Home ଜିଲ୍ଲା ପରିକ୍ରମା କରଞ୍ଜମାଳ ରେ ଥିବା ଏ୧୨୩କର ଜମିର ମାଲିକାନା ସତ୍ୱକୁ ନେଇ ବିବାଦ

କରଞ୍ଜମାଳ ରେ ଥିବା ଏ୧୨୩କର ଜମିର ମାଲିକାନା ସତ୍ୱକୁ ନେଇ ବିବାଦ

76

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଅଧିନସ୍ଥ କରଞମାଳ ଆର ଆଇଙ୍କ ଅଧିନରେ ଏ୧୨୩କର ଜମିର ମାଲିକାନା ସତ୍ୱକୁ ନେଇ ବିବାଦ ଦେଖାଦେଇଛି । ଘଟଣାରୁ ପ୍ରକାଶ ୧୯୭୪ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ କରଞ୍ଜମାଳ ମୌଜାରେ ନିଜକୁ ଭୂମିହୀନ ଦର୍ଶାଇ ଥିବା ୬୩ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ଏ୧୨୩କର ଜମି ଚାଷ କରିବା ଉଦ୍ୱେଶରେ ଦେଇଥିଲେ । ସରକାର ଏହି ଜମିର ପଟା ସେମାନଙ୍କୁ ୧୯୭୪ ମସିହାରେ ପ୍ରଦାନ କରିଥିଲେ । ସରକାରଙ୍କ ଆଭିିମୁଖ୍ୟ ଥିଲା ଏହି ଭୂମିହୀନ ମାନେ ଏହି ଜମିରେ ଚାଷ କରି ନିଜର ପରିବାର ଭରଣପୋଷଣ କରିବେ ସେହି ସମୟରେ ଏହି ଜମିର କିଷମ ଆବାଦୀ ଯୋଗ୍ୟ ଅନବାଦୀ ବୋଲି ଉଲ୍ଲେଖ ଥିଲା । ମାତ୍ର ୧୦ବର୍ଷ ଧରି ଏହି ଜମିରେ କିଛି ଚାଷ ନ ହେବାରୁ ସରକାର ବାଧ୍ୟ ହୋଇ ୧୯୮୪ ମସିହାରେ ପୁନଶ୍ଚ ସେହି ଏ୧୨୩କର ଜମିକୁ ନିଜ ଖାତାକୁ ନେଇ ସେଠାରେ ବନୀଚାରା ରୋପଣପାଇଁ ଆଦେଶ ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଥିଲେ । ପରେ ଭୂମିହୀନ ମାନେ ନିଜର ଜମି ପଟା ପାଇବା ପରେ ସେମାନେ ଏହା ଚାଷପୋଯୋଗୀ ହୋଇ ନଥିବାରୁ ସେହି ସମୟରେ ସେହି ସମସ୍ତ ଜମିକୁ ପାଓାର ଅଫ ଆଟର୍ଣିର୍ ବଳରେ ପ୍ରଥମ ପକ୍ଷ ସୁନାକର ମିଶ୍ରଙ୍କୁ ଭଡା(ଲିଜ)ସୂତ୍ରରେ ଦେଇଦେଲେ ।

ଲିଜ ସମୟ ଅତିବାହିତ ହେବା ପରେ ମଧ୍ୟ ପ୍ରତିବର୍ଷ ଜମି ପାଇଥିବା ଦ୍ୱିତୀୟ ପକ୍ଷ ନିଜର ଜମିକୁ ଲିଜ ବାର୍ଷିକ ଏକର ପ୍ରତି ୧୫ହଜାର ଟଙ୍କା ବଦଳରେ ପ୍ରଥମ ପକ୍ଷକୁ ଦେବାକୁ ଲାଗିଲେ । ଇତି ମଧ୍ୟରେ କିଛି ଜମି ମାଲିକ ନିଜର ଆବଶ୍ୟକତା ପଡିବାରୁ ନିଜର ଜମି ସଂପୃକ୍ତ ଲିଜଧାରୀଙ୍କୁ ବିକ୍ରି କବଲା କରି ବିକ୍ରି କରିଦେଇଥିଲେ ବୋଲି ସାଧାରଣରେ ସୂଚନା ମିଳିଥିଲା ।ପରେ ତତକାଳୀନ ଜମି ମାଲିକ ୧୯୯୪ ମସିହାରେ ଓରିକ୍ୱୁଆ କମ୍ପାନୀକୁ ଏକର ୧୬ହଜାର ୭ଶହ ଟଙ୍କାରେ ମଧ୍ୟ ଲିଜ ସୂତ୍ରରେ ଦେଇଥିବା ଜଣାଯାଇଛି । ଏହାର କିଛି ଦିନ ପରେ ଅର୍ଥାତ ୧୯୯୮ ମସିହାରେ ସେହି ଜମିର ମାଲିକାନା ସତ୍ୱ ଗୌାରାଙ୍ଗ ମୁଣ୍ଡାଙ୍କ ନାମରେ ନାମିତ ହୋଇଗଲା ଏବଂ ସଂପୃକ୍ତ ମାଲିକ ଏହି ଜମିକୁ ନିଜ ନାମରେ ନାମଜାରୀ ମଧ୍ୟ କରାଇ ନେଇଥିଲେ । ପରେ ଗୌରାଙ୍ଗ ମୁଣ୍ଡା ଏହି ସମସ୍ତ ଜମିର ମାଲିକାନା ସତ୍ୱ ହାସଲ କରିବା ପରେ ୧୮ଏପ୍ରିଲ ୨୦୧୧ ମସିହାରେ ପୁନଶ୍ଚ ୫ଜଣିଆ ମାଲିକାନା ସତ୍ୱ ଥିବା ଏକ ଫାର୍ମକୁ ବିକ୍ରି କରିଦେଇଥିଲେ । ଏହିପରି କିଛିଦିନ ବିତିଯିବା ପରେ ପୂର୍ବତନ ଭୂମିହୀନ ଜମି ମାଲିକ ସୁରେନ୍ଦ୍ର ଜେନା ନିଜର ଜମି ବିକ୍ରି କରିନାହାନ୍ତି ବୋଲି ୨୦୧୫ ମସିହାରେ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।ଥାନାଧିକାରୀ ଏହି ଅଭିଯୋଗକୁ ଗ୍ରହଣ କରି ୮୬/୨୦୧୫ରେ ଏକ କେସ ରୁଜୁ କରିଥିଲେ । ଭଦ୍ରକର ତତକାଳୀନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏହାର ତଦନ୍ତ ଦାୟିତ୍ୱ କରଞ୍ଜମାଳ ଫାଣ୍ଡି ଅଧିକାରୀଙ୍କୁ ଦେଇଥିଲେ । ସଂପୃକ୍ତ ଫାଣ୍ଡି ଅଧିକାରୀ ଏହାର ତଦନ୍ତ କରି ୨୦୧୬ ମସିହାରେ ଏହା ଏକ ମିଥ୍ୟା କେସ ବୋଲି ଚାନ୍ଦବାଲ ିକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ପୁନଶ୍ଚ ଏପ୍ରିଲ ୧୦ତାରିଖରେ ୨୨ଜଣ ଭୂମୀହିନ ନିଜର ଜମିକୁ କେହି ଚଂଚକତା କରି ବିକ୍ରି କରିଦେଇଛନ୍ତି ବୋଲି ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗକୁ ଆଧାର ଭଦ୍ରକ ଜିଲ୍ଲାପାଳ ଚାନ୍ଦବାଲି ତହସିଲଦାରଙ୍କୁ ଏହି ସମସ୍ତ କେସ ତଦନ୍ତ ଭାର ଦେଇଛନ୍ତି । ଏହାର ତଦନ୍ତ ଶେଷ ପର୍ଯ୍ୟାୟରେଏବଂ ଆଇନ ଆଇନ ବାଟରେ ଯିବ ବୋଲି ତହସିଲଦାର ସୁଶାନ୍ତ ସୁତାର ମତ ରଖିଥିବା ବେଳେ ପ୍ରକୃତ ଘଟଣାର ପର୍ଦାଫାଶ ହୋଇ ପାରିଲେ ସମସ୍ତ ଘଟଣା ଲୋକ ଲୋଚନକୁ ଆସି ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.