ ପାଇଛି । କୋଭିଡ୍ ଗାଇଡ୍‌ଲାଇନ୍‌କୁ ଆଖି ଆଗରେ ରଖି ଆୟୋଜିତ ଏହି ସାନ୍ଧ୍ୟର ବୈଠକରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଟ୍ରଷ୍ଟର ସଭାପତି ଭାବେ ରାଜଲକ୍ଷ୍ମୀ ମହାପାତ୍ର, ସଭାପତି,ସିନିୟର (ଗଭର୍ଣ୍ଣିଂ ବଡି) ଅଂଜନା ମିଶ୍ର, ଭାଇସ୍ ପ୍ରେସିଡେଣ୍ଟ (ସିନିୟର) ଶ୍ରଦ୍ଧାଞ୍ଜଳି ମିଶ୍ର, ଭାଇସ୍ ପ୍ରେସିଡେଣ୍ଟ ଶୁଭଶ୍ରୀ ବେହେରା, ସଂପାଦକ ସତ୍ୟଭାମା ମିଶ୍ର, ସାଧାରଣ ସଂପାଦକ ଭାରତୀ ପଣ୍ଡା, ଗଭର୍ଣ୍ଣିଂ ବଡିର ସଦସ୍ୟା ଭାଗ୍ୟଶ୍ରୀ ପଣ୍ଡା, ଅନିତା ରାୟ ଓ ସ୍ୱର୍ଣ୍ଣମୟୀ ଦାସ ଓ ସଭ୍ୟ ଭାବେ ହରପ୍ରିୟା ପରିଡା ଓ ସୋସିଆଲ ମିଡିଆ କୋଅଡିନେଟର ଭାବେ ସୁନୀତା ମହନ୍ତଙ୍କ ନାମ ଘୋଷଣା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧିବକ୍ତା ସନ୍ତୋଷ ଦାସ ଯୋଗଦେଇ ସମାଜସେବା କ୍ଷେତ୍ରରେ ନାରୀମାନଙ୍କ ଭୂମିକା ସଂପର୍କରେ ବକ୍ତବ୍ୟ ରଖିଥିଲେ । ତପନ ବଳ, ସାମ୍ବାଦିକ ସତ୍ୟଭୂଷଣ ସ୍ୱାମୀ, ଜହିରୁଦ୍ଦିନ୍ ଖାନ୍‌, ବ୍ୟୋମକେଶ ରଞ୍ଜନ ମହାନ୍ତି, ମଜବୁର ସାହା, ଏମ୍‌ଡି ସାଇଦ କାଦ୍ରୀ ଓ ମିନାଜ ଖାନ୍ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.