Home ଜିଲ୍ଲା ପରିକ୍ରମା ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ ପାଇଁ ଦେୟ ଛାଡ

ଆଦାନୀ ପୋର୍ଟରେ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ ପାଇଁ ଦେୟ ଛାଡ

39

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ସର୍ବବୃହତ ଘରୋଇ ସାମୁଦ୍ରିକ ବନ୍ଦର ପରିଚାଳକ ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଧିନରେ ଥିବା ବନ୍ଦର ଗୁଡିକୁ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜଗୁଡିକ ପାଇଁ ଦେୟ ଛାଡକରିଛି ଏବଂ ଏହି ଜାହାଜଗୁଡିକୁ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଛି । ୟୁଏଇ, ଥାଇଲାଣ୍ଡ ଏଭଂ ସାଉଦି ଆରବରୁ ମେଡିକାଲ ଅମ୍ଲଜାନ ପରିବହନ ପାଇଁ ଆଦାନୀ ଗ୍ରୁପ ଦୁଇଡଜନ୍ କ୍ରାୟୋଜେନିକ୍ ଟ୍ୟାଙ୍କ ସୁରକ୍ଷିତ ରଖିଥିବା ସୂଚନା ଦେଇଛି । ଭାରତରେ କୋଭିଡ-୧୯ ନୂତନ ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଦେଶର ଭିତ୍ତିଭୂମି ଉପରେ ଚାପ ପକାଇଛି । ଡାକ୍ତରଖାନା ଗୁଡିକ ଅମ୍ଲଜାନ ଅଭାବର ସମ୍ମୁଖୀନ ହେଉଛନ୍ତି ଏବଂ ଘରୋଇ ସଂସ୍ଥା ସରକାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।ଲଗାତାର ଷଷ୍ଠ ଦିନ ପାଇଁ ଦୈନିକ ନୂତନ ସଂକ୍ରମଣ ୩ ଲକ୍ଷ ଟପିଥିବାବେଳେ ଆମେରିକାଠାରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଭାରତକୁ ସହଯୋଗର ହାତ ବଢାଇଛନ୍ତି । ଅମ୍ଲଜାନ ଏବଂ ଆନୁସଙ୍ଗିକ ସାମଗ୍ରୀ(ମେଡିକାଲ ଗ୍ରେଡ ଅମ୍ଲଜାନ, ଅମ୍ଲଜାନ ଟ୍ୟାଙ୍କ, ଅମ୍ଲଜାନ ବୋତଲ, ପୋର୍ଟେବଲ୍ ଅମ୍ଲଜାନ ଜେନେରେଟର, ଅମ୍ଲଜାନ ସିଲିଣ୍ଡରଉତ୍ପାଜନ ପାଇଁ ଇସ୍ପାତ ପାଇପ୍‌୍ ଇତ୍ୟାଦି) ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାହାଜ ପରିବହନକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତି ନିଆଯାଇଛି । ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ୍ ଜୋନ୍ ଦ୍ୱାରା ପରିଚାଳିତ ବନ୍ଦର ଗୁଡିକ କୋଭିଡ ସମ୍ବନ୍ଧୀୟ ସାମଗ୍ରୀ ପରିବହନ କରୁଥିବା ଜାହାଜ ଗୁଡିକ ଠାରୁଏହି ପ୍ରକାର ସାମଗ୍ରୀ ପାଇଁ କୌଣସି ଷ୍ଟୋରେଜ କିମ୍ବା ହ୍ୟାଣ୍ଡେଲିଂ ଚାର୍ଜ ଆଦାୟ କରିବେ ନାହିଁ । ଏହିପରି ମାଲ ପରିବହନକୁ ସର୍ବାଧିକ ପ୍ରାଥମିକତା ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହାକୁ ତୁରନ୍ତ ଲାଗୁ କରିବା ସହ ତିନିମାସ ପର୍ଯ୍ୟନ୍ତ ଏହି ଦେୟ ଛାଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.