Home ଜିଲ୍ଲା ପରିକ୍ରମା ବାବା ଆଖଣ୍ଡଳମଣିଙ୍କ ପୀଠକୁ ସରସ ଓ ସୁନ୍ଦର କରିବା ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ବାବା ଆଖଣ୍ଡଳମଣିଙ୍କ ପୀଠକୁ ସରସ ଓ ସୁନ୍ଦର କରିବା ପାଇଁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

47

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିକାଶ କ୍ଷେତ୍ରରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟର ବାଧକ ସାଜିଥିବା ଜବରଦଖଲ ଉଠା ଦୋକାନ ଗୃହ ଉଚ୍ଛେଦ କାର୍ଯ୍ୟ ଆଜି ଆରମ୍ଭ ହୋଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ବିଡିଓ ଜ୍ୟୋତିପ୍ରକାଶ ଦାସ, ଧାମନଗର ଏସ୍‌ଡିପିଓ, ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂ, ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କ ସମେତ ବହୁ ପୁଲିସ୍ ମୁତୟନ ହୋଇଥିଲେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସକାଳ ୯ ଟାରୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋି ସନ୍ଧ୍ୟାପର୍ଯ୍ୟନ୍ତ ଚାଲିଥିଲା । ପୀଠରେ ଥିବା ପୁରୁଣା ଶୌଚାଳୟ ସମେତ ବହୁ କୋଠା ଓ ଦୋକାନ ଗୃହ ଆଜି ଉଚ୍ଛେଦ କରାଯାଇଛି । ମାତ୍ର କେତେକ ସ୍ଥାନରେ ଉଚ୍ଛେଦ ପ୍ରକ୍ରିୟା ପାତର ଅନ୍ତର ହେଉôଥବା ବିଷୟ କ୍ଷତିଗ୍ରସ୍ତକାରୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଅନୁରୂପ ଅନେକ ସ୍ଥାନ ବିନା ନୋଟିସ୍ ଓ ନଜଣାଇ ଭଂଗାଯିବାକୁ ନେଇ ମଧ୍ୟ କିଛି ସମୟ ଧରି ଉଚ୍ଛେଦ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.