Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରେ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଜିଲାରେ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

27

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରୁ ଆଉ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ୫୪୫ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୭ହଜାର ୮୬୩ । ସକ୍ରିୟ ଆକ୍ରାନ୍ତ ୬୫୪ ଅଛନ୍ତି । ନୂତନ ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ପୌରପାଳିକାର ୭ ନଂ ୱାର୍ଡ ମନ୍ଦାରୀ ଗ୍ରାମର ଜଣେ ବ୍ୟକ୍ତି ଭୁବନେଶ୍ୱରର କିମ୍‌ସ୍ ହସ୍‌ପିଟାଲରୁ ଏବଂ ୧୦ ନଂ ୱାର୍ଡର ଜଣେ ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲରୁ, ଭଦ୍ରକ ବ୍ଲକ ଅଞ୍ଚଳର ଜଣେ ଭୁବେନଶ୍ୱର ଏମ୍‌ସ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଥିବା ବେଳେ ବାସୁଦେବପୁର ବ୍ଲକର ଅଢୁଆଁ ଗ୍ରାମର ୩ଜଣ, ସୁଆଁ ଗ୍ରାମରୁ ୩ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ପୌରପାଳିକାର ୧୮ନଂ ୱାର୍ଡ ଗୁଆଗାଁ ଗ୍ରାମରୁ ଜଣେ, ୪ ନଂ ୱାର୍ଡ ମନ୍ଦାରି ଗ୍ରାମରୁ ଜଣେ, ୧୧ ନଂ ୱାର୍ଡ ଇଣ୍ଡିଆସାହି ଗ୍ରାମର ଜଣେ, ବାସୁଦେବପୁର ୧୧ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ବ୍ଲକ ଅଣ୍ଢେଇପଲୀ ଗ୍ରାମରୁ ୩ଜଣ, ରାଣିତାଲ ଗ୍ରାମରୁ ଜଣେ, ନଳାଙ୍ଗ ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡ ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରୁ ଜଣେ, ଡାହାଣିଗଡିଆରୁ ଜଣେ, ୧୨ ନଂ ୱାର୍ଡ ବଙ୍କସାହିରୁ ଜଣେ, ୧୫ ନଂ ୱାର୍ଡ କୁଆଁସ ଗ୍ରାମରୁ ୨ଜଣ, ୧୬ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୧୭ ନଂ ୱାର୍ଡ କୁଆଁସ ଗ୍ରାମରୁ ଜଣେ, ୨ନଂ ୱାର୍ଡ ଚରମ୍ପାରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଳକର କେଳଙ୍ଗ ଗ୍ରାମରୁ ୨ଜଣ, ଅସୁରାଳିରୁ ଜଣେ, ବନ୍ତ ବ୍ଲକ ଅଣିଜୋ ଗ୍ରାମରୁ ଜଣେ, ଆପ୍‌ତୀରା ଗ୍ରାମରୁ ୩ଜଣ, ବନ୍ତରୁ ୨ଜଣ, ଚକ୍ରାପାଢୀ ଗ୍ରାମରୁ ଜଣେ, ସାହୁପଡ଼ା ଗ୍ରାମରୁ ଜଣେ, ପୁରୁଷଣ୍ଢ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଚାନ୍ଦବାଲି ବ୍ଳକ ମଧୁପୁର ଗ୍ରାମରୁ ୨ଜଣ, ଶିତଳପୁର ଗ୍ରାମରୁ ୩ଜଣ, କରଞ୍ଜମାଳରୁ ଜଣେ, କଉଡ଼ିପାଳରୁ ଜଣେ, ନୂଆସାହିରୁ ଜଣେ, ଚାନ୍ଦବାଲି ଏନ୍‌ଏସି ୬ ନଂ ୱାର୍ଡରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ମଢିଆଳୀ ଗ୍ରାମରୁ ଜଣେ, ଚୁଆଗଡିଆ ଗ୍ରାମରୁ ଜଣେ, ଆଖୁଆପଦାରୁ ୨ଜଣ, ସାରୋ ଗ୍ରାମରୁ ଜଣେ, ଖଡିସିଙ୍ଗା ଗ୍ରାମରୁ ଜଣେ, ବିମଳବର ଗ୍ରାମରୁ ଜଣେ, ସରସଦା ଗ୍ରାମରୁ ୩ଜଣ, ଉତ୍ତରଗଡ଼ିଆ ଗ୍ରାମରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ହରିପୁର ଗ୍ରାମରୁ ଜଣେ, କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.