Home ଜିଲ୍ଲା ପରିକ୍ରମା ଭଦ୍ରକରେ ସାମ୍ବାଦିକ ଭବନ ଉଦ୍‌ଘାଟିତ: ସାମ୍ବାଦିକଙ୍କ ଦୀର୍ଘଦିନର ଦାବି ପୂରଣ, ପୂର୍ବତନ ଜିଲ୍ଲାପାଳଙ୍କୁ ବିଦାୟ ଓ...

ଭଦ୍ରକରେ ସାମ୍ବାଦିକ ଭବନ ଉଦ୍‌ଘାଟିତ: ସାମ୍ବାଦିକଙ୍କ ଦୀର୍ଘଦିନର ଦାବି ପୂରଣ, ପୂର୍ବତନ ଜିଲ୍ଲାପାଳଙ୍କୁ ବିଦାୟ ଓ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ

3

ଭଦ୍ରକ, ୧ା୮(ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ସାମ୍ବାଦିକ ସମାଜ ପାଇଁ ଆଜିର ଦିନ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ପରିଗଣିତ ହୋଇଛି। ଦୀର୍ଘ ଦିନର ନ୍ୟାୟସଙ୍ଗତ ଦାବି ପୂରଣ ହେବା ସହ ଭଦ୍ରକ ସାମ୍ବାଦିକ ଭବନର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି। ଏହି ଭବନ କେବଳ ଏକ କାର୍ଯ୍ୟାଳୟ ନୁହେଁ, ବରଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସମ୍ମାନ, ଗଣମାଧ୍ୟମର ଗରିମା ଏବଂ ସାମ୍ବାଦିକମାନଙ୍କ ପ୍ରତି ସମାଜର ଦାୟିତ୍ୱବୋଧର ପ୍ରତୀକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ପୂର୍ବତନ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ନବନିଯୁକ୍ତ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଭଦ୍ରକ ଜିଲ୍ଲାରେ ସ୍ୱାଗତ ଜଣାଯାଇଥିଲା। ଉଭୟ ଅଧିକାରୀଙ୍କୁ ସାମ୍ବାଦିକ ସମାଜ ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭଦ୍ରକର ଯୁବ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସାମ୍ବାଦିକମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଗଣତନ୍ତ୍ରରେ ଏକ ସୁଦୃଢ଼ ପ୍ରଶାସନ, ଦାୟିତ୍ୱବାନ ସାମ୍ବାଦିକତା ଓ ସକ୍ରିୟ ଜନସହଭାଗିତା ହିଁ ବିକଶିତ ଭଦ୍ରକ ଗଠନର ମୂଳ ଆଧାର। ସାମ୍ବାଦିକମାନେ ନିଷ୍ଠାର ସହ କାର୍ଯ୍ୟ କରି ସମାଜକୁ ସଠିକ୍ ତଥ୍ୟ ପହଞ୍ଚାଇ ଆସୁଥିବାରୁ ସେମାନଙ୍କ ଅବଦାନ ଅତୁଳନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ। ସମାରୋହରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ରାୟ, ତପନ ସ୍ୱାଇଁ, ଜ୍ଞାନ ପ୍ରକାଶ ପାଣି, ଡିଆଇପିଆର ଅଧିକାରୀ ମଧୁସ୍ମିତା ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ସରକାରୀ ଅଧିକାରୀ, ସାମ୍ବାଦିକ ଏବଂ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉପସ୍ଥିତ ଅତିଥିମାନେ ସାମ୍ବାଦିକ ଭବନର ଉଦ୍‌?ଘାଟନକୁ ଭଦ୍ରକର ଗଣମାଧ୍ୟମ ଇତିହାସରେ ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଥିଲେ। ଏହି ଭବନ ସାମ୍ବାଦିକମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ସହ ବୃତ୍ତିଗତ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଭଦ୍ରକ ଜିଲ୍ଲାର ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିବା ବେଳେ ଭବିଷ୍ୟତରେ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସୁସମ୍ପର୍କ ବଜାୟ ରହି ଜନସାଧାରଣଙ୍କ ସେବାରେ ଅଧିକ ଫଳପ୍ରଦ ଭୂମିକା ନିର୍ବାହ କରାଯିବ ବୋଲି ଆଶା ପ୍ରକାଶ ପାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.