ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ୬ଟି ବ୍ଲକ୍ରେ ୫୭ ଟି ପଂଚାୟତରେ ଏବେବି ବନ୍ୟା ପରିସ୍ଥିତି ଗମ୍ଭୀର ଅଛି। ୧୭୨ ଟି ଗାଁ ଓ ୮ଟି ୱାର୍ଡର ୧ ଲକ୍ଷ ୮୬ ହଜାର ୯୧୩ ଲୋକ ପ୍ରଭାବିତ ଅଛନ୍ତି। ୬୨ ହଜାର ୮୬୬ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୧୧୮ ଟି ଫ୍ରି କିଚେନ ଜରିଆରେ ଏମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ସହ ୪୦୨.୮ କ୍ୱିଂଟାଲ ଚୁଡା ଓ ୪୫.୪ କ୍ୱିଂଟାଲ ଗୁଡ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି। ଭଦ୍ରକ ବ୍ଲକ୍ର ୧୬ ପଂଚାୟତର ୩୫ଟି ଗାଁର ୨୭୩୭୦ ଲୋକ ପ୍ରଭାବିତ ହୋଇଥିବାବେଳେ ୪୫୬୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୯ଟା ଫ୍ରି କିଚେନ ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ୨୨.୫୦ କ୍ୱିଂଟାଲ ଚୁଡା ଓ ୭ କ୍ୱିଂଟାଲ ଗୁଡ ବଂଟାଯାଇଛି। ସେହିପରି ଚାନ୍ଦବାଲି ବ୍ଲକ୍ର ୧୦ ପଂଚାୟତର ୫୦ଟି ଗାଁର ୫୧୪୧୫ ଲୋକ ପ୍ରଭାବିତ ହୋଇଥିବାବେଳେ ୩୭୮୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୫ଟା ଫ୍ରି କିଚେନ ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ୨୬୦ କ୍ୱିଂଟାଲ ଚୁଡା ଓ ୨୬ କ୍ୱିଂଟାଲ ଗୁଡ ବଂଟାଯାଇଛି। ଧାମନଗର ବ୍ଲକ୍ର ୧୫ ପଂଚାୟତର ୩୩ଟି ଗାଁର ୩୯୦୦୦ ଲୋକ ପ୍ରଭାବିତ ହୋଇଥିବାବେଳେ ୬୭୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୨୧ଟା ଫ୍ରି କିଚେନ ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ତିହିଡି ବ୍ଲକ୍ର ୧୪ ପଂଚାୟତର ୫୨ଟି ଗାଁର ୬୬୨୫୦ ଲୋକ ପ୍ରଭାବିତ ହୋଇଥିବାବେଳେ ୪୬୩୭୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୭୪ଟା ଫ୍ରି କିଚେନ ଜରିଆରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ୧୨୦ କ୍ୱିଂଟାଲ ଚୁଡା ଓ ୧୨ କ୍ୱିଂଟାଲ ଗୁଡ ବଂଟାଯାଇଛି। ବାସୁଦେବପୁର ବ୍ଲକ୍ର ୨ ପଂଚାୟତର ୨ଟି ଗାଁର ୩୮ ଲୋକ ପ୍ରଭାବିତ ହୋଇଛନ୍ତି। ୦.୩୮ କ୍ୱିଂଟାଲ ଚୁଡା ଓ ୦.୪ କ୍ୱିଂଟାଲ ଗୁଡ ବଂଟାଯାଇଛି। ଭଦ୍ରକ ଜିଲାରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲାର ୫ଟି ବ୍ଲକ୍ର ୩୦୬ ଟି ବନ୍ୟା ପ୍ରଭାବିତ ବିଦ୍ୟାଳୟରେ ଆସନ୍ତାକାଲି ମଙ୍ଗଳବାର ଶିକ୍ଷାଗତ ଓ ଅଣଶିକ୍ଷାଗତ କାର୍ଯ୍ୟକ୍ରମ ବନ୍ଦ ରହିବ। ଏହି ବ୍ଲକ୍ଗୁଡିକ ହେଲା ବାସୁଦେବପୁରର ୫ଟି ବିଦ୍ୟାଳୟ, ଭଦ୍ରକର ୨୭ଟି, ଚାନ୍ଦବାଲିର ୬୬ଟି, ଧାମନଗରର ୧୬୦ ଓ ତିହିଡିର ୫୨ ଟି ବିଦ୍ୟାଳୟ ଆସନ୍ତାକାଲି ବନ୍ଦ ରହିବ।








