Home ଜିଲ୍ଲା ପରିକ୍ରମା ଭଦ୍ରକ: ଅଳଓତି ଡ଼ିହସାହି – ତେନ୍ତୁଳିଗଢିଆ ରାସ୍ତା ଜବରଦଖଲ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ: ଅଳଓତି ଡ଼ିହସାହି – ତେନ୍ତୁଳିଗଢିଆ ରାସ୍ତା ଜବରଦଖଲ ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର

52

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳଓତି ଠାରୁ ତେନ୍ତୁଳି ଗଢିଆ ଭାୟା କୁଣ୍ଡଳା ଆର-ଡ଼ି- ରାସ୍ତା ଉପରେ ରାମପୁର, ଅଣ୍ଢେଇପଲ୍ଲୀ ଓ ବେତରା ଗ୍ରାମପଞ୍ଚାୟତର କୁଣ୍ଡଳା, ସାରିସପୁର, ରାମପୁର, ବାଲୋଶାସନ, ବରଗଢିଆ, ଅଳାଓତି, କଳାହାଣ୍ଡିଆ, ଖାନାବାରି, ଅଣ୍ଢେଇପଲ୍ଲୀ ଗ୍ରାମର ଲୋକମାନେ ଜିଲ୍ଲା ସଦର ମହକୁମା, ଫେକର ପାୱାର ପ୍ଲାଣ୍ଟ, ସ୍କୁଲ, କଲେଜ, ମୁଖ୍ୟ ଡ଼ାକ୍ତରଖାନା, ପଲିଟେକିନିକ କଲେଜ ତଥା ଦୈନନ୍ଦିନ କାର୍ଯ୍ୟ ନିର୍ବାହ ନିମନ୍ତେ ନିର୍ଭରଶୀଳ ଅଟନ୍ତି। ଉକ୍ତ ୯ କି:ମି: ବ୍ୟାପି ରାସ୍ତ୍‌ାଟି ଆର-ଡ଼ି ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଚାଲିଛି। ୭ କି:ମି: ମରାମତି କାର୍ଯ୍ୟ ସରି ଯାଇଥିବା ବେଳେ ଆଉ ୨ କି:ମି: କାର୍ଯ୍ୟ ବାକି ରହିଛି। ତେବେ ତେନ୍ତୁଳି ଗଢିଆ ଗ୍ରାମର ଅଭିମନ୍ୟୁ ରାଉତ ଓ ତାଙ୍କ ପୁତ୍ର ଅନନ୍ତ ରାଉତ ନିଜ ଘର ପାଖରେ ତାଙ୍କ ସୀମାକୁ ଛାଡ଼ି ରାସ୍ତା ଉପରେ ପକ୍କା ପିଲର ବସାଇ ଦେଇଥିବାରୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତା ଉପରେ ଯୋର ଜବରାଣ ପକ୍କା ପିଲର ପୋତିବା ଦ୍ୱାରା ୪ ଚକିଆ ଯାନ ଯା’ଆସ କରିପାରୁ ନାହିଁ। ବହୁ କଷ୍ଟରେ ୨ ଚକିଆ ଯାନ ଗୁଡ଼ିକ ଯିବା ଅସିବା କରି ପାରୁଛନ୍ତି। ଏହାଦ୍ୱାରା ଗୁରୁତର ରୋଗୀ ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଡ଼ାକ୍ତରଖାନାକୁ ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ୍ବୁଳାନ୍ସ, ଦମକଳ ପରିି ଅତ୍ୟାବଶ୍ୟକୀୟ ଯାନ ଯାଇଆସି ପାରୁ ନାହିଁ। ଏବେ ଚାଷକାର୍ଯ୍ୟ ଜୋରସୋରରେ ଚାଲୁଥିବା ବେଳେ ଚାଷରେ ବ୍ୟବହୃତ ଟ୍ରାକ୍ଟର ଆଦି ଯାନ ଗୁଡ଼ିକ ଯାଇ ନ ପାରିବାରୁ ଚାଷୀମାନେ ଚାଷକାର୍ଯ୍ୟ କରିପାରୁ ନାହାନ୍ତି। ଅପରପକ୍ଷେ ଗ୍ରାମଲୋକମାନେ ଶ୍ରୀ ରାଉତଙ୍କୁ ରାସ୍ତା ଉପରୁ ପିଲର ହଟାଇ ନେବାକୁ କହିବାରୁ ସେ ନାନାଦି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମାରିବାକୁ ଧମକ ଦେଉଛନ୍ତି। ଅତ୍ୟାବଶ୍ୟକୀୟ ସ୍ଥଳେ ଟଙ୍କା ନେଇ ପିଲର ଉଠାଇ କେତକଙ୍କୁ ଯିବା ଆସିବାରେ ସୁଯୋଗ ଦେଉଛନ୍ତି। ଏହାର ପ୍ରତିକାର ନିମନ୍ତେ ବାଧ୍ୟ ହୋଇ ରାମପୁର ପଞ୍ଚାୟତର ସରପଞ୍ଚ ଶଶୀକଳା ବେହୁରିଆ, ଲକ୍ଷ୍ମୀଧର ସାହୁ, ସୁରେଶ ସାହୁ, ଉମାକାନ୍ତ ଜେନା, ଅଜୟ କୁମାର ସାହୁ, ନୀଳାମ୍ବର ଦାସ, ରାଜେଶ କୁମାର ସାହୁ, ଶଙ୍କର୍ଷଣ ସ୍ୱାଇଁ, ଭାସ୍କର ସାହୁ, ଜ୍ୟୋସ୍ନାରାଣୀ ସାହୁ ପ୍ରମୁଖ ତୁରନ୍ତ ଏହି ରାସ୍ତାଟିକୁ ଅବରୋଧ ମୁକ୍ତ କରିବା ନେଇ ଭଦ୍ରକ ଜିଲ୍ଲାପାଳ ଓ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.