Home ଜିଲ୍ଲା ପରିକ୍ରମା ଭଦ୍ରକରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

ଭଦ୍ରକରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

66

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସଂସ୍କୃତି ଭବନ ଠାରେ ରାଜ୍ୟସ୍ତରୀୟ କବିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଁକାର ସେବା ସଂଗଠନର ଆବାହକ କ୍ୟାପଟେନ୍ ଓଁକାର ସଭାପତିତ୍ୱ କରିଥିଲେ। ଅନୁଷ୍ଠିତ କବିତା ପାଠ ଉତ୍ସବର ଶୀର୍ଷକ ଥିଲା ‘ମୋ ଗାଁରେ ବର୍ଷା’। ଏହି ସାହିତ୍ୟ ସମାରୋହରେ ବିଭିନ୍ନ ଜିଲାର ୮୪ ଜଣ କବି ଓ କବୟିତ୍ରୀ ଯୋଗଦେଇଥିଲେ। ମୁଖ୍ୟଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ ଯୋଗଦେଇ କହିଲେ ଯେ ଗ୍ରାମାଂଚଳରେ ଲୁକ୍କାୟିତ ଅବସ୍ଥାରେ ଥିବା ସାହିତ୍ୟିକ ଓ କବି ଓ କବୟିତ୍ରୀମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହିଭଳି କବିତା ଉତ୍ସବର ଆବଶ୍ୟକତା ରହିଛି। ମୁଖ୍ୟବକ୍ତା ଭାବେ ପଣ୍ଡିତ ଦୈତ୍ୟାରି ମହାପାତ୍ର କହିଲେ ଯେ କବିତା ଜୀବନ କଥା କହେ। ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ୩ ଜଣ କୃତୀ କବୟିତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିଲେ ଡଃ ପୂଜାରାଣୀ ଘୋଷ, ଦ୍ୱିତୀୟରେ ମାନସୀ ସୂତାର ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ପ୍ରିୟବ୍ରତ ଭାରତୀ। ଅନୁଷ୍ଠିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନିର୍ମଳ ରାଉତ, ସଂଯୁକ୍ତା ବଳ, ପ୍ରଭାକର ପରିଡା, ସ୍ୱାଗତିକା ପଲେଇ ଯୋଗ ଦେଇଥିଲେ। ଏହାବ୍ୟତୀତ ୬ ଜଣ କବି ଓ କବୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏମାନେ ହେଲେ ଉମେଶ ମହାପାତ୍ର, ତୃପ୍ତିରାଣୀ ମହାନ୍ତି, ରଶ୍ମିରଞ୍ଜନ ସାହୁ, କରୁଣାକର ଉପାଧ୍ୟାୟ, ଶଶିକଳା ମିଶ୍ର, ବିକାଶ ଧଳ । ବିଚାରକ ଭାବେ ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ଅଧ୍ୟାପକ ସଂଯୁକ୍ତା ଭାରତୀ, ବିଶ୍ୱମୈତ୍ରୀ ନାୟକ ଓ ଡାକ୍ତର ଅନୀଲ ଦାସ ଥିଲେ। ପ୍ରକୃତି ମିତ୍ର ବୈକୁଣ୍ଠ ବିଶ୍ୱାଳ ମଂଚ ପରିଚାଳନା କରିଥିବାବେଳେ ଦେବଦୂତ ଫାଉଣ୍ଡେସନର ଆବାହକ ଦୀପ୍ତିରାଣୀ ଦାସ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.