Home ଜିଲ୍ଲା ପରିକ୍ରମା ଭଦ୍ରକ ଖାଉଟି ଅଦାଲତରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀକୁ ଜରିମାନା

ଭଦ୍ରକ ଖାଉଟି ଅଦାଲତରେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀକୁ ଜରିମାନା

36

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଖାଉଟି ଅଦାଲତ ପକ୍ଷରୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀକୁ ଜରିମାନା ଆଦେଶ ଶୁଣାଇଛନ୍ତି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁଯାୟୀ ପୁରୁଣାବଜାର ଥାନା ଅଧୀନସ୍ଥ ହଳଦିଡିହ ଗ୍ରାମର ମହମ୍ମଦ ସଫିଙ୍କ ପୁତ୍ର ଏହେସାନ ଅଜିମ ଓଡି-୨୨ଡି-୮୬୩୩ ନମ୍ବରର ଏକ ଟାଟା ଏସି ମ୍ୟାଜିକ୍ ଗାଡି କିଣି ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କଂପାନୀ ଭଦ୍ରକ ଶାଖାରେ ବୀମାଭୁକ୍ତ କରାଇଥିଲେ । ଏହି ଗାଡିଟି ଗତ ୨୦୧୯ ଜାନୁଆରୀ ୧୯ ତାରିଖ ଦିନ ଅପରାହ୍ନ ୩.୩୦ ମିନିଟ୍ ସମୟରେ ତିହିଡି ଥାନା ଚାରିତରଫ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ନିଜେ ଗାଡି ମାଲିକ ଏହେସାନ ଅଜିମ୍ ଗାଡି ଚଳାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ ସେ ଗୁରୁତର ଆଘାତ ପ୍ରାପ୍ତ ହୋଇ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକସ୍ଥିତ ଇଷ୍ଟ ପଏଣ୍ଟ ହସ୍‌ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବାରୁ ତାଙ୍କ ଭାଇ ଇର୍ସାଦ ଆଜିମ୍ ତିହିଡି ଥାନାରେ ଏତଲା ଦେବାପରେ ଏକ ମାମଲା ରୁଜୁ ହୋଇ ମାଲିକ ତଥା ଡ୍ରାଇଭର ଇର୍ସାଦ ଆଜିମ୍‌ଙ୍କୁ ୨୦୧୯ ଜୁନ୍ ୫ ତାରିଖରେ ବେପରୁଆ ଗାଡି ଚାଳନା ପାଇଁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ତଦନ୍ତ ପରେ ସେହିବର୍ଷ ଜୁଲାଇ ୧୭ ତାରିଖରେ କୋର୍ଟରୁ ଚାର୍ଜସିଟ୍ ଦେଇଥିଲା ।

ଗାଡିଟି ବୀମାଭୁକ୍ତ ହୋଇଥିବାରୁ ସେ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ବୀମା କଂପାନୀ ଭଦ୍ରକ ଶାଖାରେ ବୀମାଟଙ୍କା ପାଇବା ପାଇଁ ଜଣାଇବାରୁ ଉକ୍ତ କଂପାନୀ ବିଭିନ୍ନ ସମୟରେ ଏହାର ତଦନ୍ତ କରି ଗାଡିଟି ଆବଶ୍ୟକ ଠାରୁ ଅଧିକ ପରିମାଣରେ ବହନ କରୁଥିବାରୁ ତାଙ୍କ ବୀମାଟଙ୍କା ଫେରାଇବା ପାଇଁ ଅକ୍ଟୋବର ୧୫ ରେ ନାସ୍ତିବାଣୀ ଶୁଣାଇଥିଲେ । ଫଳରେ ଅନ୍ୟ ଉପାୟ ନପାଇ ଇର୍ସାଦ ଭଦ୍ରକ ଜିଲା ଖାଉଟି ଅଦାଲତରେ ବୀମା କଂପାନୀ ବିରୁଦ୍ଧରେ କେଶ୍ ନଂ ୧/୨୦ ମୂଳେ ୫ ଲକ୍ଷ ୪୮ ହଜାର ୩୩୭ ଟଙ୍କା ପାଇବା ଦାବିରେ ଏକ ମାମଲା ରୁଜୁ କରିଥିଲେ । ଫଳରେ ମାନ୍ୟବର ଅଦାଲତ ଉଭୟପକ୍ଷଙ୍କର ଶୁଣି ଗାଡିର କ୍ଷତି ବାବଦରେ ୧ ଲକ୍ଷ ୬ ହଜାର ୧୮୫ ଟଙ୍କା, ଚାଳକର ଚିକିତ୍ସା ବାବଦ ୨ ଲକ୍ଷ ୨୫୨ ଟଙ୍କା ଓ ମୋକଦ୍ଦମା ଖର୍ଚ୍ଚ ବାବଦ ୧୦ ହଜାର ଟଙ୍କା ଦେବାର ଆଦେଶ ଦେବା ସହ ଉକ୍ତ ଆଇନ୍ ଅମାନ୍ୟ କଲେ ଶତକଡା ୭% ସୁଧରେ ତାହା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଇର୍ସାଦ ଆଜିମଙ୍କ ପକ୍ଷରୁ ଭଦ୍ରକର ବରିଷ୍ଠ ଆଇନ୍‌ଜୀବୀ ବିନୟ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.