Home ଜିଲ୍ଲା ପରିକ୍ରମା ୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

୩ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ

19

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ରାଜ୍ୟରେ ଭଦ୍ରକ ସହର ଏବେ ବ୍ରାଉନସୁଗାର ରୂପୀ ଧଳାଜହର ମାଫିଆଙ୍କ ଚରାଭୂଇଁ ପାଲଟିଛି । କାହିଁକିନା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏଠାରେ ଆଡ୍ଡା ଜମାଇ ପ୍ରତ୍ୟେକ ଦିନ ଏହି ଧଳାଜହରକୁ ସହର ଓ ତାର ଆଖପାଖ ଗ୍ରାମାଞ୍ଚଳରୁ ଜବତ କରିବା ସହ ଏକାଧିକ ନିଶା ବେପାରୀଙ୍କୁ ଗିରଫ କରିଚାଲିଛି । ଏହି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଆଜିକୁ ମିଶାଇ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୫୫ ଲକ୍ଷ ଟଙ୍କା ମୂଲ୍ୟର ୫୪୬ ଗ୍ରାମର ଧଳାଜହରକୁ ଜବତ କରି ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ କଟକରୁ ଆସି କେନ୍ଦ୍ରୀୟ ଟିମ୍ ଏହି ନିଶା ବେପାରୀଙ୍କୁ କାବୁ କରୁଥିବାବେଳେ ଜିଲା ଅବକାରୀ ଓ ପୁଲିସ୍ ବିଭାଗ ଚେଇଁ ଶୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ ଗତକାଲି କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ମଣିସାହି ଛକରୁ ୩୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ସହରର ଚାନ୍ଦବାଲି ବାଇପାସ ଛକରୁ ତିହିଡି ଥାନା ଅଧୀନସ୍ଥ କୁବେରା ଗ୍ରାମର ଲମ୍ବୋଦର ନାୟକ ଓ ସୁଶାନ୍ତ ରାଉଳ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୩୧ ଗ୍ରାମର ଧଳା ଜହର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷ ୧୦ ହଜାର ଟଙ୍କା ହେବ । ଏହି ଦୁଇ ଅଭିଯୁକ୍ତଙ୍କ ଜାମିନ୍ ଆଜି ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ବିଷୟ ଗୁଇନ୍ଦା ବିଭାଗର ଅଧିକାରୀ ଜଗଦୀଶ ସାମଲ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.