Home ଜିଲ୍ଲା ପରିକ୍ରମା ଭଦ୍ରକରେ ହାଇବ୍ରିଡ୍ ମୋଡ୍‌ରେ ଜୋଶ୍ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ,ଟିବି ମୁକ୍ତ ପଂଚାୟତ ହାସଲ କରିଥିବା ୨୬...

ଭଦ୍ରକରେ ହାଇବ୍ରିଡ୍ ମୋଡ୍‌ରେ ଜୋଶ୍ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ,ଟିବି ମୁକ୍ତ ପଂଚାୟତ ହାସଲ କରିଥିବା ୨୬ ସରପଂଚ ପୁରସ୍କୃତ

3

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଜୋଶ୍ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ଗୁରୁବାର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ)ଙ୍କ କାର୍ଯ୍ୟାଳୟରେ ହାଇବ୍ରିଡ୍ ମୋଡ୍‌ରେ ଅନୁଷ୍ଠିତ ହୋଇଛି। କେନ୍ଦ୍ରସ୍ତରରେ ଆୟୋଜିତ ଜାତୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମ ସହ ଏହାକୁ ସଂଯୋଜିତ କରାଯାଇଥିଲା। ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନାଡ୍ଡା (ଜେ.ପି. ନାଡ୍ଡା) ନେତୃତ୍ୱ ନେଇଥିବାବେଳେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ତଥା ଯୁବ ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଉପସ୍ଥିତ ଥିଲେ। ଭଦ୍ରକର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଅଧିକାରୀ, ସରପଂଚ, ଏନ୍‌ସିସି କମାଣ୍ଡର, ମେରା ଯୁବ ଭାରତ (ଗଣ ଈଷବକ୍ସବଗ୍ଧ)ର ଯୁବ ସମନ୍ୱୟକଙ୍କ ସମେତ ସିଡିଏମଓ, ଜିଲ୍ଲା ପଂଚାୟତ ଅଧିକାରୀ, ଏଡିପିଏଚଓ (ଡିସି), ଏଡିପିଏଚଓ (ଟିବି), ଏଡିପିଏଚଓ (ଲେପ୍ରୋସି) ଏବଂ ଏଡିପିଏଚଓ (ପରିବାର କଲ୍ୟାଣ) ଯୋଗଦେଇଥିଲେ। ଯକ୍ଷ୍ମା ନିରାକରଣ ଅଭିଯାନରେ ଯୁବଶକ୍ତିକୁ ସାମିଲ କରି ସମୁଦାୟସ୍ତରରେ ସଚେତନତା ବୃଦ୍ଧି, ଯକ୍ଷ୍ମାର ଲକ୍ଷଣ ଚିହ୍ନଟ, ତ୍ୱରିତ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ସମାପ୍ତିକୁ ପ୍ରୋତ୍ସାହିତ କରିବା ଜୋଶ୍ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅଭିଯାନରେ ଶ୍ରେଣୀ-୧ ଅଧିକାରୀ, ମେରା ଯୁବ ଭାରତ ସ୍ୱେଚ୍ଛାସେବୀ ଓ ଏନ୍‌ସିସି କ୍ୟାଡେଟ୍‌ମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଏହି ଅବସରରେ ଜିଲ୍ଲାରେ ଟିବି ମୁକ୍ତ ପଂଚାୟତ ହାସଲ କରିଥିବା ୨୬ ଜଣ ସରପଂଚଙ୍କୁ ପୁରସ୍କୃତ କରାଯାଇଥିଲା। ଯକ୍ଷ୍ମା ମୁକ୍ତ ଭଦ୍ରକ ଗଠନ ପାଇଁ ସରକାରୀ ବ୍ୟବସ୍ଥା ସହ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ଓ ପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.