Home ଜିଲ୍ଲା ପରିକ୍ରମା ବନ୍ୟା ବିପନ୍ନଙ୍କୁ ନିମ୍ନମାନର ଖାଦ୍ୟ ବଂଟନ ନେଇ ଅସନ୍ତୋଷ

ବନ୍ୟା ବିପନ୍ନଙ୍କୁ ନିମ୍ନମାନର ଖାଦ୍ୟ ବଂଟନ ନେଇ ଅସନ୍ତୋଷ

7

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ, ନାନ୍ଦପୁର, ସୁନ୍ଦରପୁର, ଆରଡି ୪ଟି ପଂଚାୟତରେ ପୁଣି ବୈତରଣୀ ନଦୀରେ ଆସିଥିବା ବନ୍ୟା ଗତ ୩ଦିନ ହେବ ୨୪ଟି ଗାଁକୁ ପ୍ରଭାବିତ କରିଛି। ବିଶେଷକରି ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଂଘିବାରୁ ଜାତୀୟ ରାଜପଥ ଧୋଇଯିବାରୁ ବନ୍ୟାପାଣି ସା଼ହିରାସ୍ତା ଓ ଘରେ ଲହଡ଼ି ମାରୁଛି। ଏପରିସ୍ଥଳେ ଏକ ସଂସ୍ଥା ପକ୍ଷରୁ ସୁନ୍ଦରପୁର ପଂଚାୟତ କୁଳେଇପଦା ଗାଁରେ ବିପନ୍ନଙ୍କୁ ଶୁଖିଲାଖାଦ୍ୟ ଓ ପାନୀୟ ଜଳ ବଂଟା ଯାଇଥିଲା। ହେଲେ ବଂଟା ଯାଇଥିବା ଚୁଡା, ଗୁଡ଼, ବିସ୍କୁଟ, ଓଆର .ଏସ ଆଦିର ମାନ ଅତି ନିମ୍ନମାନର ହୋଇଥିବା ବେଳେ କେତେକ ଖାଦ୍ୟ ଓ ପାନୀୟ ଜଳର ଏକ୍ସେପାରୀ ସୋଇଯାଇଥିବାରୁ ତାହା ଖାଦ୍ୟ ଉପଯୋଗୀ ନୁହେଁ ବୋଲି କହିଛନ୍ତି ରମାମଣୀ ଜେନା, ବାସନ୍ତୀ ଜେନା, ଆରତୀ ଜେନା, ଲକ୍ଷ୍ମୀପ୍ରିୟା ଜେନା, ଦୀପ୍ତୀରଞ୍ଜନ ବିଶ୍ୱାଳ, ସତ୍ୟଜିତ ନାୟକ, ଶକ୍ତି ଦେଶ ସାହୁ ପ୍ରମୁଖ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.