Home ଜିଲ୍ଲା ପରିକ୍ରମା ଜିଲାରୁ ଆଉ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟଙ୍କ ସଂଖ୍ୟା ୪୨୪

ଜିଲାରୁ ଆଉ ନୂଆ ୭୩ ଆକ୍ରାନ୍ତ ଚିହ୍ନଟ, ମୋଟ ସକ୍ରିୟଙ୍କ ସଂଖ୍ୟା ୪୨୪

60

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଉ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଜିଲ୍ଲାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୨୪ ହୋଇଛି । ଜିଲ୍ଳାରେ ଚିହ୍ନଟ ମୋଟ ଆକ୍ରାନ୍ତ ୮ହଜାର ୧୦୮ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ହୋଇଛି ୭୬୫୮ । ଭଦ୍ରକ ବ୍ଲକର ଜଣେ ବ୍ୟକ୍ତି କଟକ ଏସ୍‌ସିବି ମେଡିକାଲରୁ , ଜଣେ ବ୍ୟକ୍ତି ବାସୁଦେବପୁର ବ୍ଳକ ବିରସ ବଳପୁର ଗ୍ରାମର, ସେ ଚିହ୍ନଟ ହୋଇଛନ୍ତି ଏସ୍‌ସିବିରୁ, ଧାମନଗର ବ୍ଲକର ଦଳାଙ୍ଗ ଗ୍ରାମର ଜଣେ ବ୍ୟକ୍ତି ଏସ୍‌ସିବିରୁ ଓ ହସନାବାଦ ଗ୍ରାମର ଜଣେ ବ୍ୟକ୍ତି ସମ୍ ହସ୍‌ପିଟାଲରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ବାସୁଦେବପୁର ବ୍ଳକର ଓଗାଡ ଗ୍ରାମରୁ ଜଣେ, ବାଲିମେଦ ଗ୍ରାମରୁ ଜଣେ, ବିଦେଇପୁରରୁ ୩ଜଣ, ମାଟିପକା ଗ୍ରାମରୁ ଜଣେ, ସୁଦର୍ଶନପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଦ୍ରକ ବ୍ଲକର ଅଣ୍ଢେଇପଲ୍ଲୀ ଗ୍ରାମରୁ ୩ଜଣ, ଦୈସିଂ ଗ୍ରାମରୁ ଜଣେ, ନଳାଙ୍ଗ ଗ୍ରାମରୁ ୨ଜଣ, କାଉପୁର ଗ୍ରାମରୁ ଜଣେ, ମଉଦା ଗ୍ରାମରୁ ଜଣେ, ରାଣିତାଲରୁ ଜଣେ, ଆର.ଏନ. ବେତରା ଗ୍ରାମରୁ ଜଣେ, କୋଡନନ୍ଦପୁର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ବନ୍ତ ବ୍ଳକର ବିଟିପୁର ଗ୍ରାମରୁ ଜଣେ, ନରାଜପୁର ଗ୍ରାମରୁ ଜଣେ, କୁମ୍ଭକରାଳ ଗ୍ରାମରୁ ଜଣେ, ଗୋପାଳପୁର ଗ୍ରାମରୁ ଜଣେ, ପାହାଡ଼ପୁର ଗ୍ରାମରୁ ୨ଜଣ, ବଇପୁର ମସ୍‌ଜିଦ୍ ଗ୍ରାମରୁ ଜଣେ, ରାମପୁର ଗ୍ରାମରୁ ୨ଜଣ, ତେଲିପୁର ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚାନ୍ଦବାଲି ବ୍ଳକ ଦେଓବିଲ ଗ୍ରାମରୁ ଜଣେ, ଧାମରାରୁ ୨ଜଣ, କଇଥଖୋଲା ଗ୍ରାମରୁ ଜଣେ, ତିହିଡ଼ି ବ୍ଲକ ନଚିବିନ୍ଧା ଗ୍ରାମରୁ ଜଣେ, ପାଳିଆ ଗ୍ରାମରୁ ଜଣେ, ସୟା ଗ୍ରାମରୁ ଜଣେ, ଓରାଳି ଗ୍ରାମରୁ ଜଣେ, ଭଦ୍ରକ ପୌରପାଳିକା ୫ ନଂ ୱାର୍ଡ ଚରମ୍ପାରୁ ଜଣେ,୧୧ ନଂ ୱାର୍ଡ ନୂଆବଜାରରୁ ୩ଜଣ, ୧୨ ନଂ ୱାର୍ଡ ବଙ୍କସାହିରୁ ୩ଜଣ, ୧୩ ନଂ ୱାର୍ଡ ଅପର୍ତ୍ତିବିନ୍ଧା ଗ୍ରାମରୁ ଜଣେ, ୧୮ ନଂ ୱାର୍ଡରୁ ଜଣେ, ୩୦ ନଂ ୱାର୍ଡ ଉତ୍ତରବାହିନୀ ଗ୍ରାମରୁ ଜଣେ, ୮ ନଂ ୱାର୍ଡ ବାଗୁରାଇରୁ ୨ଜଣ, ୬ ନଂ ୱାର୍ଡ ବାଇପାସ୍‌ରୁ ଜଣେ ଚିହ୍ନଟ ହୋଇଛନ୍ତି । ଭଣ୍ଡାରିପୋଖରୀ ବ୍ଳକ ମହେଶପୁର ଗ୍ରାମରୁ ଜଣେ, ସରପଦା ଗ୍ରାମରୁ ଜଣେ, ଚିଙ୍ଗୁଡିପୁର ଗ୍ରାମରୁ ଜଣେ, କୋଟଶିରା ଗ୍ରାମରୁ ୨ଜଣ, ସରସଦା ଗ୍ରାମରୁ ୫ଜଣ, ଲକ୍ଷ୍ମୀସାଗର ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଧାମନଗର ବ୍ଲକ ଉତ୍ତେଇପୁର ଗ୍ରାମରୁ ଜଣେ, କୁସୁମପୁର ଗ୍ରାମରୁ ଜଣେ, ନାରାୟଣପୁର ଗ୍ରାମରୁ ଜଣେ, ମଠସାହିରୁ ଜଣେ, କୋରୁଆ ଗ୍ରାମରୁ ଜଣେ, ବନ୍ଧଟିଆ ଗ୍ରାମରୁ ଜଣେ ଚିହ୍ନଟ ହୋଇଛନ୍ତି । ଅନ୍ୟଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲାର ଖଇରାରୁ ୨ଜଣ ଓ ସିମୁଳିଆ ଅନ୍ତରା ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.