Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ନେଇ ପୁରାତନ ଛାତ୍ର ସଂସଦ ସଭାପତିଙ୍କ ଉଦ୍‌ବେଗ ଜିଲାପାଳଙ୍କ ଜରିଆରେ...

ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ନେଇ ପୁରାତନ ଛାତ୍ର ସଂସଦ ସଭାପତିଙ୍କ ଉଦ୍‌ବେଗ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ପତ୍ର

5

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଚଳାବସ୍ଥା ନେଇ ପୁରାତନ ଛାତ୍ର ସଂସଦ ତଥା ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର କୁମାର ମହାପାତ୍ର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟା ସଂପର୍କରେ ସେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ନିବେଦନ ପତ୍ର ପ୍ରଦାନ କରିଛନ୍ତି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଶାର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। କିନ୍ତୁ ମହାବିଦ୍ୟାଳୟଟି ଏବେ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ଏହା ଏକ ଉଦ୍‌ବେଗଜନକ। ଅଧ୍ୟକ୍ଷ ପଦବୀ ବର୍ତମାନ ସୁଦ୍ଧା ଖାଲି ପଡିଛି। ମହାବିଦ୍ୟାଳୟଟି ବିଭିନ୍ନ ଆଭ୍ୟନ୍ତରୀଣ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଆଉ ଅଳ୍ପଦିନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ଶ୍ରେଣୀମାନଙ୍କରେ ଆଡମିଶନ ଉପରେ ପ୍ରଭାବ ପକାଇବ। ଗତ କିଛିଦିନ ତଳେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି। ପରିତାପର ବିଷୟ ସରକାରଙ୍କ ଚିଠି ନଂ ୨୪୬୨୫/ଏଚ୍‌.ଇ., ୧୩.୦୫.୨୬ ତାରିଖ ଅନୁଯାୟୀ କେତେକ ଅଫିସର ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ମାନି ନୂତନ ସ୍ଥାନରେ ଯୋଗଦେଇଥିବାବେଳେ ଜଣେ ଅଫିସର ଏହି ନିର୍ଦ୍ଦେଶନାମାକୁ ବେଖାତିର କରିଚାଲିଛନ୍ତି। ଅଫିସର ଜଣଙ୍କୁ ଉଚ୍ଚଶିକ୍ଷା ବିଭାଗ ସେଂଟ୍ରାଲୀ ରିଲିଫ୍ ମଧ୍ୟ କରିଦେଇଛନ୍ତି, ଯାହାର ଚିଠି ନଂ ୨୬୨୩/ଏଚ.ଇ., ତା ୧୯.୦୫.୨୬ ତାରିଖ। କିନ୍ତୁ ଜଣେ ସିନିୟର ଅଫିସର ଯିଏକି ଆସୋସିଏଟ୍ ପ୍ରଫେସର ଭାବେ ଏହି ମହାବିଦ୍ୟାଳୟକୁ ବଦଳି ହୋଇଆସିଛନ୍ତି। ଆଜିସୁଦ୍ଧା କେଉଁ କାରଣରୁ ମହାବିଦ୍ୟାଳୟରେ କିଏ ଅଧ୍ୟକ୍ଷ ପଦରେ ଅଛନ୍ତି, ତାହା ଜଣାପଡୁନାହିଁ। ଗତକାଲି ଦିନ ୧୦ ଟା ସୁଦ୍ଧା ଅଧ୍ୟକ୍ଷଙ୍କ କୋଠରୀରେ ତାଲା ପଡିରହିଛି। ଏହାମଧ୍ୟରେ ରିଜିଓନାଲ ଡାଇରେକ୍ଟର, ବାଲେଶ୍ୱର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ପରିଦର୍ଶନରେ ଆସି ଉପୁଜୁଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ। କିନ୍ତୁ ଆଜିକୁ ୧୪ ଦିନ ବିତିଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା ମହାବିଦ୍ୟାଳୟରେ କିଏ ଅଧ୍ୟକ୍ଷ ଅଛନ୍ତି, ତାହା ଜଣାପଡୁନାହିଁ। ଶ୍ରୀ ମହାପାତ୍ର ମହାବିଦ୍ୟାଳୟର ଏହି ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଅଧ୍ୟକ୍ଷ ପଦ ପୂରଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.