Home ଜିଲ୍ଲା ପରିକ୍ରମା ବାସୁଦେବପୁରରେ ବାଇକ୍ ଲୁଟେରା ଝାମ୍ପିନେଲେ ୩ ଲକ୍ଷ ଟଙ୍କା

ବାସୁଦେବପୁରରେ ବାଇକ୍ ଲୁଟେରା ଝାମ୍ପିନେଲେ ୩ ଲକ୍ଷ ଟଙ୍କା

56

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଏବେ ବାଇକ୍ ଲୁଟେରାଙ୍କ ପ୍ରାଦୁର୍ଭାବ ପୁଣି ବୃଦ୍ଧି ପାଇଲାଣି । ଗତ ୬ ମାସ ପୂର୍ବେ ଏହି ବାଇକ୍ ଲୁଟେରାମାନେ ଜିଲାର ବିଭିନ୍ନ ସ୍ଥାନରୁ ବିଶେଷକରି ମହିଳା ଯାତ୍ରୀଙ୍କ ଠାରୁ ସୁନାହାର ଓ ଟଙ୍କା ଲୁଟି ଆସୁଥିବାବେଳେ ତାହା ପୁଣି ବୃଦ୍ଧି ପାଇଛି । ଗତ ମାସକ ମଧ୍ୟରେ ଭଣ୍ଡାରିପୋଖରୀ, ଧାମନଗର , ଚାନ୍ଦବାଲି ଓ ଭଦ୍ରକର କେତେକ ସ୍ଥାନରୁ ଏହି ବାଇକ୍ ଲୁଟେରାମାନେ ଟଙ୍କା ଓ ସୁନାଗହଣା ଲୁଟିବା ଘଟଣା ଦେଖିବାକୁ ମିଳିଛି । ଆଜି ଏହି ଜିଲାର ବାସୁଦେବପୁର ଥାନା ଅଂଚଳର ଏକ ବ୍ୟାଙ୍କରୁ ସ୍ୱୟଂ ସହାୟିକା ଗୋଷ୍ଠୀର ଦୁଇଜଣ ମହିଳା ୩ ଲକ୍ଷ ଟଙ୍କା ଉଠାଇ ଫେରୁଥିବାବେଳେ ଦୁଇଜଣ ବାଇକ୍ ଲୁଟେରା ସେମାନଙ୍କ ଠାରୁ ଟଙ୍କା, ମୋବାଇଲ୍‌, ଏଟିଏମ୍ କାର୍ଡ ଥିବା ଭ୍ୟାନିଟି ବ୍ୟାଗ୍‌ଟିକୁ ଛଡାଇ ଫେରାର ହୋଇଯାଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.