Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଏକ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା ଦାବି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ...

ଭଦ୍ରକ ଜିଲାରେ ଏକ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା ଦାବି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ବିଜେପି ନେତା ପଞ୍ଚାନନ ରାଉତ

32

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଭଳି ସମ୍ବେଦନଶୀଳ ଜିଲାରେ ଏକ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସଂଗଠନ ମନ୍ତ୍ରୀ ପଞ୍ଚାନନ ରାଉତ ଭୁବନେଶ୍ୱରରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ମନ୍ତ୍ରୀ ଶ୍ରୀ ସାହା ଏ ବିଷୟରେ ନିଶ୍ଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ଶ୍ରୀ ରାଉତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅନୁରୂପ ଏକ ଦାବିପତ୍ର ଦେଇଥିଲେ । ଶ୍ରୀ ରାଉତ ଶ୍ରୀ ସାହାଙ୍କୁ ସାକ୍ଷାତ କରି ଦେଇଥିବା ପତ୍ର ମୂଳେ ଭଦ୍ରକ ଜିଲା ସମଗ୍ର ରାଜ୍ୟରେ ପୂର୍ବ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଜିଲା ଅଟେ । ଏହି ଜିଲା ସ୍ୱାଧୀନତାର ପରବର୍ତ୍ତୀ ସମୟରୁ ବହୁ ଐତିହ୍ୟକୁ ବହନ କରି ସଂଗ୍ରାମୀ ଓ ବୀର ପୁରୁଷଙ୍କୁ ଜନ୍ମ ଦେଇଛି । କେବଳ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବହୁ ଜନନେତା ମଧ୍ୟ ଏହି ଜିଲାରୁ ପ୍ରତିନିଧିତ୍ୱ କରି କେନ୍ଦ୍ର ସରକାରଙ୍କ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପଦବୀ ବହନ କରିଛନ୍ତି । ପ୍ରାୟ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଜିଲାରେ ୧୩୭୦ ଗ୍ରାମ, ୨୫୦୫ ସ୍କୋୟାରଫୁଟ୍ କିଲୋମିଟର ଅଂଚଳ, ୨ଟି ମ୍ୟୁନସିପାଲଟି, ୨ଟି ଏନଏସି, ୭ଟି ବ୍ଲକ୍‌, ୭ଟି ତହସିଲ, ୨୧୮ ଗ୍ରାମପଞ୍ଚାୟତ ଓ ୧୮ ଟି ପୁଲିସ୍ ଷ୍ଟେସନକୁ ନେଇ ଗଠିତ । ଏଠାରେ ଧାମରା ପୋର୍ଟ ଓ ଫେକର ଭଳି ଦୁଇଟି ବିଶାଳ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହୋଇ ଅନ୍ୟ ଶିଳ୍ପଗୁଡିକୁ ପ୍ରୋତ୍ସାହନ ଯୋଗାଇଛି । ତେବେ ଭଦ୍ରକ ପୌରପାଳିକା ରାଜ୍ୟରେ ସର୍ବପୁରାତନ ପୌରପାଳିକା ଭାବେ ୩୦ଟି ୱାର୍ଡ ଓ ୨୨ଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ ହୋଇଥିବାବେଳେ ଏହାର ପରିସୀମା ୩୦.୨୭ ସ୍କୋୟାର କିଲୋମିଟର ।

ଏଠାରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସଂଖ୍ୟା ପ୍ରାୟ ୪୦ ପ୍ରତିଶତ ଅଟେ । ପ୍ରାୟ ୧.୨୧ ଲକ୍ଷ ସଂଖ୍ୟାଲଘୁ ସଂପ୍ରଦାୟ ଏଠାରେ ବସବାସ କରନ୍ତି । କିନ୍ତୁ ସାଂସ୍ରଦାୟିକ ସଦ୍‌ଭାବନା ବହୁ ସମୟରେ ଅଶାନ୍ତ ହୋଇ ଉଭୟ ସଂପ୍ରଦାୟ ମଧ୍ୟରେ ଶାନ୍ତିରେ ବାଧା ଆଣିଛି । ପ୍ରାୟ ୭ ଥରରୁ ଉର୍ଦ୍ଧ୍ୱ ଛୋଟବଡ ଦଙ୍ଗା ଏଠାରେ ଉଭୟ ସଂପ୍ରଦାୟ ମଧ୍ୟରେ ହୋଇ ସେମାନଙ୍କ ଶାନ୍ତିରେ ବାଧା ଉପୁଜାଇବା ସହ ଆଥିର୍କ ମାନଦଣ୍ଡକୁ ପଛକୁ ପକାଇଛି । ଏହାଦ୍ୱାରା କେବଳ ଲୋକମାନଙ୍କର ସଂପତ୍ତି ନୁହେଁ ରାଜ୍ୟର ଓ ଦେଶର ସଂପତ୍ତି ନଷ୍ଟ ହେବା ସହ ବହୁ ଧର୍ମୀୟ ଅନୁଷ୍ଠାନ ନଷ୍ଟ ହୋଇଛି । ପ୍ରତିବର୍ଷ ଏଠାରେ ଗଣେଶ ପୂଜା, ମହମ୍ମଦଙ୍କ ଜନ୍ମ ଦିବସ ଓ ରାମନବମୀ ଓ ମହରମ ଭଳି ଉତ୍ସବ ଉଭୟ ସଂପ୍ରଦାୟ ମଧ୍ୟରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଶୋଭାଯାତ୍ରା ସମୟରେ ଉଭୟଙ୍କ ଭିତରେ ପୂର୍ବ ଗଣ୍ଡଗୋଳକୁ ଭିତ୍ତି ସଂଚାର ହେଉଛି । ୧୯୯୧ ଦଙ୍ଗା ଓ ୨୦୧୭ ଦଙ୍ଗା ଲୋକଙ୍କ ମନରୁ ଲିଭିନଥିବାବେଳେ ଏହା ପ୍ରତିବର୍ଷ ଏହି ସମୟରେ ସେମାନଙ୍କ ଭିତରେ ଏକ ଭୟର ଆଶଙ୍କା ସୃଷ୍ଟି କରାଉଛି । ଏ ସମସ୍ତ ଘଟଣାରେ ଗୁଇନ୍ଦା ବିଭାଗ ଫେଲ୍ ମାରିଥିବାରୁ ଭଦ୍ରକ ଏବେ ମଧ୍ୟ ଏକ ବାରୁଦ ଗଦା ଉପରେ ରହିଥିବା ଭଳି ମନେହୁଏ । ତେଣୁ ଉଭୟ ସଂପ୍ରଦାୟର ହିତ ଦୃଷ୍ଟିରୁ ଏଠାରେ ଏକ ପାରା ମିଲିଟାରୀ ଫୋର୍ସ ସେଣ୍ଟର ଜିଲା ମୁଖ୍ୟାଳୟରେ ପ୍ରତିଷ୍ଠା କରିବା ପାଇଁ ଶ୍ରୀ ରାଉତ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.